Posted inଭଦ୍ରକ

ଗୋପାଳନ ସବ୍‌ସିଡି ଯୋଜନା ବାଟବଣା

ଭଦ୍ରକ ଅଫିସ, ୧୦।୧୨- ଗୋପାଳନକୁ ପ୍ରୋତ୍ସାହନ ଦେବା ଲାଗି ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ଦୃଢ଼ କରିବା ପାଇଁ ସମବାୟ ସମିତି ମାଧ୍ୟମରେ ଋଣ ଯୋଗାଇ ଦେଉଛନ୍ତି। ଚାଷୀମାନେ ଋଣ ନେଇ କିସ୍ତି ପରିଶୋଧ କରୁଥିଲେ ମଧ୍ୟ ସରକାର ଦେଉଥିବା ସବ୍‌ସିଡି ଟଙ୍କା ମିଳୁନାହିଁ। ଫଳରେ ସରକାରଙ୍କ ଯୋଜନା ବାଟବଣା ହୋଇପଡ଼ିଛି। ଭଦ୍ରକ ଜିଲା ଧାମନଗର ବ୍ଲକର ୨ଜଣ ଚାଷୀ ସମବାୟ ସମିତି ମାଧ୍ୟମରେ ଋଣ ନେଇ ପରିଶୋଧ କରିବାର ୫ ବର୍ଷ ବିତିଥିଲେ ବି ଏଯାଏ ସବ୍‌ସିଡି ପାଇନାହାନ୍ତି। ଏ ସମ୍ପର୍କରେ ସନ୍ତୋଷ ମହାପାତ୍ର ନାମକ ଜଣେ ସ୍ଥାନୀୟ ଯୁବକ ରବିବାର ଟୁଇଟରରେ ସମସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଶାସନ ତତ୍ପର ହୋଇଉଠିଛି। ଟୁଇଟ୍‌ର ପ୍ରତ୍ୟୁତ୍ତର ଦେଇ ରବିବାର ବିଳମ୍ବିତ ରାତି ୨ଟାରେ ଭଦ୍ରକ ଜିଲାପାଳ ଏବଂ ପରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଦର୍ଶାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅନହରପୁର ଗାଁର ଗଣେଶ ପ୍ରସାଦ ସେଠୀ ଓ ପ୍ରଭାତୀ ରାଉତ ନାମକ ଦୁଇଜଣ ଚାଷୀ ସ୍ଥାନୀୟ ଶ୍ରୀଜଗନ୍ନାଥ ସେବା ସମବାୟ ସମିତିରୁ ୨୦୧୫ ମାର୍ଚ୍ଚରେ ଗୋପାଳନ ପାଇଁ ଜଣ ପିଛା ୧ ଲକ୍ଷ ୮୦ ହଜାର ଟଙ୍କା ଲେଖାଏ ଋଣ ନେଇଥିଲେ। ସରକାରୀ ନିୟମ ଅନୁଯାୟୀ ୬ ମାସ ଋଣ ପରିଶୋଧ କରିବା ପରେ ସବ୍‌ସିଡି ବାବଦ ଟଙ୍କା ସମବାୟ ବ୍ୟାଙ୍କ ମାଧ୍ୟମରେ ଚାଷୀଙ୍କ ଜମାଖାତାକୁ ଆସିବା କଥା। କିନ୍ତୁ ବ୍ୟାଙ୍କ କର୍ମଚାରୀ ଓ ସମବାୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ୫ ବର୍ଷ ବିତିଯାଇଥିଲେ ବି ସେମାନେ ଟଙ୍କା ପାଇପାରି ନାହାନ୍ତି। ସେମାନେ ବ୍ୟାଙ୍କ ଓ ସମବାୟ ସମିତିକୁ ବାରମ୍ବାର ଧାଇଁ କୌଣସି ସୂଚନା କି ତଥ୍ୟ ନ ପାଇବାରୁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ, ଅଧିକାରୀ ଓ ଜିଲା ପ୍ରଶାସନକୁ ଜଣାଇଥିଲେ। ଏହାସତ୍ତ୍ୱେ କିଛି ସୁଫଳ ମିଳି ନ ଥିଲା। ଏବେ ଟୁଇଟରରେ ଅଧିକାରୀଙ୍କ ପୁନଃ ଦୃଷ୍ଟି ଆକର୍ଷଣ କରି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆ ନ ଗଲେ ଗଣେଶ ଓ ପ୍ରଭାତୀ ଧାରଣା ଦେବା ସହ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଧାମନଗରସ୍ଥିତ ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କ ମ୍ୟାନେଜର ବିଚିତ୍ରାନନ୍ଦ ସାହୁଙ୍କୁ ପଚାରିବାରୁ କହିଛନ୍ତି, ବ୍ୟାଙ୍କର ଭୁଲ୍‌ ପାଇଁ ପ୍ରାୟ ୭ରୁ ୮ଜଣ ଚାଷୀ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆବେଦନ ତାରିଖ ଶେଷ ହୋଇଯାଇଥିବାରୁ ଅଧିକ ସମସ୍ୟା ସୃଷ୍ଟି ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରମଣି ସ୍କୁଲ ଚୋରି ଘଟଣା; ୱାଚମ୍ୟାନକୁ ଉଠାଇନେଲା ଧାମନଗର ପୋଲିସ

