ଗୋଚର ପାଲଟିଲାଣି ଲୁଣ ଜମି

ଗଞ୍ଜାମ,୧୭ା୧(ଡି.ଏନ.ଏ.) – ଗଞ୍ଜାମ ଜିଲାର ହୁମ୍ମା ଓ ଗଞ୍ଜାମ ଆଖପାଖ ଅଞ୍ଚଳରେ ହଜାର ହଜାର ଏକର ଲୁଣ ଜମି ଏବେ ଗୋଚର ପାଲଟିଲାଣି। ଲୁଣ ଉତ୍ପାଦନକୁ ଗୁରୁତ୍ୱ ଦିଆ ନ ଯିବା, ଦର ବୃଦ୍ଧି ପାଉ ନ ଥିବା ଆଦି କାରଣରୁ ଚାଷୀମାନେ ଏଥିରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ଗଞ୍ଜାମ ଅଞ୍ଚଳରେ ଲୁଣ ଚାଷ ପାଇଁ କେନ୍ଦ୍ର ସରକାରଙ୍କ ୧,୪୭୨ ଏକର ଜମି ରହିଛି। ସେଥିମଧ୍ୟରୁ ୭୨୯ ଏକର ହୁମ୍ମା ଓ ବିଞ୍ଚଣାପଲ୍ଲୀ ଲବଣ ସମବାୟ ସମିତି ଅଧୀନରେ ଅଛି। ଅବଶିଷ୍ଟ ଜମି ଲିଜଧାରୀଙ୍କ ନାମରେ ରହିଛି। ପୂର୍ବରୁ ଏଠାରେ ଉତ୍ପାଦିତ ଲୁଣକୁ କଷ୍ଟିକ୍‌ ସୋଢ଼ା ପ୍ରସ୍ତୁତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ୟ ରାଜ୍ୟକୁ ନିଆଯାଉଥିଲା। ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗଞ୍ଜାମ ବ୍ଲକର ହୁମ୍ମା ସମେତ ଲକ୍ଷ୍ମୀପୁର, ଝାଡ଼ୁକୁଦା, ମୟୂରପଦା, ନିଳାଦ୍ରୀପୁର, ଖଟୁଆକୁଦା, କଣ୍ଟିଆଗଡ଼, ବିଞ୍ଚଣାପଲ୍ଲୀ, ପୁଇଁତୋଳା ଓ ସୂର୍ଯ୍ୟନାରାୟଣପୁର ଗ୍ରାମର ଲୋକେ ଅନ୍ୟାନ୍ୟ ଚାଷ ସହ ଲୁଣ ଚାଷ ମଧ୍ୟ କରିଥାନ୍ତି। ହେଲେ ସରକାରଙ୍କ ପକ୍ଷରୁ ଲୁଣଚାଷ ପାଇଁ କୌଣସି ପ୍ରୋତ୍ସାହନ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଉନ୍ନତ ପ୍ରଣାଳୀରେ ଧାନ, ପନିପରିବା ଚାଷ କରାଯାଉଥିବା ବେଳେ ଏଥିପାଇଁ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଉନାହିଁ। ପୁଇଁତୋଳା ଗ୍ରାମର ଚାଷୀ ବୃନ୍ଦାବନ ସାହୁ କହିଛନ୍ତି, ବଜାରରେ ସବୁ ଦରଦାମ ବୃଦ୍ଧି ହେଉଥିବା ବେଳେ ଲୁଣଦର ବୃଦ୍ଧି ହେଉନାହିଁ। ଏଥିପାଇଁ ଏହି ଚାଷ କରିବାକୁ ଆଗ୍ରହ ନ ଥିବା ସେ କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ, ଅଦିନିଆ ବର୍ଷା ଯୋଗୁ ଗତ ୩/୪ବର୍ଷ ହେବ ଲୁଣଚାଷରେ କ୍ଷତି ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ମିଳୁ ନ ଥିବା କହିଛନ୍ତି ମୟୂରପଦା ଅଞ୍ଚଳର ଜଣେ ଚାଷୀ । ପ୍ରୋତ୍ସାହନ ମିଳିଲେ ଅଧିକ ଲୁଣ ଉପତ୍ାଦନ ହୋଇପାରନ୍ତା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଚାଷୀ ପରିବାରର ଜଣେ ସଦସ୍ୟ ତଥା ଭାଜପା ନଗର ସଭାପତି ସୁଦାମ ଚରଣ ଜେନା ଳୁଣ ଚାଷ ସମସ୍ୟା ଜଣାଇବା ପାଇଁ ବ୍ରହ୍ମପୁରରେ ଥିବା ଜିଲା କ୍ଷୁଦ୍ରଶିଳ୍ପ ନିଗମ (ଡିଆଇସି) କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଭେଟ ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଲକ୍ଷ୍ମୀପୁର ଅଞ୍ଚଳର ଲୁଣ ବ୍ୟବସାୟୀ କେ. କବିତା ଦୁଇଅଡ଼ା ଲୁଣକୁ ୧୦ ଟଙ୍କା ଓ ୧୫୦ ବସ୍ତାଏ ଲୁଣକୁ ମାତ୍ର ଦେଢ଼ଶହ ଟଙ୍କାରେ ସେ ବିକ୍ରି କରୁଥିବା କହିଛନ୍ତି। ଲୁଣ ବିକି ପରିବାର ଚଳାଇବା କଷ୍ଟକର । ତେଣୁ ଆମ ଲୋକେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି ବୋଲି କବିତା କହିଛନ୍ତି। ଏ ସମ୍ପର୍କରେ ବିଡିଓ ଜ୍ୟୋତି ଶଙ୍କର ରାଏ କହିଛନ୍ତି, ସୋସାଇଟି ପକ୍ଷରୁ ଦାବିପତ୍ର ମିଳିଛି। ଜିଲାପାଳଙ୍କୁ ଅବଗତ କରାଯିବା ପରେ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଖୋଲିବ ଟୁଲ୍‌ ରୁମ୍‌ ତାଲିମ କେନ୍ଦ୍ର

