ଗାଁମୁଣ୍ଡକୁ ଫେରିଛି ସବୁଜିମା

ବନ୍ତ,୨୫।୧୨(ସ୍ବ.ପ୍ର.)-ଗଛ ଓ ପ୍ରକୃତି ଭଗବାନଙ୍କ ବରଦାନ। ଏହାର ସୁରକ୍ଷା ବିନା ପରିବେଶରେ ସନ୍ତୁଳନ ବଜାୟ ରଖିବା ଅସମ୍ଭବ। ଏ ନେଇ ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି। ହେଲେ ଗଛକୁ ଭଲ ପାଇ ଗାଁମୁଣ୍ଡ ଜଙ୍ଗଲର ସୁରକ୍ଷା ଲାଗି ଦୀର୍ଘ ୧୭ବର୍ଷ ଧରି କାର୍ଯ୍ୟ କରି ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଆଡ଼ିଆ ପଞ୍ଚାୟତର ନିମଗଢିଆ (ଜିରିଣା) ଗ୍ରାମର ମଦନ ମୋହନ ଦାସ ଚର୍ଚ୍ଚାକୁ ଆସିଛନ୍ତି। କେହି କେହି ତାଙ୍କୁ ଗଛ ମଣିଷ ବୋଲି କହିଥାନ୍ତି।
ନିମଗଢିଆ ଗ୍ରାମର ପଶ୍ଚିମରେ ଥିବା ରହିଛି ଏକ ଛୋଟିଆ ଜଙ୍ଗଲ। ଏହା ଗାଁକୁ ସବୁଜିମାମଣ୍ଡିତ କରି ରଖିଛି। ଏହି ଜଙ୍ଗଲ ଗାଁକ ୁଦେଇଛି ଏକ ପରିଚୟ। ଏହି ଜଙ୍ଗଲରେ ରହିଛି କୋରେଇ, କଣ୍ଟାକସି, ସିମିଳି, ଅର୍ଜୁନ, ଲୁଣିକୋଳି, ପଳାସ ଆଦି ବିଭିନ୍ନ ପ୍ରକାରର ପ୍ରାୟ ୧୫୦ ରୁ ଊର୍ଦ୍ଧ୍ୱ ପ୍ରଜାତିର ଗଛ । ଆଗରୁ ଏହି ଜଙ୍ଗଲ କ୍ଷୟ ପାଇ ଏକପ୍ରକାର ବୃକ୍ଷଶୂନ୍ୟ ହେବାକୁ ବସିଥିଲା। ପରେ ଗଛ ଲଗାଯାଇ ଯନତ୍ ନିଆଯିବାରୁ ଏବେ ଜଙ୍ଗଲକୁ ଫେରିଛି ସବୁଜିମା। ମଦନ ଦିନରାତି ପରିଶ୍ରମ କରି ଏହି ଜଙ୍ଗଲକୁ ସୁରକ୍ଷା ଦେବା ସହ ସେଠାରେ ଥିବା ଗଛର ଯନତ୍ ନେଉଛନ୍ତି। ତାଙ୍କ ନିଜର ମାତ୍ର ୧୨ ଗୁଣ୍ଠ ଜମି ରହିଛି। ଆର୍ଥିକ ସମ୍ବଳ ଅଭାବରୁ ସେ ପରଘରେ ମୂଲ ମଜୁରି ଲାଗି ପରିବାର ଚଳାଇଥାନ୍ତି। ଏତେ ଅସୁବିଧାରେ ଥାଇ ମଧ୍ୟ ସେ ସମାଜର ହିତ ପାଇଁ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଶଂସା କରିବା ସହ ଉତ୍ସାହିତ କରିଥାନ୍ତି।
ମଦନ କହନ୍ତ, ବର୍ତ୍ତମାନ ନୂତନ ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ଅବାଧରେ ଗଛ କାଟିଚାଲିଛନ୍ତି ା ପରିବେଶ ନଷ୍ଟ ହେଉ ଥିବାରୁ ପଥଚାରୀମାନେ ଖରାରେ ବିଶ୍ରାମ ନେବା ପାଇଁ ଛାଇ ଟିକେ ପାଇ ପାରୁ ନାହାନ୍ତି। ପଶୁପକ୍ଷୀମାନେ ହଉରାଣ ହେଉଛନ୍ତି। ଏ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେବା ଲାଗି ସେ ଗାଁ ମୁଣ୍ଡ ଜଙ୍ଗଲକୁ ଜଗିବା ସହିତ ଗଛଗୁଡ଼ିକର ଯତ୍ନ ନେଉଛନ୍ତି ା ଏହି ଜଙ୍ଗଲରେ ସେ ବନଦେବୀଙ୍କୁ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରୁଛନ୍ତି। ପ୍ରତିବର୍ଷ ମାଘ ସପ୍ତମୀରେ ଗଁାରେ ଯୁବକମାନଙ୍କୁ ନେଇ ସେ ବନ ଦେବୀଙ୍କ ପୂଜା ଧୁମ୍‌ଧାମ୍‌ରେ କରିଥାନ୍ତି। ବନୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବନ ବିଭାଗର କୌଣସି ଅଧିକାରୀଙ୍କର ଏହି ଗ୍ରାମ୍ୟଜଙ୍ଗଲ ପ୍ରତି ଦୃଷ୍ଟି ପଡ଼ିନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଫୁଟ ଗଭୀର କୂଅରେ ଖସିପଡ଼ିିଥିବା ଭାଲୁ ଉଦ୍ଧାର

