ଗଁ। ମଝି ଦେଇ ଯୋରରେ ମିଶୁଛି ଶୌଚାଳୟ ପାଣି:ତାତିଲେ ଲୋକେ, ଘେରିଲେ ନର୍ସିଂହୋମ

ଅନୁଗୋଳ ଅଫିସ, ୪।୬ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ନର୍ସିଂହୋମର ଶୌଚାଳୟ ପାଣି ନିକଟ ଗଁା ମଝି ଦେଇ ଛଡ଼ାଯାଉଥିବା ବେଳେ ତାହା ଲିଙ୍ଗରାଯୋଡ଼ି ଯୋରକୁ ପ୍ରବେଶ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ଯୋରର ପାଣିକୁ ଲୋକମାନେ ପାନୀୟ ଭାବେ ବ୍ୟବହାର କରୁଥିବାରୁ ନର୍ସିଂହୋମର ଏପରି କାର୍ଯ୍ୟକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସୋମବାର ବିଳମ୍ବିତ ରାତିରେ ସମ୍ପୃକ୍ତ ଗ୍ରାମବାସୀ ନର୍ସିଂହୋମ ଘେରାଉ କରିଥିଲେ। ହେଲେ ନର୍ସିଂହୋମର ମାଲିକାଣୀ ଲୋକଙ୍କ କଥାକୁ କର୍ଣ୍ଣପାତ କରିବା ବଦଳରେ ସେମାନଙ୍କୁ ଧମକ ଚମକ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସିସିଟିଭିରେ ସବୁକିଛି କଏଦ ହୋଇଛି ଓ ପୋଲିସ ଆଣି ବାନ୍ଧି ତୁମମାନଙ୍କୁ ଥାନାକୁ ପଠାଇ ଦେବି ବୋଲି ମାଲିକାଣୀ ଧମକ ଦେଇଥିବା ପ୍ରଭାତି ସାହୁ, ଶମ୍ଭାରୀ ରାଉତ, କବିତା ଦାସ, ବିପି ରାଉତ ପ୍ରମୁଖଙ୍କ ସହ ଶତାଧିକ ମହିଳା ଅଭିଯୋଗ କରିିଛନ୍ତି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ଉତ୍ତକ୍ତ ଲୋକମାନଙ୍କୁ ବୁଝାଶୁଝା କରିବା ସହ ମଙ୍ଗଳବାର ଘଟଣା ନେଇ ଆଲୋଚନା କରାଯିବ ବୋଲି କହିିଛି। ଅପରପକ୍ଷରେ ନର୍ସିଂହୋମର ମାଲିକାଣୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ ମତାମତ ଦେବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍‌ଘାଟିତ ହେଲା ନାଲ୍‌କୋ ଭୀମ ଭୋଇ ବାଟିକା:ସୌନ୍ଦର୍ଯ୍ୟ ବଢ଼ାଇଲା ଟ୍ରାଇବାଲ୍‌ ମ୍ୟୁଜିୟମ୍‌

ହେଲା ନାଲ୍‌କୋ ଭୀମ ଭୋଇ ବାଟିକା ସୌନ୍ଦର୍ଯ୍ୟ ବଢ଼ାଇଲା ଟ୍ରାଇବାଲ୍‌ ମ୍ୟୁଜିୟମ୍‌ ବଅଁରପାଳ, ୧୩।୮- ନାଲ୍‌କୋ ସେଣ୍ଟ୍ରାଲ ମାର୍କେଟ ଟାଉନଶିପ କଲୋନୀର ୩ ନମ୍ବର ଫାଟକ...

ଜଳିଗଲେ ୫୦୦ କୁକୁଡ଼ା ଚିଆଁ

ଛେଣ୍ଡିପଦା,୧୮।୧୨ (ସ୍ବ.ପ୍ର.)-ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମ ଶିମିଳିସାହିର ବାଉରି ସାହୁଙ୍କ କୁକୁଡା ଫାର୍ମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଫାର୍ମରେ ଥିବା ୫ଶହରୁ ଊର୍ଦ୍ଧ୍ୱ କୁକୁଡା ଚିଅଁା...

ଚାଷୀ ମୁଣ୍ଡରେ ଚଡ଼କ

ଛେଣ୍ଡିପଦା, ୧୫ା୧୧ (ସ୍ବ.ପ୍ର.): ରାତି ହେଲେ ଧାନ ବିଲରେ ପଶୁଛନ୍ତି ବାର୍‌ହା ପଲ। ଏକର ଏକର ଜମିରେ ଫସଲ ନଷ୍ଟ କରୁଛନ୍ତି ଏହି ଜଙ୍ଗଲୀ ଜନ୍ତୁ।...

ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଏମିତି: ଶିକ୍ଷକ କରୁଛନ୍ତି କିରାଣି କାମ

ଅନୁଗୋଳ ଅଫିସ, ୨୦।୮- ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଅନୁଗୋଳ ଜିଲାରେ ୩ ବର୍ଷ ହେଲା ଶିକ୍ଷକ ନିଯୁକ୍ତି ଦେଇନାହାନ୍ତି। ଏପରି...

ବର୍ଷା ବଢ଼ାଇଲା ଦୁର୍ଦ୍ଦଶା: ଡାକ୍ତରଖାନାରେ ପଶିଲା ଡ୍ରେନ ପାଣି

ପାଲଲହଡା,୧୪।୮(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ମଙ୍ଗଳବାର ଡ୍ରେନ ପାଣି ପଶିଯିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ହନ୍ତସନ୍ତ ହୋଇଛନ୍ତି। ସୋମବାରଠାରୁ ଲାଗି ରହିଥିବା ବର୍ଷା...

ଜିରୋ ନାଇଟ୍‌ ସେଲିବ୍ରେଶନ: ବାଣ, ଡିଜେରେ କମ୍ପିଲା ସହର

ଅନୁଗୋଳ ଅଫିସ, ୧।୧- ସମସ୍ତେ ଅପେକ୍ଷା କରିଥିଲେ ଘଣ୍ଟାକୁ। ଘଣ୍ଟା କଣ୍ଟା, ମିନିଟ୍‌ କଣ୍ଟା, ସେକେଣ୍ଡ କଣ୍ଟା ମଧ୍ୟରାତ୍ର ୧୨ରେ ମିଶିବା କ୍ଷଣି ଉତ୍କଣ୍ଠାର ଅବସାନ...

ସନ୍ଦେହରେ ନେତାଙ୍କ ନୀରବତା

ତାଳଚେର,୨୫ା୩ (ନି.ପ୍ର.)  ପୁରୁଣା ପ୍ଲାଣ୍ଟ ହେଲେ ମଧ୍ୟ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ଲାଭରେ ଚାଲୁଥିଲା। ଶତ ପ୍ରତିଶତ ବିଦ୍ୟୁତ୍‌ ଉତ୍ପାଦନ କରି...

ପ୍ରଦୂଷଣ ବଢ଼ାଇଲା ଦୀପାବଳି:ଅଢ଼େଇଗୁଣ ବୃଦ୍ଧି ଆଶଙ୍କା

ଅନୁଗୋଳ ଅଫିସ, ୨୯ା୧୦ ଦେଶର ପ୍ରଦୂଷିତ ଜିଲା ଓ ସହର ତାଲିକାରେ ଅନେକ ସମୟରେ ନିଜ ଉପସ୍ଥିତି ଜାହିର କରୁଥିବା ଅନୁଗୋଳର ପ୍ରଦୂଷଣ ଦୀପାବଳିରେ ବେଶ୍‌...

Advertisement
Archives

Model This Week