ଗଞ୍ଜେଇ ବ୍ୟବସାୟକୁ ନେଇ ୨ଭାଇଙ୍କୁ ଅପହରଣ ଉଦ୍ୟମ: ଜେଲ କର୍ମଚାରୀଙ୍କ ସମେତ ୭ ଗିରଫ

ଦାରିଙ୍ଗବାଡ଼ି,୧୧।୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ୨ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୭ ଅପହରଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବାଲିଗୁଡ଼ା ସବ୍‌ଜେଲର କର୍ମଚାରୀ ସୁବାସ ଚନ୍ଦ୍ର ବେହେରଦଳାଇ ଏବଂ ସୁପାରି ନେଇଥିବା ମୁନା ସାହୁ, ରବି ଗୌଡ଼, ସୁବରାମ ନାୟକ, ବାଲାଜୀ ଗୌଡ଼, ବୋଲେରୋ ଚାଳକ ପି.ସତ୍ୟମ ରେଡ୍ଡୀ ଏବଂ ଉମା ବିଶୋୟୀ। ସମସ୍ତ ଅଭିଯୁକ୍ତଙ୍କ ଘର ଗଞ୍ଜାମ ଜିଲା ଆସିକା, ହିଞ୍ଜିଳିକାଟୁ ଏବଂ ବ୍ରହ୍ମପୁର ଅଞ୍ଚଳରେ ବୋଲି ପୋଲିସ କହିଛି। ନଂ.୭୦/୧୯ରେ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କ ଠାରୁ ଏକ ମାଉଜର, ଛୁରି, ୮ ମୋବାଇଲ ଫୋନ ଜବତ ହୋଇଥିବା ଆଇଆଇସି ଅଲେଖ ଗରଡ଼ିଆ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୂର୍ବାହ୍ନ ୧୧ଟାରେ ବୋଲେରୋ (ନଂ.ଓଡି-୦୭ଟି-୨୬୦୦)ରେ ଦାରିଙ୍ଗବାଡ଼ି ଦେଇ ବୁଲୁ ନାୟକ ଓ ତାଙ୍କ ଭାଇ ବ୍ରଜକିଶୋରଙ୍କୁ ଅପହରଣ କରି ନିଆଯାଉଥିଲା। ବୁଲୁ ଚାରିଛକରେ ବୋଲେରୋରୁ ଡେଇଁ ଥାନାରେ ପହଞ୍ଚତ୍ଥିଲେ। ଅପହରଣକାରୀଙ୍କ କବଳରେ ତାଙ୍କ ଭାଇ ଥିବା ଆଇଆଇସିଙ୍କୁ କହିଥିଲେ। ଆଇଆଇସି ଗରଡ଼ିଆ ସଦଳବଳ ଦୁର୍ବୃତ୍ତଙ୍କ ପିଛା କରି ଗାଜଲବାଡ଼ି ଘାଟିରେ ଗାଡ଼ି ଚକାକୁ ଗୁଳିମାଡ କରି ଦୁର୍ବୃତ୍ତଙ୍କୁ କାବୁ କରିଥିଲେ। ଏଥିରେ ଜେଲ କର୍ମଚାରୀ ସମ୍ପୃକ୍ତ ଥିବା ଜାଣି ବାଲିଗୁଡ଼ା ଏସ୍‌ଡିପିଓ ବିନିତ ଅଗ୍ରୱାଲଙ୍କୁ ଅବଗତ କରାଇଥିଲେ। ପରେ ଏସ୍‌ଡିପିଓ ଜେଲ କର୍ମଚାର ବେହେରାଦଳାଇଙ୍କୁ ଦାରିଙ୍ଗବାଡ଼ି ଥାନାକୁ ଆଣି ପଚରାଉଚରା ପରେ ସମସ୍ତ ତଥ୍ୟ ପଦାକୁ ଆସିଥିଲା। ଅପହୃତ ବୁଲୁ କୌଣସି ଏକ ମାମଲାରେ ପୂର୍ବରୁ ବାଲିଗୁଡ଼ା ଜେଲରେ ରହିଥିଲେ। ସେଠାରେ ଜେଲ କର୍ମଚାରୀ ସୁବାସଙ୍କ ସହ ସମ୍ପର୍କ ହୋଇଥିଲା। ଜେଲରୁ ବାହାରିବା ପରେ ସୁବାସ ତାଙ୍କୁ ଗଞ୍ଜେଇ ପାଇଁ ୧ଲକ୍ଷ ଟଙ୍କା ଆଗୁଆ ଦେଇଥିଲେ। ତେବେ ବୁଲୁ ଟଙ୍କା ଖର୍ଚ୍ଚ କରିଦେଇ ଧରାଛୁଅଁା ଦେଇନଥିଲେ। ସୁବାସ ତାଙ୍କୁ ଅପହରଣ କରିବାକୁ ଯୋଜନା କରି ଗଞ୍ଜାମ ଅଞ୍ଚଳର ଅଭିଯୁକ୍ତମାନଙ୍କୁ ସୁପାରି ଦେଇଥିଲେ। ଗୁରୁବାର ବୁଲୁ ଏବଂ ତାଙ୍କ ଭାଇ ବାଇକରେ ଯାଉଥିବା ବେଳେ ଅଭିଯୁକ୍ତମାନେ ଅପହରଣ କରି ଗଞ୍ଜାମ ଜିଲା ଅଭିମୁଖେ ନେଇଯାଉଥିଲେ। ଦାରିଙ୍ଗବାଡ଼ି ଠାରେ ବୁଲୁ ବୋଲେରୋରୁ ଡେଇଁ ପଡିବା ପରେ ଅପହରଣ ଯୋଜନା ପଣ୍ଡ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ କଲେଜରେ ଅଣଛାତ୍ର ପ୍ରବେଶ: ଅଘଟଣ ପୂର୍ବରୁ ଉଠାଇନେଲା ପୋଲିସ

