ଚାଷ ଜମିକୁ ମିଳୁନି ସମଲ ପାଣି: ବ୍ୟାରେଜ ଉପରୁ ଆତ୍ମହତ୍ୟା ଚେତାବନୀ

କଣିହାଁ,୩୧।୭(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ସମଲ ବ୍ୟାରେଜରୁ ଜମିକୁ ପାଣି ମିଳୁ ନ ଥିବା ପ୍ରତିବାଦରେ କଂଗ୍ରେସ ଯୁବନେତା ତଥା ପୂର୍ବତନ ସମିତି ସଭ୍ୟ ସୁଶାନ୍ତ ବେହେରା ମଙ୍ଗଳବାର ବ୍ୟାରେଜ ଗେଟ୍‌ ଉପରକୁ ଚଢ଼ି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ସମଲ ଥାନା ପୋଲିସ, ବ୍ୟାରେଜ କର୍ତ୍ତୃପକ୍ଷ ଓ ଜଳ ସେଚନ ବିଭାଗ ଅଧିକାରୀମାନେ ପହଞ୍ଚି ସମସ୍ୟା ସମାଧାନ ନେଇ ବ୍ୟବସ୍ଥା କରାଯିବ ବୋଲି କହିବା ପରେ ସୁଶାନ୍ତ ତଳକୁ ଓହ୍ଲାଇଥିଲେ।
ସ୍ଥାନୀୟ ବାସିନ୍ଦଙ୍କ କହିବା ଅନୁଯାୟୀ, ସମଲ ବ୍ୟାରେଜରୁ ବିଭିନ୍ନ ଶିଳ୍ପକୁ ପାଣି ଯାଉଛି। ଚାଷ ପାଇଁ ବାମ ଓ ଦକ୍ଷିଣ କେନାଲରେ ପାଣି ଛଡ଼ା ଯାଉଛି। କିନ୍ତୁ ବ୍ୟାରେଜ ନିକଟ ୪ଟି ଗ୍ରାମ ସମଲ, ଟିପୋ, ବିଲିଣ୍ଡା ଓ ବିକିଶ ଗ୍ରାମବାସୀ ଜଳସେଚନ ସୁବିଧା ପାଉନାହାନ୍ତି। ବାରମ୍ବାର ଦାବି ଆପତ୍ତି ସତ୍ତ୍ୱେ ବ୍ୟାରେଜ କର୍ତ୍ତୃପକ୍ଷ ଏ ନେଇ ପଦକ୍ଷେପ ନେଉନାହାନ୍ତି। ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଏଠାରେ ମରୁଡ଼ି ସମ୍ଭାବନା ସୃଷ୍ଟି ହୋଇଛି। କିନ୍ତୁ ଦକ୍ଷିଣ କେନାଲରେ ପାଣି ଯାଉଥିଲେ ମଧ୍ୟ ପ୍ରବାହିତ ଜଳସ୍ତରଠାରୁ ଫୁଟେ ଉଚ୍ଚତାରେ ପରି କେନାଲ ନିର୍ମାଣ ହୋଇଥିବାରୁ ଚାଷ ଜମିକୁ ପାଣି ଯିବା ସମ୍ଭବ ହେଉନାହିଁ। ଦରକାର ବେଳେ ବାଲିବସ୍ତା କେନାଲରେ ପକାଇ ଠିକାଦାର ପୋଷାଯାଉଥିଲେ ବି ଚାଷୀମାନେ ଉପକୃତ ହେଉନାହାନ୍ତି। ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ପୂର୍ବତନ ସମିତି ସଭ୍ୟ ସୁଶାନ୍ତ ରଶି ଲଗାଇ ଆତ୍ମହତ୍ୟା କରିବାକୁ ବ୍ୟାରେଜ ଉପରେ ଚଢ଼ିଯାଇ ଚେତାବନୀ ଦେଇଥିଲେ। ସ୍ଥାୟୀ ପ୍ରତିକାର ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଜଳସେଚନ ବ୍ୟବସ୍ଥା କରାଯିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ସୁଶାନ୍ତ ତଳକୁ ଓହ୍ଲାଇଥିଲେ। ଏ ସମ୍ପର୍କରେ ସମଲ ଥାନା ଭାରପ୍ରାପ୍ତ ଅଧିକାରୀ ବିକ୍ରମ ବିହାରୀ ଜୟପୁରିଆ କହିଛନ୍ତି, ଆତ୍ମହତ୍ୟା ଉଦ୍ୟମ ହୋଇଥିଲା। ହେଲେ ବୁଝାଶୁଝା କରି ସୁରକ୍ଷିତ ଭାବେ ପୂର୍ବତନ ସମିତି ସଭ୍ୟଙ୍କୁ ତଳକୁ ଓହ୍ଲାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ହେଲା ସୁମିତଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ,୧୩।୧୨: ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ତାଙ୍କ ସ୍ବାମୀ ଡାକ୍ତର ସୁମିତ ସାହୁଙ୍କ ବିବାଦ ମାମଲା ଏବେ ନୂଆ ମୋଡ଼ ନେଇଛି। ଗତ ୧୦...

