କ୍ୟାପିଟାଲ ହସ୍ପିଟାଲ ମର୍ଗ ଫ୍ରିଜର ଅଚଳ: ମୃତଦେହ ଗନ୍ଧରେ ଫାଟିପଡୁଛି ହସ୍ପିଟାଲ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହ (ମର୍ଗ) ଏବେ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ମର୍ଗରେ ଥିବା ଦୁଇଟି ଫ୍ରିଜର ଗୋଟିକ ପରେ ଗୋଟିଏ ଖରାପ ହୋଇପଡିବାରୁ ବ୍ୟବଚ୍ଛେଦ ପାଇଁ ଆସୁଥିବା ମୃତଦେହକୁ ଖୋଲାରେ ରଖାଯାଉଛି। ଫଳରେ ମୃତଦେହର ପଚା ଗନ୍ଧରେ ଫାଟି ପଡୁଛି ହସ୍ପିଟାଲ ପରିସର। ପଚା ଦୁର୍ଗନ୍ଧରେ ରୋଗୀ ଓ ସମ୍ପର୍କୀୟମାନେ ରହିବା କଷ୍ଟକର ହୋଇପଡୁଛି। ରୋଗୀମାନେ ଖାଦ୍ୟ ଓ ମେଡିସିନ ଠିକ୍‌ ଭାବେ ଖାଇପାରୁ ନ ଥିବାବେଳେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଠିକ୍‌ ଭାବେ ସେବାକାର୍ଯ୍ୟ କରିପାରୁନାହାନ୍ତି। ଏପରିକି ମର୍ଗ ନିକଟରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଥିବାରୁ ସେଠାରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। ସ୍ଥିତି ଏପରି ହୋଇଛି ଏଠାକୁ ଆସୁଥିବା ରୋଗୀ ନାନା ହଟହଟା ହୋଇ ଅନ୍ୟ ହସ୍ପିଟାଲକୁ ଚାଲିଯାଉଥିବା ଦେଖିବାକୁ ମିଳିଛି। ୩ଦିନ ହେବ କ୍ୟାପିଟାଲ ହସ୍ପିଟାଲରେ ଏ ପରିସ୍ଥିିତି ଲାଗି ରହିଛି।
ମିଳିଥିବା ସୂଚନାନୁସାରେ, କ୍ୟାପିଟାଲ ହସ୍ପିଟାଲ ମର୍ଗରରେ ୩ଟି ଫ୍ରିଜର ରହିଛି। ପୂର୍ବରୁ ୨ଟି ଖରାପ ହୋଇଯାଇଥିବାବେଳେ ଗତ ୩ଦିନ ତଳେ ଶେଷ ସନ୍ତକଟି ମଧ୍ୟ ଅଚଳ ହୋଇପଡିଛି। ଫଳରେ ବ୍ୟବଚ୍ଛେଦ ପାଇଁ ଆସୁଥିବା ମୃତଦେହକୁ ସେମିତି ଖୋଲାରେ ରଖାଯାଉଛି। ଦିନରେ ମର୍ଗର ଭିତରେ ମରାମତି ଚାଲୁଥିବାରୁ ଆସୁଥିବା ମୃତଦେହକୁ ବାହାରେ ତଳେ ଓ ଗାଡ଼ିରେ ରଖାଯାଉଛି। ଅଧିକାଂଶ ଗଳିତ ହୋଇଥିବାରୁ ହସ୍ପିଟାଲ ପରିସର ପଚାଗନ୍ଧରେ ଫାଟି ପଡୁଛି। ବୁଧବାର ହସ୍ପିଟାଲ ମର୍ଗରକୁ ବିଭିନ୍ନ ଥାନାଞ୍ଚଳରୁ ୬ରୁ ଉର୍ଦ୍ଧ୍ୱ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସିଥିଲା। ସେମାନଙ୍କୁ ନେଇ ଆସିଥିବା ପୋଲିସ ଓ ଆମ୍ବୁଲାନ୍ସ ଡ୍ରାଇଭରମାନେ ବାନ୍ତି କରୁଥିବା ଦେଖିବାକୁ ମିଳିଥିଲା।
ହସ୍ପିଟାଲକୁ ରୋଗୀ ନେଇ ଆସିଥିବା କେନ୍ଦ୍ରାପଡାର ଅଜିତ ଦାସ କୁହନ୍ତି, ଏତେ ଗନ୍ଧରେ ରହିବା କଷ୍ଟକର ହୋଇପଡୁଛି। ପ୍ରସୂତି ବିଭାଗରେ ରୋଗୀ ଖାଦ୍ୟ ଖାଇପାରୁ ନାହାନ୍ତି। ମେଡିସିନ ଖାଇବାବେଳେ ମଧ୍ୟ ବାନ୍ତି କରୁଛନ୍ତି। ପଚାଗନ୍ଧରେ କାମ କରିହେଉନି ବୋଲି କହିଛନ୍ତି କେତେଜଣ ନର୍ସ ଓ ଆଟେଣ୍ଡାଣ୍ଟ। ସମସ୍ୟାର ସମାଧାନ ପାଇଁ କେହି ତପତ୍ର ନୁହନ୍ତି। ବଡ଼ ବାବୁମାନେ ଏସି ରୁମରେ ବସୁଥିବାରୁ ସେମାନେ ସମସ୍ୟାକୁ ହୃଦ୍‌ବୋଧ କରିପାରୁ ନାହାନ୍ତି।
ଫ୍ରିଜର ମରାମତି କରୁଥିବା କଲିକତାର ଜଣେ ମିସ୍ତ୍ରି କୁହନ୍ତି, କମ୍ପ୍ରେସର ଖରାପ ହେବା ସହ ଅନ୍ୟ କେତେକ ଯାନ୍ତ୍ରିକ ତ୍ରୁଟି ରହିଛି। ତେବେ କେବେ ଫ୍ରିଜର ମରାମତି ସରିବ ଓ କାର୍ଯ୍ୟକ୍ଷମ ହେବ ସେ ସଂକ୍ରାନ୍ତରେ ମିସ୍ତ୍ରି ଜଣକ ଠିକ୍‌ ଭାବେ କହିପାରି ନ ଥିଲେ। ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ କୁହନ୍ତି, ତିନିଦିନ ହେଲା ଫ୍ରିଜର ଅକାମୀ ହୋଇଯାଇଛି। କଲିକତାରୁ ମିସ୍ତ୍ରି ଆସିବା ପରେ ବୁଧବାରଠାରୁ ମରାମତି କାର୍ଯ୍ୟ ଚାଲିଛି। ଦିନ ତମାମ ବିତିଯାଇଥିଲେ ମଧ୍ୟ ତ୍ରୁଟି ସମାଧାନ ହୋଇପାରିନି। ଶୀଘ୍ର ଠିକ୍‌ ହୋଇଯିବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ମିଳିଲା ପୁଳାପୁୁଳା ଟଙ୍କା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍‌ ବିରଞ୍ଚି ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି...

