ଘରୋଇକରଣ ପ୍ରୀତି

ଦକ୍ଷିଣ ଓଡ଼ିଶାର ବୃହତ୍ତମ ସହର ବ୍ରହ୍ମପୁର ପୌରସଂସ୍ଥାକୁ ୧୫୨ ବର୍ଷ ପୂରିଛି। ୧୦ ବର୍ଷ ତଳୁ ସରକାରଙ୍କ ପକ୍ଷରୁ ମହାନଗର ନିଗମ ମାନ୍ୟତା ମିଳିଛି। ତେଣୁ ବିଭିନ୍ନ ଉନ୍ନୟନ ଯୋଜନା ପାଇଁ ବିପୁଳ ପରିମାଣର ଅନୁଦାନ ଆସୁଛି। ଅନେକ ଜାତୀୟକରଣ ବ୍ୟାଙ୍କ ଶାଖା ଓ ରାଜ୍ୟର ପୁରାତନ ସମବାୟ କେନ୍ଦ୍ର ବ୍ୟାଙ୍କ, ସମବାୟ ଅର୍ବାନ ବ୍ୟାଙ୍କ ଥିବା ସତ୍ତ୍ବେ ନିଗମର ଶହ ଶହ କୋଟି ଟଙ୍କା ୩ ଘରୋଇ ବ୍ୟାଙ୍କରେ କାରବାର ହେଉଛି। ନିଗମ କାର୍ଯ୍ୟାଳୟ ପରିସରରେ ଦୁଇ ଘରୋଇ ବ୍ୟାଙ୍କ ଶାଖା ମଧ୍ୟ ଖୋଲିଛି। ସେହିପରି ମହାନଗରର ୪୦ ୱାର୍ଡ ମଧ୍ୟରୁ ୩୭ ୱାର୍ଡର ସଫେଇ ଓ ପରିମଳ କାର୍ଯ୍ୟ ଘରୋଇକରଣ କରାଯାଇଛି। ଏ ବାବଦରେ ମାସିକ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ସମ୍ପୃକ୍ତ ଠିକା ସଂସ୍ଥାକୁ ପୈଠ କରାଯାଉଛି। ଘରୋଇକରଣ ସତ୍ତ୍ବେ ବିଭିନ୍ନ ସାହିବସ୍ତିରେ କୁଢ଼ କୁଢ଼ ଆବର୍ଜନା ନିୟମିତ ଉଠାଯାଉ ନ ଥିବାରୁ ବିପର୍ଯ୍ୟସ୍ତ ପରିମଳକୁ ପ୍ରମାଣିତ କରୁଛି। ସହରବାସୀଙ୍କୁ ସୁବିଧାରେ ପରିବହନ ସେବା ଯୋଗାଇଦେବା ପାଇଁ ସରକାର ପ୍ରାୟ ୪୦ ସିଟି ବସ୍‌ ଯୋଗାଇଛନ୍ତି। ପରିଚାଳନା ଦାୟିତ୍ୱ ନିଗମ ଓ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)କୁ ନ୍ୟସ୍ତ କରିଛନ୍ତି। ସେଥିନିମନ୍ତେ ଗଞ୍ଜାମ ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଲିଃ ନଁାରେ ଏକ ସଂସ୍ଥା ଗଠନ କରାଯାଇଛି। ଜିଲାପାଳଙ୍କୁ ଏହାର ମୁଖିଆ କରାଯାଇଥିବା ବେଳେ ବିଡିଏ କର୍ତ୍ତୃପକ୍ଷ ଏବଂ ନିଗମ କମିଶନର ଓ ଅନ୍ୟମାନେ ଅଛନ୍ତି। ୨୦୧୩ରୁ ଆରମ୍ଭ ହୋଇଥିବା ସିଟି ବସ୍‌ ସେବା କିଛିଦିନ ପରିବହନ ନିଗମ (ଓଏସ୍‌ଆରଟିସି)କୁ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ବସ୍‌ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ବସ୍‌ ଅବସ୍ଥା ଶୋଚନୀୟ ହୋଇଛି। ପ୍ରତି ବସ୍‌ ପିଛା ଦୈନିକ ମାତ୍ର ଶହେ ଟଙ୍କା ଲେଖାଏ ସେହି ଘରୋଇ ମାଲିକ ପୈଠ କରିବାର ଚୁକ୍ତିନାମା କରାଯାଇଛି। ସେହିପରି ପାଖାପାଖି ୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହଳଦିଆପଦର ଆଧୁନିକ ବସ୍‌ ଟର୍ମିନାଲ ଉଦ୍‌ଘାଟନର ୪ ବର୍ଷ ବିତିଛି । ସେଠାକୁ ଘରୋଇ ବସ୍‌ଗୁଡ଼ିକ ଯିବା ପାଇଁ ମଙ୍ଗୁ ନ ଥିବାରୁ ଟର୍ମିନାଲ ଫାଙ୍କା ପଡ଼ିଛି। ଟର୍ମିନାଲ କାର୍ଯ୍ୟକ୍ଷମ ଉଦ୍ୟମ କରି ନିଗମ କମିଶନର ତଥା ବିଡିଏ ଉପାଧ୍ୟକ୍ଷ ବିଫଳ ହୋଇଛନ୍ତି। ବହୁ ବିଳମ୍ବରେ ମହୁଡ଼ାରେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହେବା ପରେ ଘରୋଇକରଣ କରାଯିବାର ପ୍ରସ୍ତାବ ରହିଛି। ଦୁଇ ପର୍ଯ୍ୟାୟରେ ୧୮ କୋଟି ଟଙ୍କା ବ୍ୟୟରେ ରାମଲିଙ୍ଗମ ପୋଖରୀ ଆଧୁନିକୀକରଣ ତଥା ସୌନ୍ଦର୍ଯ୍ୟକରଣ ଯୋଜନା ୩ ବର୍ଷ ତଳୁ ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ହେବା ପରେ ପରିଚାଳନା ଘରୋଇକରଣ କରାଯିବାର ଆପାତତଃ ନିଷ୍ପତ୍ତି ନିଆଯାଇଛି। ଦୁଇ ତିନିଥର ଶିଳାନ୍ୟାସ ପରେ ବିଡିଏ ପକ୍ଷରୁ ମହାନଗର ଉପକଣ୍ଠ ଆମ୍ବପୁଆରେ ରାଜ୍ୟର ପ୍ରଥମ ରକ ଗାର୍ଡେନ (ପଥର ଉଦ୍ୟାନ) ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ହେବା ପରେ ତାହା ମଧ୍ୟ ଘରୋଇକରଣ କରାଯିବାର ସୁରାକ୍‌ ମିଳିଛି। ଅର୍ଦ୍ଧଶତାବ୍ଦୀର ପୌର ଅତିଥି ଭବନ ଓ ୩୦ ବର୍ଷର ଖଲ୍ଲିକୋଟ କଲେଜ ପାଖ ମ୍ୟୁନିସିପାଲ କଲ୍ୟାଣ ମଣ୍ଡପକୁ ଗତ ମାସରେ ଘରୋଇ ସଂସ୍ଥାକୁ ଲିଜ ସୂତ୍ରରେ ହସ୍ତାନ୍ତର କରାଯାଇଛି। ଏମିତି ଘରୋଇକରଣ ପ୍ରୀତି ବଢ଼ି ଚାଲିଥିବା ସଚେତନ ନାଗରିକଙ୍କ ମଧ୍ୟରେ ଆଲୋଚ୍ୟ ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀର ପ୍ରଭାବ: ପୋଲିସ ଚଢ଼ାଉରେ ଚୋରା କୋଇଲା ଜବତ

