ଗଁ। ରେ ପଶି ଜୀବନ ନେଲା ହାତୀ

କଣିହାଁ,୨୯।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ରେଙ୍ଗାଳି ଥାନା କୁଳୁମା ପଞ୍ଚାୟତ ଓଳନ୍ଦା ଗ୍ରାମରେ ଶନିବାର ସାରେ ହାତୀ ଆକ୍ରମଣରେ ନବକିଶୋର ସେଠୀଙ୍କ ମୃତ୍ୟୁ ହୋଇଛି। ଅସାଧୁ ନାୟକଙ୍କ ଚାଳ ଛପର ହାତୀ ଭାଙ୍ଗି ଦେଇଛି। ଫଳରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।
ଘଟଣାରୁ ଜଣାପଡ଼ିଛି, ଦେବଗଡ଼ ଜିଲା ବନାଞ୍ଚଳରୁ ଏକ ହାତୀପଲ ବାଟବଣା ହୋଇ ଦୀର୍ଘଦିନ ହେବ କଣିହାଁ ବନାଞ୍ଚଳରେ ରହିଛନ୍ତି। ଶନିବାର ଏକ ହାତୀ ଓଳନ୍ଦା ଗ୍ରାମରେ ପଶି ପ୍ରଥମେ ଗ୍ରାମ ମୁଣ୍ଡରେ ରହୁଥିବା ଅସାଧୁ ନାୟକଙ୍କ ଛପର ଘରକୁ ଭାଙ୍ଗିଦେଇଥିଲା। ଏହି ସମୟରେ ହାତ ଧୋଇବାକୁ ବାହାରକୁ ଆସିଥିବା ସେହି ଗ୍ରାମର ନବକିଶୋର ସେଠୀଙ୍କୁ ହାତୀ ଦଳି ମାରି ଦେଇଥିଲା। ଏ ନେଇ ରେଙ୍ଗାଳି ଫରେଷ୍ଟର ସରସ୍ବତୀ ବେହେରା କୁହନ୍ତି, ନବକିଶୋରଙ୍କ ମୃତ୍ୟୁ ହୋଇଛି। ତାଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ଘଟଣାର ତଦନ୍ତ ଚାଲିଛି। ରେଙ୍ଗାଳି ଥାନା ଆଇଆଇସି ସରୋଜକାନ୍ତ ସାମଲ କୁହନ୍ତି, ଖବରପାଇ ଥାନା ଷ୍ଟାଫ ଘଟଣାସ୍ଥଳକୁ ଯାଇଛନ୍ତି। ଏହାର ତଦନ୍ତ କରିବି। କୁଳୁମା ସରପଞ୍ଚ ନିଶାକର ବିଶ୍ୱାଳ ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ନିଯୁକ୍ତି ନ ଥିବାରୁ ନିରାଶ

ବଇଣ୍ଡା, ୨୩।୪: (ଡି.ଏନ.ଏ.) ୩୫ ହଜାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ ସରକାର। ହେଲେ ୩ ବର୍ଷ ହେଲା...

ଗାଧୋଇବା ହେଲା କାଳ: କେନାଲରେ ବୁଡି ଗଲେ ୨ ସାଙ୍ଗ

ଅନୁଗୋଳ ଅଫିସ, ୨୯।୭-ଅନୁଗୋଳ ସହରର ହେମସୁରପଡା ଅଞ୍ଚଳରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। କେନାଲ ପାଣିରେ ବୁଡି ୨ ସାଙ୍ଗ ପ୍ରାଣ ହରାଇଛନ୍ତି। ମୃତକ...

ବ୍ୟଥା ବଢ଼ାଉଛି ବିଜୁଳି ବିଚ୍ଛିନ୍ନ

ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୨୮।୪ – ତତଲା କଡ଼େଇରେ ପରିଣତ ହୋଇଛି ଅନୁଗୋଳ। ପାରଦ ୪୦ ଡିଗ୍ରୀ ପାର୍‌କଲାଣି। ଅସହ୍ୟ ଗ୍ରୀଷ୍ମପ୍ରବାହ କଲବଲ...

ବେଲ୍‌ ଖାରଜ, ଗଲେ ଜେଲ

ଅନୁଗୋଳ ଅଫିସ, ୨୭।୪: ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ମଦ ଭାଟିର ମାଲିକ ବିକ୍ରମ କିଶୋର ସାହୁଙ୍କୁ ରବିବାର ପୋଲିସ ଜେଲ୍‌ ପଠାଇ ଦେଇଛି। ଅପରାହ୍ନରେ ଜିଲା...

ଆୟ ବଢ଼ାଇଛି ଅତ୍ୟାଧୁନିକ କୌଶଳ

ଅନୁଗୋଳ ଅଫିସ, ୫।୧୨ ଶିଳ୍ପ ରାଜଧାନୀ ଅନୁଗୋଳରେ ପଥ ହୁଡ଼ିନି ଚାଷ। ଖଣି ଖାଦାନ ଭରା ଏହି ଜିଲାର ଚାଷୀ ଏବେ ବି ଭଲ ଲାଭ...

ପଞ୍ଚାୟତସ୍ତରରେ ଚାଲିଛି କାଳିଆ ଫର୍ମ ଯାଞ୍ଚ:୨୫ ହଜାରରୁ ୨ ହଜାର ଅଯୋଗ୍ୟ

ଅନୁଗୋଳ ଅଫିସ, ୧୩।୮ କାଳିଆ ଯୋଜନାରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଶନିବାରଠାରୁ ଅନୁଗୋଳ ଜିଲାରେ ଆରମ୍ଭ ହୋଇଛି। ପଞ୍ଚାୟତସ୍ତରରୁ ଏହି ଯାଞ୍ଚ କରାଯାଉଥିବା...

ମଧ୍ୟସ୍ଥ ସାଜି କରୁଛନ୍ତି ଟଙ୍କା ଚଳୁ

ଅନୁଗୋଳ ଅଫିସ, ୪ା୪: ଅନୁଗୋଳ ଜିଲା କାର୍ଯ୍ୟାଳୟ ହେଉ କି ମୁଖ୍ୟ ଚିକିତ୍ସାଳୟ, ସବୁଠି ଦଲାଲ୍‌ ସକ୍ରିୟ ରହିଛନ୍ତି। ଜିଲା କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ କାର୍ଯ୍ୟ...

ମହାରାଜା ବସ୍‌ ଦୁର୍ଘଟଣାକୁ ୩ ବର୍ଷ: ସମୟ ବିତିଛି, ସୁଧୁରିନି କିଛି

(ମନୋଜ କୁମାର ପ୍ରଧାନ) ମାଧପୁର, ୯ା୯:  ଅନୁଗୋଳ ଜିଲା ଆଠମଲ୍ଲିକଠାରେ ଘଟିଥିବା ମହାରାଜା ବସ୍‌ ଦୁର୍ଘଟଣାକୁ ପୂରିଛି ୩ ବର୍ଷ। ୨୦୧୬ ସେପ୍ଟେମ୍ବର ୯ରେ ପୁରୁଣାମାଣତ୍ରୀ ପୋଲ...

Advertisement
Archives

Model This Week