ଜୁନାଗଡ଼,୨୧ା୧୧(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶେଷ ବିଲ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶନିବାର ଜୁନାଗଡ଼ ଏନ୍ଏସିର ଏମ୍ଆଇଏସ୍ ଆସିଷ୍ଟାଣ୍ଟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଜଣେ ଆବାସ ଯୋଜନା ହିତାଧିକାରୀଙ୍କ ଘର ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଶେଷ ବିଲ ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ କର୍ମଚାରୀ ୭ ହଜାର ଟଙ୍କା ଦାବି କରିଥିଲେ। ଏନେଇ ହିତାଧିକାରୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଶନିବାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଧିକ ପଚରାଉଚରା ଓ ତଦନ୍ତ ପାଇଁ ଭବାନୀପାଟଣାସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଛନ୍ତି।
ପ୍ରକାଶ ଥାଉକି, ଏହାର ଦୁଇ ଦିନ ପୂର୍ବରୁ ଗୁରୁବାର ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଓ ତାଙ୍କ ଡ୍ରାଇଭର ପଙ୍କଜ ସିପକା ୧୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଜମିର କିସମ ପରିବର୍ତ୍ତନ ଓ ସଂଶୋଧିତ ପଟ୍ଟା ପ୍ରଦାନ ମାମଲାରେ ଏହି ଘଟଣା ଘଟିଥିଲା। ଶୁକ୍ରବାର ଜାମିନ ନ ମିଳିବାରୁ ତହସିଲଦାର ଓ ତାଙ୍କ ଡ୍ରାଇଭର ଜେଲ ଯାଇଥିଲେ।ଲଗାତାର ଦୁଇ ଦିନରେ ଜିଲାର ଦୁଇଟି ସରକାରୀ କାର୍ଯ୍ୟାଳୟର କର୍ମଚାରୀ ଲାଞ୍ଚ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ଜିଲାର ଚର୍ଚ୍ଚାର ବିଷୟ ହୋଇଛି।
ଭିଜିଲାନ୍ସ ଜାଲରେ ଏମ୍ଆଇଏସ୍, ଆବାସ ଯୋଜନା ବିଲ୍ କରାଇବାକୁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ
ପାକିସ୍ତାନ ଗସ୍ତ ପାଇଁ ମୋଦିଙ୍କୁ ନିମନ୍ତ୍ରଣ, ପ୍ରଧାନମନ୍ତ୍ରୀଙ୍କ ଯୋଜନାର ପ୍ରଶଂସା କଲେ ମୁସାଦିକ ମଲିକ
ନୂଆଦିଲ୍ଲୀ/ଇସଲାମାବାଦ,୨୧।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ପର୍କ ଲାଗି ରହିଥିବା ବେଳେ, ଦିଲ୍ଲୀରେ ଦିଆଯାଇଥିବା ଏକ ବିବୃତ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ‘ଏସସିଓ ସିଭିଲାଇଜେସନାଲ…
ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ସାକ୍ଷୀଗୋପାଳ
ସାକ୍ଷୀଗୋପାଳ,୨୧ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ମାସ ଶୁକ୍ଲପକ୍ଷ ବଡ଼ ଏକାଦଶୀ ତଥା ଦେବ ଉତ୍ଥାପନ ଏକାଦଶୀ ତିଥିରେ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ…