ଯୋଡ଼ା, ୧୭।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ବାଂଶପାଣିଠାରେ ଚୋରା କୋଇଲା କାରବାର ସମ୍ପର୍କରେ କିଛି ଦିନ ତଳେ ଧରିତ୍ରୀରେ ଶୀର୍ଷକ...

ନିଶା କବଳରୁ ଯୁବ ସମାଜ ଦୂରେଇ ରହୁ

ଛେଣ୍ଡିପଦା,୨୧।୮(ଡି.ଏନ.ଏ.)-ଛେଣ୍ଡିପଦା ବ୍ଲକ ଜରପଡା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟଠାରେ ମଙ୍ଗଳବାର ରାଜ ସଂସ୍କାର କମିଟି ତୁକୁଡା ଓ ଆମ ପରିବାର ଚକ୍ର ଅନୁଗୋଳର ମିଳିତ ଆନୁକୂଲ୍ୟରେ ମହାତ୍ମା...

ସୋରଡ଼ା ଏନ୍‌ଏସି ଦଖଲ କଲା ବିଜେଡି

ସୋରଡ଼ା,୨୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଏନ୍‌ଏସି ପୌର ନିର୍ବାଚନରେ ବିଜେଡିର ଶିବଶଙ୍କର ପଣ୍ଡା ବିଜୟୀ ହୋଇଛନ୍ତି। ସେ ଭଜପାର ସାଧୀନ ପଣ୍ଡାଙ୍କଠାରୁ ୨୮୮ ଖଣ୍ଡ ଭୋଟ୍‌...

ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବାସୁଦେବପୁର,୩୦।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତା ଇଷ୍ଟକୋଷ୍ଟ କେନାଲ ଛକ ନିକଟରୁ ମଙ୍ଗଳବାର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଚୁଡ଼ାମଣି...

କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଜାମଜୋଡି ପଞ୍ଚାୟତ ଅନ୍ତର୍ଗତ ମାନପୁର ଗ୍ରାମର ଏକ କୂଅରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃ୍‌ତକ...

ପିତାବଳୀଙ୍କ ବାର୍ଷିକ ଯାତ୍ରା ବନ୍ଦ

ଶଙ୍କରାଖୋଲ,୩୦ା୪(ଡି.ଏନ୍‌.ଏ.)- ଚକାପାଦ ବ୍ଲକ ଶଙ୍କରାଖୋଲସ୍ଥିତ ଗ୍ରାମଦେବତୀ ମା’ ପିତାବଳୀଙ୍କର ବାର୍ଷିକ ଯାତ୍ରା ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ଗୁରୁବାର ଅନୁଷ୍ଠିତ ହୋଇଥାଏ। କରୋନା ପାଇଁ ଚଳିତ ବର୍ଷ...

କରୋନା ମୁକାବିଲା: ତିଲେଇବଣି ବ୍ଲକ ଶିକ୍ଷକ ପ୍ରାଥମିକ ସଂଘ ପକ୍ଷରୁ ସହାୟତା

ଦେବଗଡ,୭ା୫(ଡି.ଏନ.ଏ)-କରୋନା ମୁକାବିଲା ପାଇଁ ଗୁରୁବାର ତିଳେଇବଣି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ ଲକ୍ଷ ୯୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।...

ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନକୁ ୫ ଦିନ, ସକାଳୁ ଭକ୍ତଙ୍କ ଲମ୍ବା ଲାଇନ୍‌

ବ୍ରହ୍ମଗିରି,୧୯।୬(ଡି.ଏନ୍‌.ଏ.): ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ ରବିବାର ପଞ୍ଚମ ଦିନରେ ପହଞ୍ଚିଛି । ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ...

Advertisement
Archives

Model This Week