Posted inଖେଳ

ଚାପରେ ନ୍ୟାଶନାଲ ରାଇଫଲ ଆସୋସିଏଶନ

ନୂଆଦିଲ୍ଲୀ, ୨ା୪ (ପି.ଟି.)-କୋଭିଡ୍‌-୧୯ ଯୋଗୁ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପ୍‌କୁ ବାତିଲ କରିବା ଲାଗି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ଉପରେ ଦିନକୁ ଦିନ ଚାପ ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କା ପାଇଁ ପୂର୍ବରୁ ବିଶ୍ୱକପ୍‌ର ମ୍ୟୁନିକ୍‌ ସଂସ୍କରଣ ବାତିଲ ହୋଇସାରିଛି। ଦିଲ୍ଲୀ ବିଶ୍ୱକପ୍‌ ପ୍ରକୃତରେ ମାର୍ଚ୍ଚ ୧୫ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାନ୍ତା। ମାତ୍ର ଇଭେଣ୍ଟ ଆରମ୍ଭ ହେବାର ୪ ଦିନ ଆଗରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପରେ
ଟୁର୍ନାମେଣ୍ଟକୁ ଦୁଇ ଭାଗରେ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ରାଇଫଲ ଓ ପିସ୍ତଲ ମେ ୫ରୁ ୧୨ ଏବଂ ଶଟ୍‌ଗନ୍‌୍‌ ପ୍ରତିଯୋଗିତା ଜୁନ୍‌ ୨ରୁ ୯ ପର୍ଯ୍ୟନ୍ତ କରିବା ଲାଗି ସ୍ଥିର ହୋଇଛି। କିନ୍ତୁ କରୋନା ଭାଇରସ୍‌ ଯେପରି ବ୍ୟାପିବାରେ ଲାଗିଛି ଟୁର୍ନାମେଣ୍ଟର ଆୟୋଜନକୁ ନେଇ ରାଇଫଲ ଆସୋସିଏଶନ ଏବେ ଚିନ୍ତାରେ ପଡ଼ିଛି। ଦିଲ୍ଲୀ ପରେ ମ୍ୟୁନିକ ବିଶ୍ୱକପ୍‌ ହୋଇଥାନ୍ତା। ତାହାକୁ ଆଗୁଆ ବାତିଲ କରାଯାଇ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ କେଉଁ ହିସାବରେ ଭାରତରେ ବିଶ୍ୱକପ୍‌ ଆୟୋଜନ ହୋଇ ପାରିବ ସେ ନେଇ ପ୍ରଶ୍ନ ଉଠିଲାଣି। ନୂଆଦିଲ୍ଲୀ ବିଶ୍ୱକପ୍‌ ପୁନଃ ନିର୍ଦ୍ଧାରିତ ସମୟରେ ହେବ କି ନା ତାହା ଏବେଠାରୁ ସ୍ପଷ୍ଟ କରାଯାଉ ବୋଲି କେତେକ ଭାରତୀୟ ଶୁଟର କହିଛନ୍ତି। ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରା ନ ଯାଉ। ଅନ୍ୟକେତେକ କହିଛନ୍ତି, ଓ୍ବିମ୍ବେଲଡନ ଭଳି କେତୋଟି ପ୍ରମୁଖ କ୍ରୀଡ଼ା ଇଭେଣ୍ଟକୁ ବାତିଲ କରାଯାଇଛି। ଅଲିମ୍ପିକ୍ସକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଲକ୍‌ଡାଉନ୍‌ ଯୋଗୁ ବିଶ୍ୱକପ୍‌ ଭଳି ଇଭେଣ୍ଟ ଲାଗି ବର୍ତ୍ତମାନ ପରିସ୍ଥିତିରେ ପ୍ରସ୍ତୁତି ସମ୍ଭବ ନୁହେଁ। ବର୍ତ୍ତମାନ ଅନିଶ୍ଚିତ ପରିସ୍ଥିତିରେ ଏକ ବିଶ୍ୱକପ୍‌ ଆୟୋଜନ ଉଚିତ୍‌ ହେବ ନାହିଁ। ନିକଟରେ ୩ ଥର ଅଲିମ୍ପିକ ପଦକ ବିଜୟୀ ଶୁଟର ରାଜ୍‌ମଣ୍ଡ ଡେବିଭେସ୍‌ ଇଭେଣ୍ଟକୁ ବାତିଲ କରିବା ଲାଗି ଆହ୍ବାନ ଦେଇଛନ୍ତି। ଅଲିମ୍ପିକ ଗେମ୍ସ ବର୍ଷେ ଘୁଞ୍ଚତ୍ଗଲା। ସମଗ୍ର ଭାରତ ଏବେ କ୍ୱାରାଷ୍ଟାଇନ୍‌ରେ ଥିବାବେଳେ ଆଇଏସ୍‌ଏସ୍‌ଏଫ୍‌ (ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ) କିପରି ରାଇଫଲ ଓ ପିସ୍ତଲ ବିଶ୍ୱକପ୍‌କୁ ନୂଆଦିଲ୍ଲୀରେ କରିବା ଲାଗି ନିଷ୍ପତ୍ତି ନେଇଛି ତାହା ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହିଛନ୍ତି। ସିଡ୍‌ନୀ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ଡେବିଭେସ୍‌ ୫ଥର ବିଶ୍ୱଚାମ୍ପିୟନ ମଧ୍ୟ ହୋଇଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ଭୟରେ ଏଥିରେ ବିଶେଷ ଭାବେ ପ୍ରଭାବିତ ଚାଇନା, ଇଟାଲୀ, ଦକ୍ଷିଣ କୋରିଆ, ଜାପାନ ଓ ଇରାନ ଭଳି ଦେଶର ପର୍ଯ୍ୟଟକଙ୍କ ଲାଗି ଭାରତର ସରକାର କଟକଣା ଜାରି କରିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କରୋନା ଭାଇରସ୍‌କୁ ଏକ ମହାମାରୀ ବୋଲି ଘୋଷଣା କରିଛନ୍ତି। ଏଥିରେ ସମଗ୍ର ବିଶ୍ୱରେ ଇତିମଧ୍ୟରେ ୯.୫ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଥିବାବେଳେ ୪୮,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇ ସାରିଲେଣି। ଭାରତରେ ୨୧୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୬୦ରୁ ଅଧିକ ମୃତ୍ୟୁ ମୁଖରେ ପଡ଼ି ସାରିଲେଣି। ବୁଧବାର ରାତିରେ ଆଇଏସ୍‌ଏସ୍‌ଏଫ୍‌ର ଏକ ବୈଠକରେ ମ୍ୟୁନିକ୍‌ ବିଶ୍ୱକପ୍‌ ବାତିଲ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅତୁଟ ରହିବ ସଚିନଙ୍କ ଗୋଟିଏ ରେକର୍ଡ: ସେହ୍ବାଗ

