ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଅନୁମତି

ନୂଆଦିଲ୍ଲୀ,୧୮ା୪(ପି.ଟି.): କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରଧାନମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟରେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ ବଢ଼ାଇଥିବାବେଳେ ୨୦ ତାରିଖରୁ ଗ୍ରାମାଞ୍ଚଳରେ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯିବ ବୋଲି କହିଥିଲେ। ତଦନୁଯାୟୀ ୨୦ ପରେ ଲକ୍‌ଡାଉନରୁ ବାଦ୍‌ ପଡ଼ିବାକୁ ଥିବା କେତେକ କାର୍ଯ୍ୟର ତାଲିକା ଗତ ୧୫ରେ କେନ୍ଦ୍ର ସରକାର ପ୍ରକାଶ କରିଥିଲେ। ପୁନର୍ବାର ଶୁକ୍ରବାର ଆଉ କେତେକ କାର୍ଯ୍ୟକୁ ସରକାର ଲକ୍‌ଡାଉନ କଟକଣାରୁ ବାଦ୍‌ ଦେଇଛନ୍ତି। ଏହି ସମୟରେ ଗ୍ରାମାଞ୍ଚଳରେ ଜଳଯୋଗାଣ, ପରିମଳ ସମେତ ଅନ୍ୟ ନିର୍ମାଣ କାର୍ଯ୍ୟ କରାଯାଇପାରିବ। ବିଦ୍ୟୁତ ଲାଇନ ଟଣାଯାଇପାରିବ ଓ ଟେଲିକମ୍‌ ଅପ୍ଟିକାଲ ଫାଇବର ତଥା କେବୁଲ ବିଛାଯାଇପାରିବ। ଏଥିସହିତ ଅଣବ୍ୟାଙ୍କିଙ୍ଗ ଫାଇନାନ୍ସ ସଂସ୍ଥା ଏବଂ କୋଅପରେଟିଭ୍‌ କ୍ରେଡିଟ୍‌ ସୋସାଇଟି ଏହି ସମୟରେ ଖୋଲା ରଖିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି ସ୍ବରାଷ୍ଟ୍ର ସଚିବ ଅଜୟ ଭାଲା କହିଛନ୍ତି, ଲକ୍‌ଡାଉନ ବେଳେ ଅନୁସୂଚିତ ଜନଜାତି ଓ ଅନ୍ୟ ବନବାସୀମାନଙ୍କୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ଅମଳ ଓ ପ୍ରକ୍ରିୟାକରଣ ପାଇଁ ସୁଯୋଗ ମିଳିବ। ହାଉସିଂ ଫାଇନାନ୍ସ କମ୍ପାନୀ, ମାଇକ୍ରୋ ଫାଇନାନ୍ସ ସଂସ୍ଥାଗୁଡ଼ିକ ସର୍ବନିମ୍ନ କର୍ମଚାରୀରେ ଚାଲୁ କରିବାକୁ କୁହାଯାଇଛି। ଲକ୍‌ଡାଉନ ବେଳେ ବାଉଁଶ, ନଡିଆ, ଗୁଆ ଓ ମସଲା ଚାରାରୋପଣ ସହ ସେଗୁଡିକର ଅମଳ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ବିକ୍ରି ଓ ବିପଣନକୁ ଅନୁମତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ୪୮ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଅଧିକାଂଶ ଥିଲେ କ୍ୱାରାଣ୍ଟାଇନ ସେଣ୍ଟରରେ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଚିହ୍ନଟ ନୂଆ ୪୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଆଜି ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ମଧ୍ୟରୁ...

ସଡ଼କ ଦୁର୍ଘଟଣାରେ ଉନ୍ନାଓ ବଳାତ୍କାର ପୀଡ଼ିତା ଗୁରୁତର, ୨ ମୃତ

ଲକ୍ଷ୍ନୌ, ୨୮।୭: ଉତ୍ତର ପ୍ରଦେଶର ରାଏବରେଲିରେ ଏକ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଉନ୍ନାଓ ବଳାତ୍କାର ପୀଡିତା ଗୁରୁତର ଆହତ ହେବା ସହ ଜଣେ...

ସାପ୍ତାହିକ ସଂକ୍ରମଣ ୦.୧୮ ପ୍ରତିଶତ…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଗତ ୨୪...

କରୋନାକୁ ହରାଇ ଘରକୁ ଫେରିଲେ କ୍ରୀଡ଼ାଶିକ୍ଷକ

ବୁଗୁଡ଼ା,୨ା୮(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଅନ୍ତର୍ଗତ ବୁଗୁଡ଼ା ପିପୁଲସ କଲେଜର କ୍ରୀଡ଼ା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଶନିବାର ରାତିରେ କରୋନାକୁ ହରାଇ ସୁସ୍ଥ ହୋଇ...

ବିଦ୍ୟୁତ ଆଘାତରେ ମାଙ୍କଡ ଛୁଆ ଆହତ:କୋଳରେ ଧରି ଡାକ୍ତରଖାନାରେ ପହଞ୍ଚିଲା ମା’

ଭୋପାଳ,୬।୧୧: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧ କେଭି ତାରରେ ବାଜି ଏକ ମାଙ୍ଗଡ ଛୁଆ ଆହତ ହେବା ପରେ ତାକୁ...

ସ୍ବାମୀଙ୍କ ସହ ଝଗଡା ହେବାରୁ ୬ ପିଲାଙ୍କୁ କୂଅରେ ଫିଙ୍ଗି ଦେଲେ ମହିଳା

ପୁଣେ,୩୧।୫: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଏକ ସାଧାରଣ କଥା। କିନ୍ତୁ ବେଳେବେଳେ ଏହି ଛୋଟ ଝଗଡା ଅତ୍ୟନ୍ତ ଗମ୍ଭୀର ହୋଇଯାଏ। ମହାରାଷ୍ଟ୍ରର ରାୟଗଡରୁ ଏପରି ଏକ...

୧୪ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ କୂଅକୁ ଗଳିପଡିଲେ ୩୦ ଲୋକ: ଆଉ ତା’ପରେ

ଭୋପାଳ, ୧୬।୭: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୪ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ କୂଅକୁ ୩୦ ଲୋକ ଗଳିପଡିଛନ୍ତି। ମାଟି...

ଦିଲ୍ଲୀରେ ୪ ସଶସ୍ତ୍ର ଆତଙ୍କବାଦୀ: ଉତ୍ତର ଭାରତ ବିମାନବନ୍ଦରରେ ହାଇଆଲର୍ଟ

ନୂଆଦିଲ୍ଲୀ,୪-୧୦:ରାଜଧାନୀ ଦିଲ୍ଲୀ ଉପରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌)ର ନଜର। ଜୈଶ୍‌ର ୪ ସଶସ୍ତ୍ର ଆତଙ୍କବାଦୀ ଦିଲ୍ଲୀରେ ବୁଲୁଛନ୍ତି। ସେମାନେ ପୂଜାଋତୁରେ ଆମତ୍ଘାତୀ ଆକ୍ରମଣ...

Advertisement
Archives

Model This Week