ଗରିବ ଓ ଅସହାୟଙ୍କୁ ଚାଉଳ, ଡାଲି ବାଣ୍ଟିଲେ ବିଧାୟକ

ଭଦ୍ରକ ଅଫିସ,୧୪।୪: କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ରାଜ୍ୟରେ ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁଁ ରାଜ୍ୟରେ ଅନେକ ପରିବାର ମୁଠେ ଖାଇବା ପାଇଁ ସଂଗ୍ରାମ କରୁଛନ୍ତି। ଅନ୍ୟପଟେ ରାଜ୍ୟବାସୀ ଯେପରି ଭୋକିଲା ନ ରୁହନ୍ତି ସେଥିପ୍ରତି ମୁଖ୍ୟମନ୍ତ୍ରୀ ସଜାଗ ହେବା ସହ ଅଧିକାରୀଙ୍କୁ ତାଗିଦ୍‌ ମଧ୍ୟ କରିଛନ୍ତି। ସମସ୍ତ ସରକାରୀ ଯୋଜନା ମାଧ୍ୟମରେ ସେମାନଙ୍କୁ ରନ୍ଧା ଖାଦ୍ୟଠାରୁ ଆରମ୍ଭ କରି ଭତ୍ତା ଓ ଟଙ୍କା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯେଉଁମାନେ ଏଥିରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପାଇଁ ବିଧାୟକମାନେ ନିଜ ପ୍ରଚେଷ୍ଟାରେ ଖାଦ୍ୟ ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳୁଛି। ଏପରିସ୍ଥଳେ ଭଦ୍ରକ ପୌରପାଳିକା ଅଧିନସ୍ଥ ୩୦ଟି ୱାର୍ଡରେ ଯେଉଁମାନେ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି କିମ୍ବା ସେମାନଙ୍କ ପାଖରେ ରାଶନ କାର୍ଡ ନାହିଁ ସେଭଳି ଗରିବ ଓ ଅସହାୟ ପରିବାରଙ୍କୁ ଭଦ୍ରକ ବିଧାୟକ ସହାୟତାର ହାତ ବଢ଼ାଇଛନ୍ତି। ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ସେମାନଙ୍କୁ ୧୦ କେଜି ଚାଉଳ ଏବଂ ଡାଲି ଯୋଗାଇ ଦେଇଛନ୍ତି। ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ହଜାରେରୁ ଊର୍ଦ୍ଧ୍ୱ ଗରିବ ପରିବାରଙ୍କ ପାଇଁ ବିଭିନ୍ନ ୱାର୍ଡରେ ରାଶନର ବ୍ୟବସ୍ଥା କରାଯାଇଥିବା ବେଳେ ଏହା ପର୍ଯ୍ୟାୟ କ୍ରମେ ଜାରି ରହିବ ବୋଲି ବିଧାୟକ ମଲ୍ଲିକ କହିଛନ୍ତି । ତେବେ ରାଶନ ନେବା ସମୟରେ ସମସ୍ତେ ସାମାଜିକ ଦୂରତ୍ୱକୁ ମାନି ଚଳିବା ପାଇଁ ବିଧାୟକ ସମସ୍ତଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିତି ଅନୁଧ୍ୟାନ କଲା ଜିଲା ସ୍ବାସ୍ଥ୍ୟ ଟିମ୍‌

କୋକସରା,୨୭।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଦୁର୍ଗମ ଟିର୍ଲିଆମ ଗ୍ରାମରେ ୧୮ ଓ ୧୯ ତାରିଖରେ ଝାଡ଼ାବାନ୍ତିରେ ୬ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ...

୯୦ ପ୍ରତିଶତ କରୋନା ଆକ୍ରାନ୍ତ ନିଜକୁ ଅସୁରକ୍ଷିତ ମଣୁ ନାହାନ୍ତି, ଅଧିକ ମୃତ୍ୟୁ ଆଶଙ୍କା ଘନଉଛି…

ନୂଆଦିଲ୍ଲୀ, ୨୦।୬ : ଦୁଇ ବର୍ଷ ପରେ କରୋନା ସଂକ୍ରମଣ ବଢୁଥିବାରୁ ବିଶେଷଜ୍ଞମାନେ ଲୋକଙ୍କ ଅସାବଧାନତା ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଦେଶରେ ସଂକ୍ରମଣ ବୃଦ୍ଧି...

ନାଲ୍‌କୋ ସ୍କୁଲରେ ପାତରଅନ୍ତର ଅଭିଯୋଗ: କ୍ଷତିଗ୍ରସ୍ତଙ୍କ ପିଲାଙ୍କୁ ଅଣଦେଖା

ବଅଁରପାଳ, ୨୬।୪ (ଡି.ଏନ୍‌.ଏ.)- ଅନୁଗୋଳ ଜିଲାର ବଅଁରପାଳଠାରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପାଇଁ ବହୁ ଲୋକ ଚାଷ ଜମି ଓ ଭିଟା ମାଟି...

ବଛ୍‌ରେ ହେଲା ଥଁଡା ପାଏନ୍‌ ପ୍ରକଳ୍ପ ଅଚଲ : ଉଲ୍‌ଗୁଲାନର ଚେତାବନୀ ଦେଲା ବେଉସାୟୀ ସଂଘ

ମନମୁଣ୍ଡା, ୯।୬ (ଡି.ଏନ.ଏ): – ବୌଦ୍ଧ ଜିଲା ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବାଡ଼ାକେ ଲାଗି ୨୦୧୬ ସାଲେ ୩ ଲାଖ୍‌ ଟଁକା ଖରଚ୍‌ରେ ଗୁଟେ...

ଅର୍ଥାଭାବ ଯୋଗୁ ଚିକିତ୍ସାରୁ ବଞ୍ଚତ୍ତ ଯୁବକ

ଯାଜପୁର ଟାଉନ,୧୩ା୧(ଡିଏନ୍‌ଏ): ରାଜ୍ୟ ସରକାର ସାଧାରଣଙ୍କ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ସାଧାରଣ ଲୋକଙ୍କ ପାଖରେ ତାହା ପହଞ୍ଚତ୍ ପାରୁନାହିଁ। ଅନ୍ଧ ବିଶ୍ୱାସର...

ପଟ୍ଟାମୁଣ୍ଡାଇରେ ବଢୁଛି ନକଲି ଔଷଧ କାରବାର

ପଟ୍ଟାମୁଣ୍ଡାଇ,୧୧।୧୦ (ସ୍ବ.ପ୍ର.):ରୋଗରୁ ଆରୋଗ୍ୟ ଲାଭ ପାଇଁ ମନୁଷ୍ୟ ସେବନ କରୁଥିବା ଔଷଧ ଏବେ ମୃତ୍ୟୁର କାରଣ ସାଜିପାରେ ଏହା କେହି କଳ୍ପନାରେ ସୁଦ୍ଧା ଭାବି ପାରିବେ...

ଚିଠି ଲେଖି ସରକାର ନୀରବ

ଭୁବନେଶ୍ୱର,୧୭ା୬(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରରୁ ଆସନ୍ତା ୧ ତାରିଖରେ ସ୍ଥାନାନ୍ତର ହୋଇଯିବ। ଏହି କାର୍ଯ୍ୟାଳୟ କୋଲକାତା...

ଉପକୂଳ ଜୈବ ବିବିଧତା ସୁରକ୍ଷାରେ ସୌମ୍ୟ

କ୍ଲାଇମେଟ୍‌ ଚେଞ୍ଜ: ଦି ପାୱାର ଅଫ୍‌ ୟୁଥ୍‌ :  ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ...

Advertisement
Archives

Model This Week