ଚା’ ଦୋକାନୀଙ୍କ ଝିଅ ଜିଲା ଟପ୍ପର

ବନ୍ତଳା, ୨୪ା୬ (ଡି.ଏନ.ଏ.) ପାଠ ପଢାରେ ଅର୍ଥାଭାବ ବାଧକ ସାଜିଥିଲେ ବି ପରିଶ୍ରମ ଦ୍ୱାରା ଏହାକୁ ଦୂରେଇ ସଫଳତା ପାଇପାରିଛନ୍ତି ଚା’ ଦୋକାନୀଙ୍କ ଝିଅ ମଧୁସ୍ମିତା ବେହେରା। ଯୁକ୍ତ ୨ କଳାରେ ସର୍ବାଧିକ ନମ୍ବର ରଖି ଅନୁଗୋଳ ଜିଲାରେ ଟପ୍ପର ହୋଇଛନ୍ତି ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଏହି ଛାତ୍ରୀ। ଉଚ୍ଚ ଶିକ୍ଷା ପାଇଁ ଇଚ୍ଛା ଥିଲେ ବି ଅର୍ଥ ସମସ୍ୟା ପୁଣି ତାଙ୍କ ବାଟ ଓଗାଳିଥିବା ସେ ପ୍ରକାଶ କରିଛନ୍ତି। ବାପା ପଦ୍ମଚରଣ ବେହେରାଙ୍କ ଚା ଦୋକାନରୁ ଆୟ ଅର୍ଥ ପରିବାର ଚଳାଇବାକୁ ନିଅଣ୍ଟ ପଡ଼ୁଥିବାବେଳେ କିପରି ଅଧିକ ପାଠ ପଢିବେ ସେ ନେଇ ଚିନ୍ତାରେ ଥିବା ମଧୁସ୍ମିତା କହିଛନ୍ତି।
ମା ସୁଜାତା ବେହେରା କୁହନ୍ତି, ଝିଅ ଟପ୍ପର ହୋଇଥିବା ଜାଣି ଖୁସି ଲାଗୁଛି। ହେଲେ ଝିଅକୁ ଉଚ୍ଚ ଶିକ୍ଷିତ କରିବାକୁ ଅର୍ଥ ନାହିଁ। ସରକାରୀ ସହାୟତା ମିଳିଲେ ସେ ତା ଲକ୍ଷ୍ୟ ପୂରଣ କରିପାରନ୍ତା ବୋଲି ସୁଜାତା କହିଛନ୍ତି। ଏ ନେଇ ମଧୁସ୍ମିତା କହିଛନ୍ତି, ଆଗକୁ ଆଇପିଏସ୍‌ ଅଫିସର ହେବାକୁ ଲକ୍ଷ୍ୟ ରଖିଛି। ହେଲେ ଏବେ ଯୁକ୍ତ ୩ରେ ନାମ ଲେଖାଇବକା ବି କଷ୍ଟକର। ପ୍ରଶାସନ ସହଯୋଗର ହାତ ବଢାଇଲେ ସେ ଆଗକୁ ପଢିପାରନ୍ତେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri