ଗଛ ସ୍ଥାନାନ୍ତର କାର୍ଯ୍ୟ ବିଳମ୍ବ,: ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଗୋପାଳପୁରଠାରୁ ରାଇପୁରକୁ ଜାତୀୟ ରାଜପଥ ସଂଯୋଗ ହୋଇଛି। ଏହାର ସଂପ୍ରସାରଣ କାର୍ଯ୍ୟ ଏବେ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ଚାଲିଛି।  ତେବେ ରାସ୍ତାକଡ଼ର ବଡ଼ବଡ଼ ଗଛ ପୂବର୍ର୍ଭଳି କଟା ନ ଯାଇ ଗଛର ଚାରିପାଖ ଖୋଳାଯାଇ ପୁନର୍ବାର ନୂତନ ଚାରା ଲଗାଯାଉଛି। ତେବେ ଏହି କାର୍ଯ୍ୟରେ ବିଳମ୍ବ କରାଯିବା ସହ ବହୁ ଗଛ ଚାରିପାଖରୁ ମାଟି ବାହାର କରି ଦିଆଯାଇଥିଲେ ମଧ୍ୟ ସ୍ଥାନାନ୍ତରିତ କରାଯାଇନାହିଁ। ଫଳରେ ଏବେ କିଛିଦିନ ହେଲା ଉକ୍ତ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ପବନ ବହୁଥିବାରୁ ଗଛଗୁଡ଼ିକ ପଡ଼ିଯିବା ସମ୍ଭାବନା ରହିଛି। ଫଳରେ ଲୋକେ ଉକ୍ତ ୫୯ ନଂ ଜାତୀୟ ରାଜପଥ ଉପରେ ଯାତାଯାତ କରିବାକୁ ଭୟ କରୁଛନ୍ତି।  ସମସ୍ତ ଗଛ ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ମଧ୍ୟ ଏହାର ସ୍ଥାନାନ୍ତର ଦାୟିତ୍ୱରେ ରହିଥିବା ଠିକାସଂସ୍ଥା ଅବହେଳା କରୁଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ ବାତ୍ୟା ଫନୀରେ ଗଛ ପଡ଼ି ଲୋକଙ୍କ ଜନଜୀବନ ନଷ୍ଟ ହୋଇଥିବା ବେଳେ ଏଠାରେ ଜାଣିଶୁଣି ଗଛ ଚାରିପାଖ ଖୋଳାଯାଇ ମାଟି ବାହାର କରାଯାଇଥିଲେ ସୁଦ୍ଧା ଲୋକ ଏବଂ ଗଛର ସୁରକ୍ଷା ଦୃଷ୍ଟିରୁ ଏହାକୁ ଶୀଘ୍ର ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି ଅଞ୍ଚଳର କାଳୀପ୍ରସାଦ ମଲ୍ଲିକଙ୍କ ସମେତ ସାମାଜିକ କର୍ମୀ ସୁରେଶ ବଳିଆରସିଂ ପ୍ରମୁଖ କହିଛନ୍ତି। ସେହିପରି ଗଛ ଚାରିପାଖରୁ ବାହାର କରାଯାଇଥିବା ମାଟିକୁ ମଧ୍ୟ ଜାତୀୟ ରାଜପଥ ଉପରେ ପକାଇ ଦିଆଯାଇଥିବାରୁ ଗାଡ଼ିମୋଟର ଯାତାୟାତରେ ସମସ୍ୟା ଦେଖାଯାଉଛି।  ତୁରନ୍ତ ଗଛଗୁଡ଼ିକୁ ସ୍ଥାନାନ୍ତର କରାଯିବା ସହ ରାଜପଥ ଉପରେ ପଡ଼ି ରହିଥିବା ମାଟି ହଟାଯିବାକୁ ସାଧାରଣରେ ଦାବି ହେଉଛି।  ଏନେଇ ଜାତୀୟ ରାଜପଥ ବିଭାଗ ବାଲିଗୁଡ଼ା ସେକ୍ସନର କନିଷ୍ଠଯନ୍ତ୍ରୀ ଜୟଦେବ ଦେଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ମଧ୍ୟରେ ପ୍ରାୟ ୧ ହଜାର ଗଛ ସ୍ଥାନାନ୍ତର କରାଯିବା ବ୍ୟବସ୍ଥା କରାଯାଉଛି। ଅଦ୍ୟାବଧି ୪୦ ପ୍ରତିଶତ  ବଡ଼ ଗଛକୁ ସ୍ଥାନାନ୍ତର କରାଯାଇଛି।  ବଳକା ଖୁବ୍‌ ଶୀଘ୍ର ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ ବନ୍ଧୁକ କାରଖାନା ଠାବ, ଜଣେ ଗିରଫ ୩ ବନ୍ଧୁକ ଜବତ

ଜଗନ୍ନାଥପ୍ରସାଦ,୧୩ା୩(ଡି.ଏନ୍‌.ଏ.)-ଜଗନ୍ନାଥପ୍ରସାଦ ପୋଲିସ ରବିବାର ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି। କାରଖାନାରେ ବେଆଇନ ସାମଗ୍ରୀ ରଖିବା ଅଭିଯୋଗରେ ମୋହନ ମଳିକଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି।...

