ଗଛ ସ୍ଥାନାନ୍ତର କାର୍ଯ୍ୟ ବିଳମ୍ବ,: ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଗୋପାଳପୁରଠାରୁ ରାଇପୁରକୁ ଜାତୀୟ ରାଜପଥ ସଂଯୋଗ ହୋଇଛି। ଏହାର ସଂପ୍ରସାରଣ କାର୍ଯ୍ୟ ଏବେ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ଚାଲିଛି।  ତେବେ ରାସ୍ତାକଡ଼ର ବଡ଼ବଡ଼ ଗଛ ପୂବର୍ର୍ଭଳି କଟା ନ ଯାଇ ଗଛର ଚାରିପାଖ ଖୋଳାଯାଇ ପୁନର୍ବାର ନୂତନ ଚାରା ଲଗାଯାଉଛି। ତେବେ ଏହି କାର୍ଯ୍ୟରେ ବିଳମ୍ବ କରାଯିବା ସହ ବହୁ ଗଛ ଚାରିପାଖରୁ ମାଟି ବାହାର କରି ଦିଆଯାଇଥିଲେ ମଧ୍ୟ ସ୍ଥାନାନ୍ତରିତ କରାଯାଇନାହିଁ। ଫଳରେ ଏବେ କିଛିଦିନ ହେଲା ଉକ୍ତ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ପବନ ବହୁଥିବାରୁ ଗଛଗୁଡ଼ିକ ପଡ଼ିଯିବା ସମ୍ଭାବନା ରହିଛି। ଫଳରେ ଲୋକେ ଉକ୍ତ ୫୯ ନଂ ଜାତୀୟ ରାଜପଥ ଉପରେ ଯାତାଯାତ କରିବାକୁ ଭୟ କରୁଛନ୍ତି।  ସମସ୍ତ ଗଛ ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ ମଧ୍ୟ ଏହାର ସ୍ଥାନାନ୍ତର ଦାୟିତ୍ୱରେ ରହିଥିବା ଠିକାସଂସ୍ଥା ଅବହେଳା କରୁଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ ବାତ୍ୟା ଫନୀରେ ଗଛ ପଡ଼ି ଲୋକଙ୍କ ଜନଜୀବନ ନଷ୍ଟ ହୋଇଥିବା ବେଳେ ଏଠାରେ ଜାଣିଶୁଣି ଗଛ ଚାରିପାଖ ଖୋଳାଯାଇ ମାଟି ବାହାର କରାଯାଇଥିଲେ ସୁଦ୍ଧା ଲୋକ ଏବଂ ଗଛର ସୁରକ୍ଷା ଦୃଷ୍ଟିରୁ ଏହାକୁ ଶୀଘ୍ର ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି ଅଞ୍ଚଳର କାଳୀପ୍ରସାଦ ମଲ୍ଲିକଙ୍କ ସମେତ ସାମାଜିକ କର୍ମୀ ସୁରେଶ ବଳିଆରସିଂ ପ୍ରମୁଖ କହିଛନ୍ତି। ସେହିପରି ଗଛ ଚାରିପାଖରୁ ବାହାର କରାଯାଇଥିବା ମାଟିକୁ ମଧ୍ୟ ଜାତୀୟ ରାଜପଥ ଉପରେ ପକାଇ ଦିଆଯାଇଥିବାରୁ ଗାଡ଼ିମୋଟର ଯାତାୟାତରେ ସମସ୍ୟା ଦେଖାଯାଉଛି।  ତୁରନ୍ତ ଗଛଗୁଡ଼ିକୁ ସ୍ଥାନାନ୍ତର କରାଯିବା ସହ ରାଜପଥ ଉପରେ ପଡ଼ି ରହିଥିବା ମାଟି ହଟାଯିବାକୁ ସାଧାରଣରେ ଦାବି ହେଉଛି।  ଏନେଇ ଜାତୀୟ ରାଜପଥ ବିଭାଗ ବାଲିଗୁଡ଼ା ସେକ୍ସନର କନିଷ୍ଠଯନ୍ତ୍ରୀ ଜୟଦେବ ଦେଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ମଧ୍ୟରେ ପ୍ରାୟ ୧ ହଜାର ଗଛ ସ୍ଥାନାନ୍ତର କରାଯିବା ବ୍ୟବସ୍ଥା କରାଯାଉଛି। ଅଦ୍ୟାବଧି ୪୦ ପ୍ରତିଶତ  ବଡ଼ ଗଛକୁ ସ୍ଥାନାନ୍ତର କରାଯାଇଛି।  ବଳକା ଖୁବ୍‌ ଶୀଘ୍ର ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୂଳଭିତ୍ତି: ରାଜଯୋଗୀ ଡଃ ଶକ୍ତିରାଜ

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର ଆନୁକୁଲ୍ୟରେ ୩ ଦିନ ବ୍ୟାପି ଚାଲିଥିବା ‘ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗ ଭିତ୍ତିକ…

କୂଳ ଲଂଙ୍ଘିବା ଓ ବେଳାଭୂମି ଅବକ୍ଷୟ ପ୍ରସଙ୍ଗ, ସମୀକ୍ଷା କରି ଅଞ୍ଚଳବlସୀଙ୍କ ସହ ବିଧାୟକଙ୍କ ଆଲୋଚନା

ଗଞ୍ଜାମ,୫ା୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

ତାରାତାରିଣୀ କଲେଜର ହେବ ଆଧୁନିକୀକରଣ, ଅଞ୍ଚଳରେ ଖୁସିର ଲହରୀ

ପୁରୁଷୋତ୍ତମପୁର,୫ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ପାଇଁ ଚଳିତ ବର୍ଷ ଏକ ଐତିହାସିକ ବର୍ଷ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ରୁଷା/ପିଏମ-ଉଷା ପ୍ରକଳ୍ପରେ…

ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ…

ଛତ୍ରପୁର,୫ା୭(ଦିଲ୍ଲୀପ ସାମଲ): ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri