ଗାନ୍ଧୀ ପାର୍କରେ ଦୁଇଦିନିଆ ପୁଷ୍ପ ପ୍ରଦର୍ଶନୀ ଆରମ୍ଭ, ଆକର୍ଷଣୀୟ ଫୁଲର ସମ୍ଭାର

ପୁରୀ ଅଫିସ, ୧୯ା୧: ଭଳିକି ଭଳି ଫୁଲର ସମ୍ଭାରରେ ବେଶ୍‌ ଆକର୍ଷଣୀୟ ଲାଗୁଛି ଗାନ୍ଧୀ ପାର୍କ। ପାର୍କକୁ ଯେଉଁମାନେ ବୁଲି ଆସିଥିଲେ ସେମାନେ ରଙ୍ଗ ବେରଙ୍ଗର ଫୁଲ ଦେଖି ଅଟକି ଯାଉଥିଲେ। କେହି କେହି ଫୁଲଗୁଡ଼ିକୁ ନିରିଖେଇ ତା’ର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ ତ ଆଉ କେହି ମୋବାଇଲରେ ଫୁଲ ସହିତ ନେଉଥିଲେ ସେଲ୍‌ଫି। ଛୋଟ ପିଲାମାନେ ଫୁଲ କୁଣ୍ଡ ଚାରିପାଖରେ ଦୌଡ଼ିି ଦୌଡ଼ିି ଖୁସି ମନାଉଥିଲେ। ଶନିବାର ଅପରାହ୍ନରେ ଗାନ୍ଧୀ ପାର୍କରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ନେଚର ଲଭର୍ସ କ୍ଲବ ପକ୍ଷରୁ ଗାନ୍ଧୀ ପାର୍କରେ ଆରମ୍ଭ ହୋଇଛି ଦୁଇଦିନିଆ ପୁଷ୍ପ ପ୍ରଦର୍ଶନୀ। ଏହାକୁ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଉଦ୍‌ଘାଟନ କରିବା ସହ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏମିତି ପ୍ରଦର୍ଶନୀ ଫୁଲକୁ ଭଲ ପାଉଥିବା ଲୋକଙ୍କୁ ଅଧିକ ପ୍ରେରଣା ଦେବ। ତେଣୁ ବିଭିନ୍ନ ସ୍ଥାନରେ ଆୟୋଜନ ହେବା ଦରକାର ବୋଲି ଅତିରିକ୍ତ ଜିଲାପାଳ ସାହୁ କହିଥିଲେ।

ଏହି ପ୍ରଦର୍ଶନୀରେ ଗୋଲାପ, ସୂର୍ଯ୍ୟମୁଖୀ, ଡାଲିଆ, ଜିନିଆ, ଗେଣ୍ଡୁ, ଜରବେରା, ସାଲ୍‌ଭିଆ, ସେଲୋସିଆ, ଅର୍ର୍କିଡ ଆଦି ବିଭିନ୍ନ ଫୁଲ ରହିଛି। ଏଥିରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଠାଏ ଠାଏ ଫୁଲଗଛକୁ ସଜାଇ ରଖିଛନ୍ତି। ସତେ ଯେମିତି ଫୁଲ ବଗିଚା ଭଳି ଲାଗୁଛି। ବାସ୍ନାରେ ମହକି ଉଠୁଛି ପରିବେଶ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ କିଛିକ୍ଷଣ ଫୁଲର ପ୍ରେମରେ ମଜିଯାଉଛନ୍ତି। କଂକ୍ରିଟ ଯୁଗରେ ଫୁଲବଗିଚା ଆଉ ଏତେଟା ଦେଖିବାକୁ ମିଳୁ ନ ଥିବାବେଳେ ଏଭଳି ମନୋରମ ଦୃଶ୍ୟ ସମସ୍ତଙ୍କୁ ଦେଉଛି ଭିନ୍ନ ଅନୁଭୂତି। ରବିବାର ଏହା ଉଦ୍‌ଯାପିତ ହେବ। ଚାମ୍ପିୟନ, ରନର୍ସଅପ୍‌ ଏବଂ ଗୋଲାପ ଫୁଲ ବିଭାଗରେ କୁଇନ୍‌ ଫ୍ଲାୱାର ଚୟନ କରାଯାଇ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡ ଟେକିଲାଣି ଡି-ବ୍ରଦର୍ସ ଗ୍ୟାଙ୍ଗ୍‌

