ଗୁଣ୍ଡୁରିଆ ଶହୀଦ ଦିବସ ସମାବେଶ

ରାଇରଙ୍ଗପୁର,୭ା୨(ଡି.ଏନ୍‌.ଏ.): ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମ୍‌ଏମ୍‌) ପକ୍ଷରୁ ଗୁରୁବାର ଗୁଣ୍ଡୁରିଆ ଶହୀଦ ଦିବସ ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର କଚେରୀ ପଡ଼ିଆ ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପଡ଼ୋଶୀ ଝାଡ଼ଖଣ୍ଡର ପରିବହନ ଓ ଆଦିବାସୀ ବିଭାଗ ମନ୍ତ୍ରୀ ଚମ୍ପାଇ ସୋରେନ ଏବଂ ଅନ୍ୟତମ ଅତିଥି ଭାବେ ବିଧାୟକ ରାମଦାସ ସୋରେନ (ଘାଟଶୀଳା), ସମୀର ମହାନ୍ତି (ବହଡ଼ାଗୋଡ଼ା) ଏବଂ ସଞ୍ଜୀବ କୁମାର ସର୍ଦ୍ଦାର(ପଟକା) ପ୍ରମୁଖ ଯୋଗଦେଇ
ମୟୂରଭଞ୍ଜ ଜିଲାର ଆଦିବାସୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ରୋଜଗାର କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର ଅବହେଳାକୁ ତୀବ୍ର ସମାଲୋଚନା କରିଥିଲେ। ମୟୂରଭଞ୍ଜ ଜିଲାରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାକୁ ସୁଦୃଢ଼ କରବାକୁ ଦଳର କର୍ମକର୍ତ୍ତା, ଯୁବକ ଓ ମହିଳା କର୍ମୀଙ୍କୁ ଅତିଥିମାନେ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ସମ୍ପାଦକ କଳିଙ୍ଗକେଶରୀ ଜେନା ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଅଞ୍ଜଳୀ ସୋରେନଙ୍କ ସମେତ ମୟୂରଭଞ୍ଜ, ବାଲେଶ୍ୱର ଜିଲାର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଯୁବକ ସଂଘ ପକ୍ଷରୁ ରାସ୍ତା ସଫେଇ ଅଭିଯାନ: ଗ୍ରାମବାସୀଙ୍କ ପ୍ରଶଂସା

କର୍ଲାମୁଣ୍ଡା,୨୭।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ରାଧା ମାଧବ ଯୁବକ ସଂଘ ପକ୍ଷରୁ ଗାଁର ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ଲକ୍ଷ୍ୟରେ…

ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ପଡିଗଲେ ଅଭିନେତା ପିୟୁଷ, ତାପରେ….

ଦେବଗଡ଼,୨୭ା୮(ଶଶାଙ୍କ ଶେଖର ଝାଙ୍କର): ମୁଣ୍ଡ ବୁଲାଇ ମଞ୍ଚରେ ପଡିଗଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ବାରକୋଟ ବ୍ଳକ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଏହି…

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

ଅପହଞ୍ଚ ଗାଁ ପାଣିଖିଆ: ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):୮୦ ବର୍ଷ ହେଲା ସ୍ବାଧୀନତା ମିଳିଲାଣି। ହେଲେ ଏବେବି ଅନେକ ନିପଟ ମଫସଲ ଗାଁରେ ସ୍ବାଧୀନତା ଅପହଞ୍ଚ ପାଲଟିଛି। ଲୁଣା ହେନ୍ତାଳ…

ରାକ୍ଷୀ ପାଇଁ ସହର ଭିଡ଼: ମିଠା ଦେକାନରେ ଚାଲିଛି ପ୍ରସ୍ତୁତି

କେସିଙ୍ଗା,୨୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରଠାରୁ ଗ୍ରାମାଞ୍ଚଳରେ ଆସନ୍ତା କାଲି ଶୁକ୍ରବାର ରାକ୍ଷୀ ପାଳନ କରାଯିବ। ସେଥିପାଇଁ ସହରର ବିଭିନ୍ନ ଛକ, ଜାତୀୟ ରାଜପଥ ୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri