ଖଲ୍ଲିକୋଟ କଲେଜ ଏମ୍‌ସିଏ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଚିଙ୍କାରା ଗିରଫ, ଆନ୍ଧ୍ର ପୋଲିସକୁ ହସ୍ତାନ୍ତର

ଛତ୍ରପୁର,୧୫।୭(ଡି.ଏନ୍‌.ଏ)- ଗଞ୍ଜାମ ଜିଲା ଖଲ୍ଲିକୋଟ କଲେଜର ଏମ୍‌ସିଏ ଛାତ୍ରୀ ତଥା ଛତ୍ରପୁରର ବିବେକାନନ୍ଦ ପଣ୍ଡାଙ୍କ ଝିଅ ତୃପ୍ତିମୟୀଙ୍କୁ ୨୦୧୬ ଅଗଷ୍ଟ ୨୫ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଛତ୍ରପୁର ଷ୍ଟେଶନ ରୋଡ୍‌ର ଚିଙ୍କାରା ବେହେରାଙ୍କୁ ରବିବାର ରାତି ୧୦ ଟା ୨୦ ମିନିଟ୍‌ରେ ଛତ୍ରପୁର ପୋଲିସ ଧରିବାରେ ସକ୍ଷମ ହୋଇଛି। ଏହା ପରେ ବିଳମ୍ବିତ ରାତିରେ ଏସମ୍ପର୍କରେ ଖବର ପାଇ ଆନ୍ଧ୍ର ପ୍ରଦେଶର ବାରୁଆ ଥାନା ପୋଲିସ ଛତ୍ରପୁର ଥାନାରେ ପହଞ୍ଚିଥିଲେ। ଛତ୍ରପୁର ପୋଲିସ କବ୍‌ଜାରେ ଥିବା ଚିଙ୍କାରାଙ୍କୁ ଆନ୍ଧ୍ର ପୋଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

ଛତ୍ରପୁର ବାଇପାସ ଜାତୀୟ ରାଜପଥ ନିକଟରେ ଚିଙ୍କାରା ବୁଲୁଥିବା ନେଇ ରାତିରେ ଛତ୍ରପୁର ପୋଲିସକୁ ଖବର ମିଳିଥିଲା। ପରେ ସେଠାରେ ଛତ୍ରପୁର ପୋଲିସର ଟିମ୍‌ ପହଞ୍ଚି ଚିଙ୍କାରାଙ୍କୁ ଧରି ଥାନାକୁ ଆଣିଥିଲେ ବୋଲି ସୋମବାର ଛତ୍ରପୁର ଥାନା ଆଇଆଇସି ପ୍ରିୟସ ରଂଜନ ଛୋଟରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅପରପକ୍ଷରେ ଏହି ହତ୍ୟା ମାମଲା ବାରୁଆ ଥାନାରେ ରୁଜୁ ହୋଇଥିବାରୁ ଉକ୍ତ ପୋଲିସକୁ ଚିଙ୍କାରାକୁ ହସ୍ତାନ୍ତର କରାଯାଇଥିଲା। ଉକ୍ତ ହତ୍ୟା ମାମଲାରେ ଆହୁରି ୨ ଜଣ ସମ୍ପୃକ୍ତ ଥିବା ଜଣାପଡିଛି।

ସୂଚନାଯୋଗ୍ୟ, ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ କଲେଜରେ ଏମ୍‌ସିଏରେ ପଢୁଥିବା ତୃପ୍ତିମୟୀ ଏକ ଘରୋଇ ହଷ୍ଟେଲରେ ରହୁଥିଲୋ ୨୦୧୬ଅଗଷ୍ଟ ୨୫ ତାରିଖରେ ତୃପ୍ତି ମାର୍କେଟିଂ କରି ଫେରୁଥିବା ବେଳେ ଖଲ୍ଲିକୋଟ କଲେଜ ନିକଟରୁ ଏକ ବୋଲେରୋରେ କେତେକ ଯୁବକ ତାଙ୍କୁ ଅପହରଣ କରି ନେଇଯାଇଥିଲେ। ପରେ ତାଙ୍କୁ ହତ୍ୟା କରାଯାଇଥିଲା।  ଅଗଷ୍ଟ ୨୬ରେ ତାଙ୍କ ମୃତଦେହକୁ ଆନ୍ଧ୍ରପ୍ରଦେଶର ବାରୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରମ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ତାଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଏନେଇ ବାରୁଆ ଥାନା ପୋଲିସ ଏକ ମାମଲା (ନଂ-୪୩/୧୬) ରୁଜୁ କରିଥିଲେ। ପରେ ଚିଙ୍କାରାଙ୍କ ନାଁରେ ପୋଲିସ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡ଼ର ୧୬ ଇଟାଭାଟି ଶ୍ରମିକ ଦିଗପହଣ୍ଡିରୁ ଉଦ୍ଧାର: ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାରଙ୍କ ତଦନ୍ତ ଆରମ୍ଭ

ଦିଗପହଣ୍ଡି,୨୩ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଣିଆନାଳ ଛକ ରାସ୍ତାକଡ଼ରୁ ଛତିଶଗଡ଼ ଅଞ୍ଚଳର ୧୬ ଜଣ ଇଟାଭାଟି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ...