କେସି ଟାଉନ ହାଇସ୍କୁଲ: ଜଣେ ମାତ୍ର ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି…

ବ୍ରହ୍ମପୁର ଅଫିସ,୨୯।୯: ବ୍ରହ୍ମପୁର ସହରର ୬୧ ବର୍ଷର ପୁରାତନ ଶିକ୍ଷାନୁଷ୍ଠାନ କେସି ଟାଉନ ହାଇସ୍କୁଲ। ସହରର କେନ୍ଦ୍ରସ୍ଥଳରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ କାନ୍ଥକୁ ଲାଗି...

ଖଲ୍ଲିକୋଟ କଲେଜ ଏମ୍‌ସିଏ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଚିଙ୍କାରା ଗିରଫ, ଆନ୍ଧ୍ର ପୋଲିସକୁ ହସ୍ତାନ୍ତର

ଛତ୍ରପୁର,୧୫।୭(ଡି.ଏନ୍‌.ଏ)- ଗଞ୍ଜାମ ଜିଲା ଖଲ୍ଲିକୋଟ କଲେଜର ଏମ୍‌ସିଏ ଛାତ୍ରୀ ତଥା ଛତ୍ରପୁରର ବିବେକାନନ୍ଦ ପଣ୍ଡାଙ୍କ ଝିଅ ତୃପ୍ତିମୟୀଙ୍କୁ ୨୦୧୬ ଅଗଷ୍ଟ ୨୫ ତାରିଖରେ ହତ୍ୟା କରାଯାଇଥିଲା।...

ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ

ବ୍ରହ୍ମପୁର ଅଫିସ,୩୧।୭ା: ବିଭିନ୍ନ ଦାବି ନେଇ ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲ ଆଉଟସୋର୍ସିଂ କର୍ମଚାରୀମାନେ ରବିବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମେଡିକାଲରେ କାର୍ଯ୍ୟରତ ସମସ୍ତ ସିଫ୍ଟର...

କାଳବୈଶାଖୀ: ଗଛ ପଡି ଚଳାଚଳ ବନ୍ଦ

ବେଗୁନିଆପଡା,୨୫ା୪(ଡି.ଏନ.ଏ.)- ବେଗୁନିଆପଡ଼ା ବ୍ଲକରେ ଶୁକ୍ରବାର ରାତିରେ କାଳବୈଶାଖୀ ପ୍ରଭାବରେ ବର୍ଷାପବନ ସହ କୁଆପଥର ବୃଷ୍ଟି ହୋଇଥିଲା। ବିଭିନ୍ନସ୍ଥାନରେ ଗଛପଡି ଯାତାୟତ ବନ୍ଦ ହୋଇଯାଇଥିଲା। ଶନିବାର ସକାଳୁ...

୧୦ ଦିନ ଧାରଣା ପରେ ମିଳିଲା ନ୍ୟାୟ :୩ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ, ଛତ୍ରପୁର ବ୍ଲକ ପକ୍ଷରୁ ୩ ଜଣ ଅଙ୍ଗନୱାଡି କର୍ମୀଙ୍କୁ ୬୦ ବର୍ଷ ବୟସରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା।...

ଚୋରି ଟଙ୍କା, ସୁନା ଜବତ: ୨ ଗିରଫ

ଦିଗପହଣ୍ଡି,୧୨ା୫(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ ମଙ୍ଗଳବାର ପାଟପୁର ଥାନା ସାହସପୁର ଉତୁରାସି ବସ୍ତିର ବୁଦ୍ଧିଆ ପ୍ରଧାନ ଏବଂ ଟି. ସନ୍ତୋଷଙ୍କୁ ଏକ ଚୋରି ମାମଲାରେ ଗିରଫ କରିଛି।...

ଘୁମୁସର ବନଖଣ୍ଡରେ ୭୩ ହାତୀ

ଭଞ୍ଜନଗର,୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଘୁମୁସର ବନଖଣ୍ଡରେ ହାତୀ ସୁରକ୍ଷା ପାଇଁ ଦୌନନ୍ଦିନ ରାତିରେ ପାୱାରକଟ୍‌ ହେଉଛି । ଫଳରେ ଛାତ୍ରୀଛାତ୍ରମାନେ ପାଠପଢ଼ାରେ ବହୁ ଅସୁବିଧାର ସମ୍ମୁଖୀନ...

Advertisement
Archives

Model This Week