ଛେଣ୍ଡିପଦା,୧୨।୮(ସ୍ବ.ପ୍ର.) : ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର କୋଶଳା ନିକଟସ୍ଥ ଭାଗଲାକଟା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ କୂଅ ଭିତରେ ଭାଲୁ ପଡ଼ିଥିଲା। ନିକଟସ୍ଥ...

ସ୍ବାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଲେ ଡାକ୍ତର

କଟକ ଅଫିସ, ୨୨।୪: ବର୍ତ୍ତମାନ ସମୟରେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀମାନେ ଏକ ପ୍ରକାର...

ଜଙ୍ଗଲରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର

ବେତନଟୀ, ୧୬।୧୦(ସ୍ବ.ପ୍ର.): ବାଲେଶ୍ୱର-ବାରିପଦା ରାସ୍ତାର ୧୮ନଂ. ଜାତୀୟ ରାଜପଥର କଳମା ଛକ ନିକଟ ଜଙ୍ଗଲରେ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଛାତ୍ରୀଙ୍କ ସହ...

୧୯୬୭ ନମ୍ବରରେ ଚାଷୀ ଧାନବିକ୍ରି ତଥ୍ୟ ପାଇବେ

  ଭଞ୍ଜନଗର,୧୦।୧୨(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡରେ ଚଳିତବର୍ଷ ଖରିଫ୍‌ ଧାନ ଫସଲ ଭଲ ହୋଇଛି । ଲକ୍ଷ୍ୟଠାରୁ ଅଧିକ ଫସଲ ଅମଳ ଆଶା କରାଯାଉଛି। କେତେକ ଅଞ୍ଚଳରେ...

୯ରେ କୋର୍ଟରେ ହାଜର ହେବେ ସୁମିତ୍‌ -ତପସ୍ବିନୀ

ବ୍ରହ୍ମପୁର ଅଫିସ,୩୧।୩: ଡାକ୍ତର ସୁମିତ୍‌ ସାହୁ-ତପସ୍ବିନୀ ଦାସଙ୍କ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ଆସନ୍ତା ୯ ତାରିଖରେ ହାଜର ହେବା ଲାଗି ସ୍ତ୍ରୀ-ସ୍ବାମୀଙ୍କୁ ହାଇକୋର୍ଟ...

ସ୍ମାର୍ଟ ହେଲ୍‌ଥ କାର୍ଡରେ ଯୋଡ଼ିହେଲା କେନ୍ଦୁଝର

ଭୁବନେଶ୍ୱର(ବ୍ୟୁରୋ)/କେନ୍ଦୁଝର (ସ୍ବ.ପ୍ର./ଡି.ଏନ୍‌.ଏ.), ୧୮।୧୧: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲ୍‌ଥ କାର୍ଡ ସ୍କିମ୍‌ରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଯୋଡ଼ିହୋଇଛି। କେନ୍ଦୁଝର ଜିଲା ସଂସ୍କୃତି...

ସ୍ୱାମୀ ସ୍ତ୍ରୀ ଏକାଠି ପିଇଲେ ବିଷ

ସମ୍ବଲପୁର,୬ା୧୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଶାଳା ଫାଣ୍ଡି ଝାରମୁଣ୍ଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ସ୍ୱାମୀ ଟଙ୍କଧର ମହାକୁଡ଼ଙ୍କ ମୃତ୍ୟୁର ଦିନକ ପରେ...

ମୃତକଙ୍କ ନଁ।ରେ ଭତ୍ତା ଟଙ୍କା ହଡ଼ପ ଘଟଣା :ବ୍ଲକ ପ୍ରଶାସନ, ଜିଲା ସାକପମାଜିକ ସୁରକ୍ଷା ଅଧିକାରୀଙ୍କ ତଦନ୍ତ

ଦାରିଙ୍ଗବାଡ଼ି,୩୧।୮(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତରେ ମୃତକଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ ଘଟଣାର ବିଡିଓ ତ୍ରିଲୋଚନ ପାତ୍ର ଏବଂ ଜିଲା ସାମାଜିକ ସୁରକ୍ଷା ଅଧିକାରୀ...

Advertisement
Archives

Model This Week