ଗଛରେ ପିଟିହୋଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପୁରୁଷୋତ୍ତମପୁର,୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ କନକାସାହି ଛକ ଏକ ଗାଡ଼ି ଶୋ’ରୁମ ସମ୍ମୁଖରେ ଥିବା ଏକ ଗଛରେ ପିଟିହୋଇ ଜଣେ ବାଇକ ଆରୋହୀଙ୍କ...

ଦୁଇଦିନରେ ଅଣ୍ଡା ଦେଲେ ୧୧୦ ଅଲିଭ୍‌ରିଡ୍‌ଲେ

ଗଞ୍ଜାମ,୧୯ା୩(ଡି.ଏନ.ଏ.) ପୁରୁଣାବନ୍ଧ ନିକଟସ୍ଥ ଋଷିକୁଲ୍ୟା ମୁହାଣରେ ଗତ ଫେବୃୟାରୀ ପ୍ରଥମ ସପ୍ତାହରୁ ବିରଳ ସାମୁଦ୍ରିକ କଇଁଛ ଅଲିଭ୍‌ରିଡ୍‌ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୫...

୧୨ ଗ୍ରାମ ବ୍ରାଉନସୁଗାର ଜବତ: ମହିଳା ଗିରଫ

ପୁରୀ ଅଫିସ, ୬ା୮: କୁମ୍ଭାରପଡ଼ା ଥାନା ଅଧୀନ ନରେନ୍ଦ୍ରକୋଣ ଏବଂ ଦେବୀଘାଟ ଅଞ୍ଚଳ ନିଶା କାରବାରର ପେଣ୍ଠସ୍ଥଳ ପାଲଟିଛି। ନାବାଳକ ଓ ମହିଳାମାନଙ୍କ ଜରିଆରେ ଏହି...

ସମ୍ପତ୍ତି ଭାଗବଣ୍ଟାରୁ ଆକ୍ରମଣ: ମା’ ମୃତ, ଝିଅ ପୁଅ ଗୁରୁତର

ଆସିକା,୨୪ା୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଆସିକା ଥାନା ଅଧୀନ ବାଲିସିରା ପଞ୍ଚାୟତ ସାପୁଆପଲ୍ଲୀ ଗ୍ରାମରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦୁଇ ପରିବାର ମଧ୍ୟରେ ଲାଗିଥିବା ବିବାଦ ଉଗ୍ରରୂପ ନେଇଛି।...

ଏସ୍‌ୟୁସିଆଇର ଟ୍ରମ୍ପଙ୍କ କୁଶପୁତ୍ତଳିକା ଦାହ, ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୫ା୨-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ବିରୋଧ କରିଛି ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ା ସୋମବାର ଏନେଇ ବ୍ରହ୍ମପୁର କମାପଲ୍ଲୀ ଛକରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଗଞ୍ଜାମ...

ବିପିୟୁଟି ଛାତ୍ରସଂଘର ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୬ା୬- ବିପିୟୁଟି ଅଧୀନସ୍ଥ ଫାର୍ମାସୀ କଲେଜଗୁଡିକରେ ହେବାକୁ ଥିବା ଫାର୍ମାସୀ ପାଠ୍ୟକ୍ରମର ଶେଷ ସେମିଷ୍ଟର ପରୀକ୍ଷାକୁ ଅନଲାଇନ୍‌ରେ କରିବାକୁ ଦାବି ହୋଇଛି । ଅଲ...

ସେନାରେ ଭର୍ତ୍ତି ହେବା ପାଇଁ ତିଆରି କରୁଥିଲେ ନକଲି କରୋନା ରିପୋର୍ଟ, ଗୋଟିଏ ଭୁଲ ପାଇଁ ପଡ଼ିଲେ ଧରା

ଚଣ୍ଡିଗଡ଼,୬।୩: ହରିୟାଣାର ଫତେହାବାଦରେ ସେନାରେ ଭର୍ତ୍ତି ହେବା ପାଇଁ କରୋନାର ନକଲି ରିପୋର୍ଟ ତିଆରି କରାଯାଉଥିବା ମାମଲା ସାମ୍ନାକୁ ଆସିଛି। ଫତେହାବାଦର ରାତିୟା ସହରର ଏକ...

Advertisement
Archives

Model This Week