ଗୋରୁ ବ୍ୟବସାୟୀଙ୍କ ଠାରୁ ୮ ଲକ୍ଷ ଲୁଟ୍‌ ଘଟଣା : ମାଷ୍ଟରମାଇଣ୍ଡ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଗିରଫ

ଗଣିଆ,୩୧।୫(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମଠାରେ ଗତ ମାର୍ଚ୍ଚ ୧ ତାରିଖରେ ଜଣେ ଗୋରୁ ବ୍ୟବସାୟୀଙ୍କଠାରୁ ବନ୍ଧୁୁକ ଦେଖାଇ ୮ ଲକ୍ଷ ଲୁଟ୍‌ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ମାଷ୍ଟରମାଇଣ୍ଡ କୁହାଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭରଙ୍କୁ ଗଣିଆ ପୋଲିସ ଗୁରୁବାର ଗିରଫ କରିଛି । ଗିରଫ ଡ୍ରାଇଭର ଜଣଙ୍କ ହେଲେ କଟକ ଜିଲା ପଦାମାଳ ଗ୍ରାମର ନାଗୁଣୀ ସେନ ଓରଫ୍‌ ଗୋପୀନାଥ (୩୫) । ଲୁଟ୍‌ ଘଟଣାରେ ସଂପୃକ୍ତ ଥିବା ଆଉ ୫ଜଣ ଲୁଟେରା ଫେରାର ଅଛନ୍ତି। ଗିରଫ ନାଗୁଣୀଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ।
ଥାନା ସୂତ୍ରରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ୧ତାରିଖରେ କଟକ ଜିଲା କାନପୁର ଥାନା ଅନ୍ତର୍ଗତ ଚଷାବାରବାଟି ଗ୍ରାମର ଗୋରୁ ବ୍ୟବସାୟୀ ଦେବରାଜ ମଲ୍ଲିକ ଏକ ପିକ୍‌ଅପ୍‌ ଭ୍ୟାନ (ନଂ.ଓଡି ୦୨ସି ୦୮୨୧) ଯୋଗେ ଗୋରୁ କିଣିବା ପାଇଁ ଯାଉଥିଲେ । ଗଣିଆ ଥାନା ଜଗନ୍ନାଥପ୍ରସାଦ ଗ୍ରାମ ନିକଟରେ ୨ଟି ବାଇକରେ ୫ଜଣ ଲୁଟେରା ବନ୍ଧୁକ ଦେଖାଇ ଦେବରାଜଙ୍କଠାରୁ ୮ଲକ୍ଷ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ । ଏ ନେଇ ଦେବରାଜ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ନଂ ୮/୧୯ରେ ମାମଲା ରୁଜୁ କରିଥିଲା। ପରେ ନୟାଗଡ ଏସପି ଶଶିଭୂଷଣ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡା ଏସଡିପିଓ ଶ୍ରୀନିବାସ ମହାନ୍ତିଙ୍କ ନେତୃତ୍ୱରେ ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ, କଣ୍ଟିଲୋ ଫାଣ୍ଡି ଅଧିକାରୀ ଜୟପ୍ରକାଶ ପରିଡାଙ୍କ ସମେତ ୫ ଜଣିଆ ପୋଲିସ ଟିମ୍‌ ଗଠନ କରାଯାଇ ଲୁଟେରା ଦଳକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଘଟଣା ପରଠାରୁ ଫେରାର ଥିବା ନାଗୁଣୀଙ୍କୁ ପୋଲିସ ଗୁରୁବାର ପଦାମାଳରୁ ଗିରଫ କରିଥିଲା । ମାଷ୍ଟରମାଇଣ୍ଡ କୁହାଯାଉଥିବା ନାଗୁଣୀ ସେନଙ୍କ ପୂର୍ବ ଯୋଜନା ମୁତାବକ ଖୋର୍ଦ୍ଧା ଅଞ୍ଚଳର ସହଯୋଗୀ ୫ଜଣ ଲୁଟେରା ପିକ୍‌ଅପ୍‌ ଭ୍ୟାନର ପିଛା କରି ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟି ନେଇଥିଲେ। ଏହି ଲୁଟେରା ଦଳ ନୟାଗଡ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ଲୁଟ୍‌ କରୁଥିବା ନାଗୁଣୀ ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଫେରାର ଥିବା ଲୁଟେରାମାନଙ୍କୁ ଖୁବ୍‌ ଶୀଘ୍ର ଧରାଯିବ ବୋଲି ଗଣିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

ଆଶାଠାରୁ ଅଧିକ ଗରମ ହେଲାଣି ପ୍ରଶାନ୍ତ ମହାସାଗର; ଭାରତକୁ ମାଡି ଆସୁଛି ପ୍ରଚଣ୍ଡ ଗରମ ସହ ମରୁଡ଼ିର ବିପଦ…

ନୂଆଦିଲ୍ଲୀ,୧୭।୫: ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ନୂତନ ଚେତାବନୀ ବର୍ତ୍ତମାନ ବିଶ୍ୱବ୍ୟାପୀ ପାଣିପାଗ ବିଭାଗ ମଧ୍ୟରେ ନିରନ୍ତର ଆଲୋଚନାର ବିଷୟ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ ଆଗାମୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ସୁନା କ୍ରୟକୁ ନେଇ ଆସିଲା ବଡ଼ ଖବର, ମୋଦିଙ୍କ ଅପିଲ ପରେ ୧୦ରୁ ୬ ଜଣ ବଦଳାଇଲେ ନିଷ୍ପତ୍ତି: ସର୍ଭେ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ, ଦେଶରେ ସୁନା କ୍ରୟ ସମ୍ପର୍କରେ ସାଧାରଣ ଲୋକଙ୍କ ଭାବନା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। LocalCircles ଦ୍ୱାରା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

NEET ପେପର ଲିକ୍ ପ୍ରସଙ୍ଗ; ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ରାହୁଲ, ଶିକ୍ଷାମନ୍ତ୍ରୀଙ୍କୁ କାହିଁକି….

ନୂଆଦିଲ୍ଲୀ,୧୭।୫: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ NEET ପେପର ଲିକ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ଉଠାଇ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri