ତିହିଡ଼ି,୧୯।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ବଣ୍ଟନ ଦାୟିତ୍ୱରେ ଥିବା ରିଟେଲର ହିତାଧିକାରୀଙ୍କଠାରୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ନେଉଥିବା ଦର୍ଶାଯାଇଛି। ପଞ୍ଚାୟତର ହିତାଧିକାରୀମାନେ ଶନିବାର ଜିଲାପାଳ ଓ ଉପଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆସନ୍ତା ୨୭ ତାରିଖରେ ସେମାନେ ବ୍ଲକ କାର୍ଯ୍ୟାଳୟରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ଯେ, ପଞ୍ଚାୟତର ରିଟେଲର ଜଣଙ୍କ ସୁଲୋଚନା ମାଝୀ ନାମ୍ନୀ ଜଣେ ହିତାଧିକାରୀଙ୍କ ୧୨ମାସର ଚାଉଳକୁ ହଡ଼ପ କରିଥିବା ଅଭିଯୋଗ ହେବା ପରେ ଜିଲାପାଳ ଗତ ସେପ୍ଟେମ୍ବର ୮ରେ ଉପଜିଲାପାଳ, ଜିଲା ଯୋଗାଣ ଅଧିକାରୀ ଓ ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ଟୁଇଟ୍ କରି ଜଣାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ସେପ୍ଟମ୍ବର ୩୦ରେ ଜିଲା ଯୋଗାଣ ଅଧିକାରୀ ଜିଲାପାଳଙ୍କୁ ଭେଟି ଲିଖିତ ଭାବେ ଜଣାଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ୩ ଜଣିଆ ତଦନ୍ତ କମିଟି ଗଠନ ହୋଇଥିଲେ ମଧ୍ୟ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ରିଟେଲର ଜଣଙ୍କ ଚାଉଳ ଓ କିରୋସିନ ଠିକ୍ ଭାବେ ବଣ୍ଟନ କରୁ ନ ଥିବାବେଳେ କିରୋସିନ ଲିଟର ପିଛା ସରକାରୀ ମୂଲ୍ୟଠାରୁ ଅଧିକ ୮ ଟଙ୍କା ନେଉଛନ୍ତି। ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ମାନସ ରଞ୍ଜନ ନାୟକଙ୍କ ନେତୃତ୍ୱରେ ଲମ୍ବୋଧର ବିଶ୍ୱାଳ, ଶ୍ରୀଧର ତରାଇ, ସୁରେନ୍ଦ୍ର ବଳ, ଅର୍ଜୁନ ବିଶ୍ୱାଳ, ଚକ୍ରଧର ନାୟକ, ନାରାୟଣ ଜେନା, ଅଜୟ ନାୟକ, ରତ୍ନାକର ନାୟକ ପ୍ରମୁଖ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ତେବେ ଅଭିଯୋଗର ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲାପାଳ ପୀତାମ୍ବର ସାମଲ କହିଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି।
ସହିଦ ପୀଠର ମର୍ଯ୍ୟାଦାକୁ ଆଘାତ? ମଙ୍ଗଳପୁର–ସହିଦ ପୀଠ ରାସ୍ତାରେ ମଦ ଦୋକାନକୁ ତୀବ୍ର ବିରୋଧ; ଅନ୍ୟତ୍ର…
ଧାମନଗର,୧୧ା୭(କାଳନ୍ଦି ବେହେରା): ଭଦ୍ରକ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଲୋକଙ୍କ ଭାବାବେଗର ପ୍ରତୀକ ‘ସହିଦ ପୀଠ’ ନିକଟରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର…
ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…
ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…
ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…
ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ…
Archives

