ଘର ଭାଙ୍ଗିଲେ, ଫସଲ ନଷ୍ଟ କଲେ ହାତୀ

କଣିହାଁ/ ବଇଣ୍ଡା,୨୫।୬ (ଡି.ଏନ.ଏ.)ଅନୁଗୋଳ ଜିଲାର କଣିହାଁ ବନାଞ୍ଚଳ ଓ ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ ଲାଗି ରହିଛି। କଣିହଁ। ବନାଞ୍ଚଳ ଅଧୀନ ରେଙ୍ଗାଳି ଫରେଷ୍ଟ ସେକ୍ସନର ବଜ୍ରକୋଟ ପଞ୍ଚାୟତରେ ରବିବାର ୫ରୁ ଅଧିକ ହାତୀ ଗ୍ରାମାଭିମୁଖୀ ହୋଇ ପନିପରିବା ଫସଲ ନଷ୍ଟ କରିବା ସହ କେତେଜଣଙ୍କ ଘର ଭାଙ୍ଗି ଦେଇଛନ୍ତି। ତୁରନ୍ତ ହାତୀଙ୍କୁ ଘଉଡ଼ାଇବା ସହିତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି। ଏ ନେଇ ରେଙ୍ଗାଲି ସେକ୍ସନ ଫରେଷ୍ଟର ସରସ୍ବତୀ ବେହେରା କହିଛନ୍ତି, ହାତୀଙ୍କ ଦ୍ୱାରା କ୍ଷୟକ୍ଷତିକୁ ନେଇ ନିୟମାନୁଯାୟୀ ସହାୟତା ଅର୍ଥ ପ୍ରଦାନ କରାଯିବ। ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା କାର୍ଯ୍ୟ ଚାଲିଛି। ସେହିପରି କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜର ଅଶ୍ରୁବାହାଳ, ନାଗାଝରଣ, ଖଣ୍ଡବର, ଜାମ୍ବୁନାଳୀ, ମଧପୁର ଆଦି ଅଞ୍ଚଳରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ହାତୀପଲ ନିକଟସ୍ଥ ଜଙ୍ଗଲରୁ ଗ୍ରାମାଭିମୁଖୀ ହୋଇ ପନିପରିବା ଫସଲ ସହ କଦଳୀବଗିଚା ନଷ୍ଟ କରି ଦେଉଛନ୍ତି। ବାରମ୍ବାର ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆଯିବା ସହ କ୍ଷତିଗ୍ରସ୍ତଙ୍କୁ ସରକାରୀ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗରୋଧ କେନ୍ଦ୍ରରୁ ସ୍ବଚ୍ଛତାର ବାର୍ତ୍ତା: ଝାଡ଼ୁ ମାରିଲେ, ଗଛରେ ପାଣି ଦେଲେ

ଅନୁଗୋଳ ଅଫିସ, ୧୭।୫- ଅନୁଗୋଳ ପୌର ପ୍ରଶାସନ ପକ୍ଷରୁ କରାଯାଇଥିବା ଦୁଇଟି କ୍ବାରାଣ୍ଟାଇନ୍‌ ସେଣ୍ଟରରେ କିଛି ଦିନ ହେଲା ଅଶାନ୍ତିକର ବାତାବରଣ ସୃଷ୍ଟି ହୋଇଥିଲା। ଅନୁଗୋଳ...

ପୁଣି ୧୦ ଭାଟି ଭଙ୍ଗାଗଲା

କଣିହାଁ,୧୯।୫(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ତହସିଲ ଓ ଜିଲା ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ତରଫରୁ ବେଆଇନ ଇଟାଭାଟି ଉପରେ ଚଢ଼ାଉ ଜାରି ରହିଛି। ବୁଧବାର ପରାବିଲ ଓ...

କଟକଣା ମାନୁନାହାନ୍ତି ଲୋକେ, ବ୍ୟାଙ୍କରେ ଭିଡ଼

ଆଠମଲ୍ଲିକ/ବନ୍ତଳା, ୩୦ା୩(ଡି.ଏନ.ଏ.)- କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା କଟକଣା ନ ମାନି ସୋମବାର ଅନୁଗୋଳ ଜିଲାର ବିଭିନ୍ନ ବ୍ୟାଙ୍କର ଲୋକେ ଗହଳି ଜମାଇଥିବା ଦେଖତ୍ବାକୁ...

ଅଭିବୃଦ୍ଧିରେ ସହାୟକ ହେବ ଆବର୍ଜନା

ଅନୁଗୋଳ ଅଫିସ, ୩୧ା୮: କରୋନା କଟକଣା ମଧ୍ୟରେ ସୋମବାର ସ୍ବାୟତ୍ତ ଶାସନ ଦିବସ ପାଳିବ ଅନୁଗୋଳ ପୌରପାଳିକା। ଏଥିପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଇଛି। ନିରାଡମ୍ବର ଭାବେ...

ଗୋଠଛଡ଼ା ଗଜ ପାଇଁ ସ୍ଥିତି ଗମ୍ଭୀର

ଅନୁଗୋଳ ଅଫିସ,୮।୧: ଢେଙ୍କାନାଳରୁ ଅନୁଗୋଳ ବନଖଣ୍ଡକୁ ଚାଲି ଆସିଥିବା ୨୫ ହାତୀ ମଧ୍ୟରୁ ଗୋଟିଏ ଗୋଠଛଡ଼ା ମାଈ ହାତୀ ଅନୁଗୋଳ ସଦର ଥାନା ଓ ବଅଁରପାଳ...

ଷ୍ଟେଶନ୍‌ ପରିସରରେ ପଡ଼ିଛି ପିପିଇ

ଅନୁଗୋଳ ଅଫିସ, ୨୮।୫ – ଅନୁଗୋଳ ରେଳ ଷ୍ଟେଶନ ପରିସରରେ ଏଣେତେଣେ ପଡ଼ିଛି କେତେକ ବ୍ୟବହୃତ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁମେଣ୍ଟ ବା ପିପିଇ। ଏହାକୁ ନେଇ...

ବସ୍ ଯାତ୍ରୀଙ୍କୁ ବିମାନବନ୍ଦର ଭଳି ସୁବିଧା

ଅନୁଗୋଳ ଅଫିସ, ୮।୬ – ବସ୍‌ରେ ଯିବାକୁ ଥିବା ଯାତ୍ରୀ ପାଇବେ ବିମାନବନ୍ଦର ଭଳି ସୁବିଧା। ପାର୍କିଂ, ଶପିଂ, ମେଡିସିନ, ଯାହା ଚାହିଁବେ ତାହା ହାତପାହାନ୍ତାରେ...

ଅସ୍ତିତ୍ୱ ସଙ୍କଟରେ ଶରତ ଚନ୍ଦ୍ର କ୍ଲବ

ପାଲଲହଡା,୫ା୮(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡ଼ାର ପରିଚୟ ପାଲଟିଥିବା ଦୀର୍ଘ ୭୩ ବର୍ଷର ଶରତ ଚନ୍ଦ୍ର କ୍ଲବ ଏବେ ବିପଦସଙ୍କୁଳ ଅବସ୍ଥାକୁ ଚାଲିଆସିଛି। ଏହାର ସମ୍ପୂର୍ଣ୍ଣ...

Advertisement
Archives

Model This Week