ଘରଭଙ୍ଗା ସହାୟତା: ୮୫୦ କ୍ଷତିଗ୍ରସ୍ତଙ୍କ ଖାତାକୁ ଗଲା ୨୫ ଲକ୍ଷ

ପୁରୀ ଅଫିସ, ୧୫ା୬: ବାତ୍ୟାରେ ପୁରୀ ଜିଲାରେ ବହୁ ଘର ସମ୍ପୂର୍ଣ୍ଣ ଓ ଆଉ କେତେକ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରଶାସନ ପକ୍ଷରୁ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରାଯିବା ପରେ ବିପନ୍ନଙ୍କ ପାଖକୁ ସହାୟତା ରାଶି ପ୍ରଦାନ ଆରମ୍ଭ ହୋଇଛି। ଶୁକ୍ରବାର ନିମାପଡ଼ା ତହସିଲ ଅନ୍ତର୍ଗତ ୮୫୦ ଜଣ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୨୫ ଲକ୍ଷ ଟଙ୍କା ପଠାଯାଇଛି। ପର୍ଯ୍ୟାୟକ୍ରମେ ଏହି ଘରଭଙ୍ଗା ସହାୟତା ରାଶି ପ୍ରଦାନ କରାଯିବ। ନିମାପଡ଼ା ତହସିଲଦାର କମଳଜିତ ଦାଶ କ୍ଷୟକ୍ଷତି ଆକଳନର ରିପୋର୍ଟ ପ୍ରଥମେ ଜିଲା ପ୍ରଶାସନ ନିକଟରେ ଦାଖଲ କରିଥିଲେ। ତେଣୁ ପ୍ରଥମେ ନିମାପଡ଼ା ତହସିଲ ଅଞ୍ଚଳର କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି। ବାତ୍ୟାରେ ଜିଲାରେ ୨,୭୮,୭୬୨ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ୭୪ଟି ପକ୍କା ଘର୮,୯୮୫ କଚ୍ଚା ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ୬,୧୨୭ଟି ପକ୍କା ଘର ଏବଂ ୯୮,୫୮୮ଟି କଚ୍ଚା ଘର ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୧,୧୩,୨୮୧ଟି ପକ୍କା ଘର ଏବଂ ୪୯,୫୨୯ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨,୧୭୮କୁଡ଼ିଆ ଏବଂ ୪୪,୩୭୮ଟି ଗୁହାଳ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଭୟ ନାହିଁ, କେବଳ ବର୍ଷିବ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଆଉ ବାତ୍ୟା ଭୟ ନାହିଁ। କେବଳ ବର୍ଷିବ। ପୂର୍ବରୁ ଦଶହରା ପରେ ପରେ ରାଜ୍ୟରେ ବାତ୍ୟା ସମ୍ଭାବନା ଥିବା ନେଇ କୁହାଯାଉଥିଲା। ହେଲେ ଏବେ...

ଯୁବନେତାଙ୍କୁ ନୂଆ ଦାୟିତ୍ୱ: ପ୍ରଣବଙ୍କୁ ସଂଗଠନ, ସଞ୍ଜୟଙ୍କୁ ମୁଖ୍ୟାଳୟ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦଳର ଯୁବନେତାଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା...

ଶିଶିର କୁମାର ରଥ ନୂଆ ପିସିସିଏଫ୍‌

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ବରିଷ୍ଠ ଆଇଏଫ୍‌ଏସ୍‌ ଅଫିସର ଶିଶିର କୁମାର ରଥଙ୍କୁ ରାଜ୍ୟ ସରକାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ...

ପୁଣି ଧରାପଡ଼ିଲା ନକଲି ଟେଲ୍‌ମା-୪୦

କଟକ ଅଫିସ,୨୩ା୯: ବାରଣ ସତ୍ତ୍ୱେ ନକଲି ମେଡିସିନ କାରବାର ଥମିବାର ନାଁ ଧରୁନି। ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ପକ୍ଷରୁ ଗୁରୁବାର ପୁଣି କଟକର ୩ଟି ଏଜେନ୍ସିରେ...

ମତ୍ସ୍ୟଜୀବୀଙ୍କୁ ସତର୍କ କରାଗଲା

ପୁରୀ ଅଫିସ, ୯ା୧୧: ଫନୀର ତାଣ୍ଡବକୁ ସମ୍ପୂର୍ଣ୍ଣ ଭାବେ ଭୁଲି ପାରି ନ ଥିବା ପୁରୀବାସୀ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ବେଶ୍‌ ଚିନ୍ତିତ ହୋଇପଡିଛନ୍ତି। ଯଦିଓ...

ବାତ୍ୟା ମୁକାବିଲା ପାଇଁ ଟେବୁଲ ଟପ୍‌ ଏକ୍ସରସାଇଜ୍‌

ଜଗତ୍‌ସିଂହପୁର ଅଫିସ,୧୯।୬: ଜଗତ୍‌ସିଂହପୁର ଏକ ବାତ୍ୟା, ବନ୍ୟା ପ୍ରବଣ ଜିଲା। ବର୍ଷା ଋତୁ ଆସିଲେ ଜିଲାର ବିଶେଷକରି ସମୁଦ୍ର ନିକଟବର୍ତ୍ତୀ ଗ୍ରାମଗୁଡିକରେ ଅତୀତର ସ୍ମୃତି ମନେପଡେ।...

ବଡ଼ଚଣା ଥାନାବାବୁଙ୍କ ପାଇଁ ଥାନାରେ ସେବାୟତ, ନୋଟିସ୍‌ ଦେଇ ଛାଡ଼ିିଲା ପୋଲିସ

ପୁରୀ ଅଫିସ,୨୧ା୪:  କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ନିଲମ୍ବିତ ଯାଜପୁର ଜିଲା ବଡ଼ଚଣା ଥାନାଧିକାରୀ ଦୀପକ କୁମାର ଜେନାଙ୍କୁ ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନେବା...

ଓଡ଼ିଶୀ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ...

Advertisement
Archives

Model This Week