ଗଞ୍ଜାମ,୩୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ କଲେଜରେ ବୁଧବାର କିଛି ଅଣ ଛାତ୍ର ପ୍ରବେଶକୁ ନେଇ କଲେଜ ଛାତ୍ରୀଛାତ୍ର ଓ ଅଧ୍ୟାପିକା /ଅଧ୍ୟାପକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l କିନ୍ତୁ...

ଲାଞ୍ଚ ନେବା ଘଟଣା: କୋର୍ଟ ଚାଲାଣବେଳେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଜନସ୍ବାସ୍ଥ୍ୟ ଅଧିକାରୀ

ବରଗଡ଼ ଅଫିସ,୨୦ା୪: ଲାଞ୍ଚ ନେବାବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳବତୀ ସାହୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ...

ଖଣ୍ଡଗିରିରୁ ଇନୋଭା ଲୁଟ ଘଟଣା ଯଦୁପୁରରୁ ଗାଡି ଜବତ, ୨ଜଣଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଗତ ସପ୍ତାହରେ ଖଣ୍ଡଗିରି ଅଞ୍ଚଳରୁ ଲୁଟ୍‌ ହୋଇଥିବା ଏକ ଇନୋଭା ଗାଡ଼ିକୁ ସ୍ପେଶାଲ ସ୍କ୍ବାଡ ପୋଲିସ ଯଦୁପୁରରୁ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ...

ଆଜି ବିଆର୍‌ଏସ୍‌ରେ ମିଶିବେ ଗମାଙ୍ଗ

ଭୁବନେଶ୍ୱର,୨୭ା୧(ବ୍ୟୁରୋ): ଭାଜପା ଛାଡ଼ିଥିବା ବରିଷ୍ଠ ନେତା ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଶୁକ୍ରବାର ବିଆର୍‌ଏସ୍‌ରେ ମିଶିବେ। ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର...

ପରକୀୟା ପ୍ରୀତି ପାଇଁ ହତ୍ୟା

କଟକ ଅଫିସ,୨୧।୬: ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା। ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କ ପ୍ରେମିକଙ୍କୁ ସ୍ବାମୀ ଏକ ଛୁରିରେ ହତ୍ୟା କରିଛନ୍ତି। ଏଥିସହ ଆକ୍ରମଣରେ ସ୍ତ୍ରୀ ଗୁରୁତର...

ଏକତା ରଖି ସଂଗଠିତ ହେବାକୁ ଆହ୍ବାନ

ଛତ୍ରପୁର,୧।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ସୋମବାର ଗୋପାଳପୁର ବନ୍ଦର ନିକଟ ଆର୍ଯ୍ୟପଲ୍ଲୀ କମ୍ୟୁନିଟି୍‌ ହଲ୍‌ରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି।...

ଆଜିକୁ ମିଶାଇ ଦ୍ୱିତୀୟ ଥର ଲାଗି ତୁଲାଇ ପାରିନି ସ୍ନାନଯାତ୍ରା ସେବା: ଗଜପତି

ପୁରୀ ଅଫିସ,୫।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶୁକ୍ରବାର ମହାପ୍ରଭୁ ସ୍ନାନମଣ୍ଡପରେ ବିଜେ କରି ହାତୀ ବେଶରେ ଦର୍ଶନ ଦେଉଛନ୍ତି। ନିର୍ଘଣ୍ଟ ସମୟରେ ମହାପ୍ରଭୁଙ୍କ ଜଳଲାଗି କରାଯିବା...

ଗଞ୍ଜାମରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଛତ୍ରପୁର,୨୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ୪୯ ବର୍ଷୀୟ ବ୍ୟକ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା...

Advertisement
Archives

Model This Week