କଟକ ଅଫିସ,୧୩।୮: ଅନେକ ଦିନର ବ୍ୟବଧାନ ପରେ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭ୍ରାତାଙ୍କ ଡି-ଗ୍ୟାଙ୍ଗ ସହରରେ ପୁଣି ମୁଣ୍ଡ ଟେକିଲାଣି। ଗ୍ୟାଙ୍ଗର ପୂର୍ବତନ ସଦସ୍ୟଙ୍କୁ ଫେରାଇଆଣି ଧଳସାମନ୍ତ...

୨୦ ପୋଲିସ କର୍ମଚାରୀଙ୍କୁ ମିଳିବ ରାଜ୍ୟପାଳ ପଦକ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ନେଇ ରାଜ୍ୟ ପୋଲିସ କର୍ମଚାରୀଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯିବ। ୨୦୨୧ ପାଇଁ ୪ଜଣ ଆଇପିଏସ୍‌ ଅଧିକାରୀଙ୍କ...

ମନ ଶାନ୍ତ ରଖିଲେ ସଂଗ୍ରାମକୁ ଜୟ କରିହେବ: ବାଗ୍‌ଚୀ

ଭୁବନେଶ୍ୱର,୯ା୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଓ ସ୍ବଚ୍ଛତାକୁ ଅଧିକ ଗୁରୁତ୍ୱ ଦେଇ ସାରା ଦେଶ ଏବେ ଲକ୍‌ଡାଉନରେ ରହିଛି। ୨୧ ଦିନିଆ ତାଲାବନ୍ଦ...

ପୁଟିନ୍‌ ବିରୋଧୀ ଉଦ୍ଧାର

ଭୁବନେଶ୍ବର, ୧ା୧(ବ୍ୟୁରୋ): ଓଡ଼ିଶା ବୁଲିବାକୁ ଆସିଥିବା ରୁଷୀୟ ନାଗରିକ ଆଣ୍ଟୋଭ ପାଭେଲ(୬୫) ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର୍‌ ବିଦାନୋଭ(୬୧)ଙ୍କ ମୃତ୍ୟୁ ପଛର କାରଣ ଏଯାବତ୍‌ ସ୍ପଷ୍ଟ...

ଅସୁସ୍ଥତା ଯୋଗୁ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା: ୧୭ ଦିନ ପରେ ଆତ୍ମହତ୍ୟା କଲେ ସ୍ବାମୀ

ରତ୍ନଗିରି,୨୦ା୬(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଢ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ରଞ୍ଜନ ଦଳେଇ (୨୩) ସ୍ତ୍ରୀଙ୍କ...

‘ଦ୍ୱିତୀୟ ଇନିଂସ୍‌ରେ ଦେଖାହେବ’

ଭୁବନେଶ୍ୱର,୨।୮(ବ୍ୟୁରୋ):ଅଭିନେତା ବାବୁସାନ୍‌ ମହାନ୍ତି, ସ୍ତ୍ରୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଉପୁଜିଥିବା ବିବାଦରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତାହାକୁ ନେଇ ପ୍ରଶଂସକମାନେ ଚାହିଁ...

ଏସ୍‌ସିବିରେ ବନ୍ଦ ରହିବ ନିୟମିତ ଅପରେଶନ

କଟକ ଅଫିସ, ୨୨।୩: କରୋନା ବିଶ୍ୱରେ ମହାମାରୀ ରୂପ ନେଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇ ଥିବା ଜନତା କର୍ଫ୍ୟୁର ପ୍ରଭାବ ଏସ୍‌ସିବି ମେଡିକାଲରେ ମଧ୍ୟ...

ଶୀତ ପାଇଁ ମୌସୁମୀ ବାଧକ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ନଭେମ୍ବର ପହିଲା ପୂର୍ବରୁ ଏହା ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା କ୍ଷୀଣ। ଅକ୍ଟୋବରରେ ଲଗାତର ଲଘୁଚାପ ଯୋଗୁ...

Advertisement
Archives

Model This Week