ତିହିଡ଼ି,୧।୬(କାଳନ୍ଦୀ ବେହେରା): ଧାମନଗର ଥାନା ଅନ୍ତର୍ଗତ ଇନ୍ଦ୍ରମଣି ଉଚ୍ଚ ବିଦ୍ୟାପୀଠରେ ଘଟିଥିବା ବଡ଼ଧରଣର ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟାଳୟରୁ ଇନଭର୍ଟର, ଦୁଇଟି…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ନଦୀକୂଳରେ ପଡ଼ିଛି ଅଚିହ୍ନା ମହିଳାଙ୍କ ମୃତଦେହ, କେହି ଦୁର୍ବୃତ୍ତ ହତ୍ୟା କରି…

ତିହିଡ଼ି,୨୯ା୫(କାଳନ୍ଦୀ ବେହେରା/ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବୋଡ଼କ ପଞ୍ଚାୟତର ରେବ ନଈକୂଳରୁ ଶୁକ୍ରବାର ସକାଳେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହକୁ ପୋଲିସ ଜବତ…

ବେଆଇନ ଗୋହତ୍ୟା ରୋକିବାକୁ ଜିଲାପାଳ, ଥାନାଧିକାରୀଙ୍କୁ ସ୍ମାରକପତ୍ର

ବନ୍ତ,୨୭ା୫(କିଶୋର କୁମାର ସେଠୀ): ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ-ଉଲ-ଜୁହା (ବକ୍ରିଦ) ପର୍ବ ପାଳନ ହେବାକୁ ଯାଉଥିବା ବେଳେ, ଏହି ସମୟରେ ବେଆଇନ ଗୋହତ୍ୟା ଏବଂ ଗୋ-ଚାଲାଣକୁ ସମ୍ପୂର୍ଣ୍ଣ…

ସ୍କୁଟିରେ ଚାଲାଣ ହେଉଥିଲା ବ୍ରାଉନସୁଗାର, ମାଡ଼ି ବସିଲା ପୋଲିସ

ଧାମନଗର,୨୭ା୫(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବା ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଲଗାମ ଲଗାଇବାକୁ ପୋଲିସକୁ…

ପ୍ରଶାସନର ଅବହେଳା, ଭତ୍ତା ପାଇଁ ୮୨ ବର୍ଷର ବୃଦ୍ଧା ମା’କୁ ଭାରରେ ବୋହିଲେ ପୁଅ

ବନ୍ତ,୨୫।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସମ୍ମୁଖରେ ସୋମବାର ମଧ୍ୟାହ୍ନରେ ଗଣଧାରଣାର ତୃତୀୟ ଦିନରେ ଏକ ଚକିତ ଘଟଣା ଦେଖିବାକୁ ମିଳିଛି…

ବାପାଙ୍କ ମୁଣ୍ଡରେ ବନ୍ଧୁକ, ପୁଅ ବେକରେ ଛୁରି ଲଗାଇ ଦୁର୍ବୃତ୍ତ ଲୁଟିନେଲେ ନଗଦ ଟଙ୍କା ସହ ସୁନାଅଳଙ୍କାର

ଭଦ୍ରକ,୨୩ା୫(ସନାତନ ରାଉତ): ବାପାଙ୍କ ମୁଣ୍ଡରେ ବନ୍ଧୁକ ଓ ପୁଅ ବେକରେ ଛୁରି ଲଗାଇ ଦୁର୍ବୃତ୍ତ ଲୁଟିନେଇଛନ୍ତି ନଗଦ ୨୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର। ଶୁକ୍ରବାର…

ପାଟ୍ରୋଲିଂ ସମୟରେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ, ୩ ଜଣଙ୍କୁ ବାନ୍ଧି ପୋଲିସ କହିଲା…

ତିହିଡ଼ି,୨୩ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ନୂଆନନ୍ଦ -ହାଟୁଆରୀ ଗ୍ରାମ ରାସ୍ତାରେ ଶନିବାର ପୋଲିସ ୨୦. ୫୮ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିସହ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri