ଭୁବନେଶ୍ୱର, ୧୪।୩ (ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ରାଜ୍ୟ ସରକାର କରୋନା ଭାଇରସ ଡିଜିଜ୍- ୨୦୧୯ ଅର୍ଥାତ୍ କୋଭିଡ଼-୧୯କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ମହାମାରୀ ଆଇନ୍ ୧୮୯୭ର ଧାରା ୨, ୩ ଓ ୪ ବଳରେ କେତେକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ଯାହାକୁ ‘ଓଡ଼ିଶା କୋଭିଡ଼-୧୯ ନିୟମାବଳୀ, ୨୦୨୦’ ବୋଲି କୁହାଯାଉଛି। ଏହି ଅନୁସାରେ ସ୍ବାସ୍ଥ୍ୟ ଓ ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ, ଡିଏମ୍ଇଟି, ସମସ୍ତ ଜିଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ କରୋନା ସଂକ୍ରମଣ ରୋକିବା ପାଇଁ ଅଧିକୃତ କରାଯାଇଛି। କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ସ୍କ୍ରିନିଂର ସ୍ବତନ୍ତ୍ର ସ୍ଥାନ ରହିବ। ସନ୍ଦିଗ୍ଧଙ୍କ ସ୍କ୍ରିନିଂ ସମୟରେ ସେମାନେ କୋଭିଡ-୧୯ ପ୍ରଭାବିତ ଦେଶକୁ ବୁଲିବାକୁ ଯାଇଥିଲେ ନା ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ ତା’ର ରେକର୍ଡ ରଖିବେ। ଏପରି କି କରୋନା ରୋଗୀ କିମ୍ବା ସନ୍ଦିଗ୍ଧ କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ବାବଦରେ ତଥ୍ୟ ରଖାଯିବ। ଗତ ୧୪ ଦିନ ଭିତରେ ପ୍ରଭାବିତ ଦେଶକୁ ଗସ୍ତ କରିଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୪ ଦିନ ପାଇଁ ସ୍ବତନ୍ତ୍ର ନିରୀକ୍ଷଣରେ ଅଲଗା ଭାବେ ରଖାଯିବ। ସନ୍ଦିଗ୍ଧଙ୍କଠାରେ କୋଭିଡ଼-୧୯ର କୌଣସି ଲକ୍ଷଣ ଦେଖାଗଲେ ତାଙ୍କୁ ହସ୍ପିଟାଲରେ ନିରୀକ୍ଷଣରେ ରଖାଯିବ। ଘଟଣାର ସୂଚନା ତୁରନ୍ତ ସମନ୍ବିତ ରୋଗ ନିରୀକ୍ଷଣ କେନ୍ଦ୍ର, ଜିଲାପାଳ କିମ୍ବା ମ୍ୟୁନିସିପାଲ କମିଶନରଙ୍କୁ ଦିଆଯିବ।
ସେହିପରି କରୋନା ସମ୍ବନ୍ଧରେ ଗୁଜବ ରୋକିବା ପାଇଁ ଉକ୍ତ ନିୟମାବଳୀ କଠୋର କରାଯାଇଛି। କୌଣସି ବ୍ୟକ୍ତି, ଅନୁଷ୍ଠାନ ବା ସଂସ୍ଥା ଦ୍ୱାରା କରୋନା ଭାଇରସ ସଂକ୍ରାନ୍ତରେ ତ୍ରୁଟିପୂର୍ଣ୍ଣ ସୂଚନାକୁ ଛାପା, ବୈଦ୍ୟୁତିକ କିମ୍ବା ସାମାଜିକ ଗଣମାଧ୍ୟମରେ ପ୍ରଚାର କରିପାରିବେ ନାହିଁ, ଯେପର୍ଯ୍ୟନ୍ତ ସେହି ତଥ୍ୟ ଜିଲାପାଳ କିମ୍ବା ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଦ୍ୱାରା ଅନୁମୋଦିତ ନ ହୋଇଛି। ଯଦି ଏଭଳି ଅପପ୍ରଚାର କରୁଥିବାର ପ୍ରମାଣ ମିଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବ। କରୋନା ମୁକାବିଲାକୁ ସରକାରୀ ନିୟନ୍ତ୍ରଣରେ ରଖିବା ପାଇଁ ଆଉ କେତେକ କଟକଣା ଲଗାଯାଇଛି। ଘରୋଇ ଲାବୋରାଟୋରିଗୁଡ଼ିକ କୋଭିଡ଼-୧୯ର ପରୀକ୍ଷା କରିପାରିବେ ନାହିଁ। କେବଳ ସରକାରୀ ଆଇଡିଏସ୍ପି ୟୁନିଟ୍ ଜରିଆରେ ନମୁନା ପରୀକ୍ଷା ପାଇଁ ପଠାଇବେ। ଗତ ୧୪ ଦିନ ଭିତରେ କରୋନା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଥିଲେ ସ୍ବେଚ୍ଛାକୃତ ଭାବେ ଜଣାଇବାକୁ କୁହାଯାଇଛି। ରାଜ୍ୟ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୪- ୨୩୯୦୪୬୬ରେ ଫୋନ କରି ଜଣାଇପାରିବେ। କୌଣସି ଲୋକଙ୍କଠାରେ କରୋନା ଲକ୍ଷଣ ଦେଖାଗଲେ ଅଧିକୃତ ଅଧିକାରୀ ତାଙ୍କୁ ସ୍ବତନ୍ତ୍ର ଭାବେ ରଖାଇପାରିବେ। ନିର୍ଦ୍ଦିଷ୍ଟ ଅଞ୍ଚଳରେ ସନ୍ଦିଗ୍ଧ ଚିହ୍ନଟ ହେଲେ ସେଠାକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଇ ପାରିବେ। ସନ୍ଦିଗ୍ଧ ରୋଗୀ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚାହିଁଲେ ସ୍ବତନ୍ତ୍ର ଭାବେ ଏକୁଟିଆ ରଖାଇ ପାରିବେ। ଏସବୁ ନିୟମାବଳୀ ନ ମାନିଲେ ଦଣ୍ଡନୀୟ ଅପରାଧ ବୋଲି ବିଚାର କରାଯିବ। ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଅନୁସାରେ ଉଲ୍ଲଂଘନକାରୀଙ୍କ ଉପରେ ଅଧିକୃତ ଅଧିକାରୀ ଜରିମାନା କରିପାରିବେ।
ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …
ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…
ବାଇକ୍ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…
ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…
ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…
ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…
୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…
କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…
ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ
ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…
୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର
ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…
ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…
ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…
odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…
ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…
Archives