ଭାରତ ନା ପାକିସ୍ତାନ, ଏସିଆ କପର ‘ରାଇଜିଂ ଷ୍ଟାର୍ସ’ଙ୍କ ମଧ୍ୟରେ କେଉଁ ଦଳ ଅଧିକ ଶକ୍ତିଶାଳୀ? ଜାଣନ୍ତୁ…
ନୂଆଦିଲ୍ଲୀ,୨୧।୧୧: ୨୦୨୬ ଏସିଆ କପ ‘ରାଇଜିଂ ଷ୍ଟାର୍ସ’ ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ଚମତ୍କାର ଆରମ୍ଭ କରିଛି ଏବଂ ନେପାଳ ବିପକ୍ଷରେ ୩୦୬ ରନର ବିଶାଳ ବିଜୟ ହାସଲ…
‘ଖ୍ରୀଷ୍ଟିଆନଙ୍କଠାରୁ ବଢ଼ିଯିବେ ମୁସଲମାନ’, ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ୱତନ ଅଫିସରଙ୍କ ବଡ଼ ବୟାନ, ଶୀଘ୍ର ବିବାହ କରି ଆମେରିକୀୟମାନେ ଅଧିକ ପିଲା ଜନ୍ମ କରନ୍ତୁ…
ଓ଼୍ବାଶିଂଟନ,୨୧।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ୱତନ ପ୍ରେସ ସେକ୍ରେଟାରୀ କ୍ୟାରୋଲିନ ଲେଭିଟ ଏକ ନୂଆ ବିତର୍କ ଆରମ୍ଭ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ…
ଦୈନନ୍ଦିନ ଜୀବନ, କାର୍ଯ୍ୟଧାରାରେ ପରିବର୍ତ୍ତନ ଦରକାର: ଅଭିନେତ୍ରୀ ଅର୍ଚ୍ଚିତା
ଆମେ ସଚେତନ ହୋଇ ଦୈନନ୍ଦିନ ଜୀବନ ଓ କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିଲେ ହିଁ ଏକ ସୁନ୍ଦର ପରିବେଶ ସୃଷ୍ଟି କରିପାରିବା। ପାଣି, ଶବ୍ଦ ଓ ବିଦ୍ୟୁତ୍କୁ କମ୍…
ୱାର୍ଡ ମେମ୍ୱରଙ୍କ ଠାରୁ ସରପଞ୍ଚ ପର୍ଯ୍ୟନ୍ତ ମାସକୁ କେତେ ଟଙ୍କା ଦରମା ମିଳେ? ସତ ଜାଣିଲେ ତାଜୁବ ହେବେ
ନୂଆଦିଲ୍ଲୀ,୨୧।୧୧: ରାଜସ୍ଥାନର ୩୭ଟି ଜିଲାରେ ହୋଇଥିବା ପଞ୍ଚାୟତିରାଜ ନିର୍ୱାଚନ ୨୦୨୬ର ଫଳାଫଳ ରାଜ୍ୟ ରାଜନୀତିରେ ହଲଚଲ ବଢ଼ାଇ ଦେଇଛି। ରାଜ୍ୟ ନିର୍ୱାଚନ ଆୟୋଗଙ୍କ ତାଜା ତଥ୍ୟ ଅନୁଯାୟୀ,…
୨.୩ କିମି ଖାଲି ପାଦରେ ଚାଲି ପ୍ରୋଟକଲ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ବିଜୟ: ବିଧାୟକଙ୍କ କୋକେଇରେ ଦେଲେ କାନ୍ଧ, ପ୍ରଶଂସକଙ୍କ ଆଖିରେ ଲୁହ
ଚେନ୍ନାଇ,୨୧।୧୧: ତାମିଲନାଡୁରେମାନବିକତା ଓ ସମ୍ମାନର ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି। ଦିବଙ୍ଗତ ଟିଭିକେ (TVK) ବିଧାୟକ ଭି.ଏସ. ବାବୁଙ୍କୁ ଶେଷ ବିଦାୟ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ…
‘ମୁଁ ଗ୍ଲେନ ଫିଲିପ୍ସଙ୍କୁ କିଛି ପାନୀୟ ପିଆଇବି’… ନିଜର ଶତକୀୟ ଇନିଂସ ପରେ କାହିଁକି ଏମିତି କହିଲେ କେ.ଏଲ. ରାହୁଲ? ଜାଣନ୍ତୁ…
ନୂଆଦିଲ୍ଲୀ,୨୧।୧୧: ୱେଲିଂଟନରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ପରସ୍ପରର ମୁକାବିଲା କରୁଛନ୍ତି। କେ.ଏଲ. ରାହୁଲଙ୍କ ଶତକ (୧୩୬ ରନ) ବଳରେ, ତୃତୀୟ ଦିନର…