ଆନ୍ଧ୍ରରେ ଓଡ଼ିଆ ପିଲାଙ୍କୁ ମିଳିନି ସାହିତ୍ୟ ବହି

ପାରଳାଖେମୁଣ୍ଡି,୩ା୧(ଡି.ଏନ୍‌.ଏ.): ଗଜପତି ଜିଲାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲାର ଚାପାରା ଜିଲା ପରିଷଦ ଉଚ୍ଚ ବିଦ୍ୟାଳୟ। ସ୍ବାଧୀନତା ପରେ ସୀମା ନିର୍ଦ୍ଧାରଣ ବେଳେ ଆନ୍ଧ୍ରପ୍ରଦେଶରେ...

ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ: ପୂର୍ବାହ୍ନ ୨ଟାରୁ ବନ୍ଦ ରହିବ ସ୍କୁଲ, କଲେଜ

କଟକ ଅଫିସ,୧୦।୧: କଟକର ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ କଟକ ସହରରେ ଥିବା ସମସ୍ତ ସରକାରୀ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ୩ ବର୍ଷର ପ୍ରତ୍ୟୁଷ

ଗୋପ,୧୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ବେଦପୁର ଗ୍ରାମର ମନମୋହନ ସାହୁଙ୍କ ଏକମାତ୍ର ପୁଅ ଏମ୍‌.ଏ. ପ୍ରତ୍ୟୁଷ ଅଞ୍ଚଳ ତଥା ରାଜ୍ୟ ପାଇଁ ଗୌରବ...

ଅଲେଖ ମହିମା ଧ୍ୱନିରେ ପ୍ରକମ୍ପିତ ଯୋରନ୍ଦା

ଢେଙ୍କାନାଳ ଅଫିସ, ୮।୨ – ମନରେ ନ ଥିଲା ବର୍ଷା ଭୟ। ଖାତିର ନ ଥିଲା କୋହଲା ପାଗକୁ। ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣର ଭାବ ନେଇ...

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ଦିଗପହଣ୍ଡି/ପାଟପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିପୁର ଗ୍ରାମ ନିକଟ ମୁହାଣ ନାଳରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ନିସ୍ତିପୁର...

ଶିଶୁକନ୍ୟା ପାଟିରେ ପଶିଗଲା ରଡ୍‌

ବ୍ରହ୍ମପୁର,୨ା୮: ଗଞ୍ଜାମ ଜିଲା କେଶପୁର ନିକଟ ପାଳକଷଣ୍ଢ ଗାଁରେ ରବିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ଘର ଛାତ ଉପରେ ଖେଳୁଥିବା ସମୟରେ ଏକ ୪ବର୍ଷର...

କ୍ଷୁଦ୍ର ଚଳଚ୍ଚିତ୍ରରେ ସଚେତନତାର ବାର୍ତ୍ତା

କେନ୍ଦୁଝର, ୫।୭ (ସ୍ବ.ପ୍ର.)- ଗୁରୁ ଦାସ, ଜିଲାରେ ଏକ ପରିଚିତ ନାମ। ଜଣେ ଓଡ଼ିଶୀ ନୃତ୍ୟଗୁରୁ ଓ ଅଭିନେତା ଭାବେ ତାଙ୍କର ରହିଛି ସୁନାମ। ତେବେ...

Advertisement
Archives

Model This Week