ବଢ଼ିଲା ବିପଦ: ହୀରାକୁଦ ଡ୍ୟାମ୍‌ର ଆଉ ୨ ଗେଟ୍‌ ଖୋଲିଲା

ସମ୍ବଲପୁର,୨୯।୮(ବ୍ୟୁରୋ): ଫୁଲୁଛି ମହାନଦୀ। ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦକୁ ୮ ଲକ୍ଷ କ୍ୟୁସେକ୍‌ରୁ ଅଧିକ ଜଳ ପ୍ରବେଶ କରିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ...

ସାପକୁ ମାରି ମାଲିକଙ୍କ ପରିବାରକୁ ବଞ୍ଚାଇଲା ଡଗି

ଜୟପୁର,୧୨ା୧୧ (ନି.ପ୍ର/ଡ଼ି.ଏନ.ଏ): ନିଜ ଜୀବନକୁ ବାଜି ଲଗାଇ ୬ ପ୍ରାଣୀଙ୍କ ଜୀବନ ବଞ୍ଚାଇଛି ଘରର ପୋଷା କୁକୁର ଡଗି। ଏକ ବିଷଧର ନାଗ ସାପ ସହ...

ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: କେବଳ ଖୋର୍ଦ୍ଧାରୁ…

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୦,୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ହଜାରେ ଟଙ୍କା ପାଇଁ ଜିଆର୍‌ଏସ୍‌, ପିଇଓଙ୍କୁ ନିସ୍ତୁକ ମାଡ଼

ହାଟଡିହୀ,୩୦l୧୨(ଡ଼ି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ପଞ୍ଚାୟତ ଜିଆରଏସ୍‌ ଗୋଲଖ ନାଏକ ଏବଂ ପିଇଓ (କାର୍ଯ୍ୟ ର୍ନିବାହୀ ଅଧିକାରୀ)ଜିତେନ୍ଦ୍ର କୁମାର ଜେନାଙ୍କୁ ଆକ୍ରମଣ ହୋଇଥିବା...

ମିଳୁନି ମୂଲ୍ୟ, କ୍ଷତି ସହୁଛନ୍ତି ବୁଣାକାର

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): କରୋନାଜନିତ ଲକ୍‌ଡାଉନ ପାଇଁ ସମଗ୍ର ଓଡ଼ିଶାରେ ବୁଣାକାରମାନେ ଅସୁବିଧା ଭୋଗୁଛନ୍ତି। ମେଳା, ମହୋତ୍ସବ ଓ ପ୍ରଦର୍ଶନୀ ବନ୍ଦ ଥିବାରୁ ବୁଣାକାରଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି...

ପୁରୁଣା ଉପରେ ନୂଆ ସେତୁ

ଭଦ୍ରକ ଅଫିସ, ୧୩।୬-ସାଳନ୍ଦୀ ନଦୀ ପାର ହେବା ପାଇଁ ଭଦ୍ରକ ଜିଲା କୁଆଁସଠାରେ ପୂର୍ବତନ ଏମ୍‌ପି ସ୍ବର୍ଗତ ଅର୍ଜୁନ ସେଠୀ ୨୦୦୨ରୁ ଏକ ସେତୁ ନିର୍ମାଣ...

ଆହୁରି ୫ ଦିନ ବର୍ଷିବ

ଭୁବନେଶ୍ୱର,୧୩।୧୧(ବୁ୍ୟୁରୋ): ଥାଇଲାଣ୍ଡ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୧୨ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଯାହା...

Advertisement
Archives

Model This Week