ନୂଆଦିଲ୍ଲୀ- ୨୨।୮- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତାଙ୍କ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ କ୍ୟାରିୟରରେ ଅନେକ ରେକର୍ଡ ପ୍ରତିଷ୍ଠା କରିଯାଇଛନ୍ତି। ତେବେ ଲିଟିଲ ମାଷ୍ଟରଙ୍କ ଏକ...

ଭାରତୀୟ ଅଧିନାୟକଙ୍କ କଥା ଶୁଣିଲେନି ଅମ୍ପାୟାର, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨୭।୩: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କଥା ଶୁଣିଲେ ନାହିଁ ଅମ୍ପାୟାର ନିତୀନ ମେନନ। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେଉଛି।...

ଭାରତ- ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ: ଫୋକସ୍‌ରେ ପାଣ୍ଡ୍ୟା

ଧର୍ମଶାଳା,୧୨।୩ (ପି.ଟି.)- ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ହିମାଚଳ...

ଡ୍ୟାନ୍ସ ଜରିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଏହି କ୍ରିକେଟରଙ୍କ ଭାବି ସ୍ତ୍ରୀ

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଭାବି ସ୍ତ୍ରୀ ତଥା ପ୍ରସିଦ୍ଧ ୟୁଟ୍ୟୁବର୍‌ ଧନଶ୍ରୀ ବର୍ମା ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ପ୍ରତିଦିନ ତାଙ୍କ ଭିଡିଓ ଭାଇରାଲ...

ଦୃଷ୍ଟି ଶକ୍ତି କମ୍‌ ଥିଲେ ମଧ୍ୟ ଏସିଆର ବ୍ରାଡ୍‌ମ୍ୟାନ୍‌ ହୋଇଥିଲେ ଏହି ଖେଳାଳି

ପ୍ରଥମ ଶ୍ରେଣୀ କ୍ରିକେଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ବ୍ୟାଟ୍ସମ୍ୟାନ ଶତକରୁ ଶତକ ପୂରଣ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ୧୦୦ କିମ୍ବା ଅଧିକ ଶତକ...

ଅନୁଷ୍କାଙ୍କୁ ପଡିଆରୁ ଇସାରାରେ ଏମିତି କହିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବଶୀଘ୍ର ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ଅନୁଷ୍କା ଶର୍ମା ଆସନ୍ତା ବର୍ଷ ଜାନୁଆରୀରେ ନିଜ ପ୍ରଥମ ସନ୍ତାନଙ୍କୁ...

ଶେଷ ୬ ଓଭରରେ ଧୂଆଁଦାର ବ୍ୟାଟିଂ

ଶାରଜା,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇଥିବା ଡିଫେଣ୍ଡିଂ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଶୁକ୍ରବାର ବାଂଲାଦେଶ ଆଗରେ ୧୪୩ ରନ୍‌ର ବିଜୟ...

ଜନତଙ୍କୁ ୫ ଉଇକେଟ: ଦ୍ୱିତୀୟ ଟି୨୦ରେ ଆଫ୍‌ଗାନିସ୍ତାନ ବିଜୟୀ

ଲକ୍ଷ୍ନୌ,୧୭।୧୧(ପି.ଟି.)- ୨୧ ବର୍ଷୀୟ ମିଡିୟମ ପେସର କରିମ ଜନତଙ୍କ ଦମ୍‌ଦାର ପ୍ରଦର୍ଶନ (୫/୧୧) ସହାୟତାରେ ଆଫଗାନିସ୍ତାନ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ୪୧ ରନରେ ପରାସ୍ତ...

Advertisement
Archives

Model This Week