ଭବାନୀପାଟଣା,୨୬।୬(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ୫ଟି ସ୍ଥାନରେ ଟୁଲ୍‌ ରୁମ୍‌ ତାଲିମ କେନ୍ଦ୍ର ଖୋଲିବ। ଏ...

ବ୍ଲକସ୍ତରୀୟ ରଜମଉଜ ଉଦ୍‌ଯାପିତ

ଗଣିଆ,୧୭ା୬(ଡି.ଏନ.ଏ.)- ପୂର୍ବବର୍ଷ ଭଳି ରଜ ଉପଲକ୍ଷେ ଗଣିଆ ପାଟଣାସାହିର ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ବ୍ଲକସ୍ତରୀୟ ରଜ ମଉଜ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉତ୍ସବର ୨ୟ...

ଅଭିଭାବକ ଛାତ୍ରୀଛାତ୍ରଙ୍କ ବିକାଶର ମୂଳଦୁଆ

ଭୁବନ, ୧୪।୯(ଡି.ଏନ.ଏ.)- ଅଭିଭାବକ ହେଉଛନ୍ତି ଛାତ୍ରୀଛାତ୍ରଙ୍କ ବିକାଶର ମୂଳଦୁଆ। ଶିକ୍ଷାର ଅଭିବୃଦ୍ଧିରେ ପିଲାମାନଙ୍କ ଯେତିକି ଭୂମିକା ତା’ଠାରୁ ଢେର ବେଶି ମା’ବାପାଙ୍କର। ଶିକ୍ଷାର୍ଥୀ, ଅଭିଭାବକ ଏବଂ...

ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ଘର ପାଖରେ ବ୍ୟାଙ୍କସେବା

ଭୁବନେଶ୍ୱର,୨୩।୬(ବ୍ୟୁରୋ): କରୋନା ମହାମାରୀ ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକ ଏବଂ ବୟସ୍କ ଭିନ୍ନକ୍ଷମମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସେମାନେ ନିଜର ଜରୁରୀ ବ୍ୟାଙ୍କ ସମ୍ବନ୍ଧିତ କାର୍ଯ୍ୟ...

କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ଉପ ଜିଲାପାଳ

ଭଞ୍ଜନଗର,୨୬।୭(ଡି.ଏନ.ଏ)- ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ କରୋନା ସଂକ୍ରମିତ ପରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବାପରେ ଶନିବାର ଠାରୁ ସେ...

ବ୍ୟାଙ୍କ ମ୍ୟାନେଜରଙ୍କୁ ଘରେ ବନ୍ଦକରି ସର୍ବସ୍ବ ଲୁଟିନେଲେ ଲୁଟେରା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଓ ଏହାର ଉପକଣ୍ଠ ଅଞ୍ଚଳରେ ଡକାୟତ ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱର...

ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଚୂଡ଼ାନ୍ତ

ପୁରୀ ଅଫିସ, ୧୪ା୧୨: ଆସନ୍ତା ୧୬ ତାରିଖ ରବିବାର ପବିତ୍ର ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି...

ବିଏମ୍‌ସି ଅବସରପ୍ରପ୍ତ କର୍ମଚାରୀ ପାଇବେ ପେନସନ

ବ୍ରହ୍ମପୁର ଅଫିସ,୧୮ା୧-ବ୍ରହ୍ମପୁର ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସପ୍ତମ ବେତନ କମିଶନ ସୁପାରିସ ଅନୁସାର ପାଇବେ ପେନ୍‌ସନ। ରାଜ୍ୟ ସରକାରଙ୍କ ମଞ୍ଜୁରୀପତ୍ର ବିଏମ୍‌ସିରେ ପହଞ୍ଚତ୍ଛି ଓ...


Coronavirus Update

Archives

Model This Week

Why Dharitri