କ୍ୟାନସର ରୋଗ ହ୍ରାସ କରେ ହଳଦୀ

ଭାରତରେ ହଳଦୀର ବ୍ୟବହାର ମସଲା, ସୌନ୍ଦର୍ଯ୍ୟ ପ୍ରସାଧନ ତଥା ବିଭିନ୍ନ ରୋଗର ନିଦାନ ପାଇଁ କରାଯାଏ। କିନ୍ତୁ ଜାଣନ୍ତି ହଳଦୀ ମାରାମତ୍କ କ୍ୟାନସର୍‌ ରୋଗକୁ ମଧ୍ୟ କିଛି ମାତ୍ରାରେ ହ୍ରାସ କରିବାର ଗୁଣ ବହନ କରିଛି। ହଳଦୀରେ ଜଳ, ପ୍ରୋଟିନ୍‌, ଖଣିଜପଦାର୍ଥ, ଫାଇବର୍‌, ମାଙ୍ଗାନିଜ୍‌, ପୋଟାସିୟମ୍‌, କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ୍‌, ଫସ୍‌ଫରସ୍‌, ଆଇରନ୍‌, ଓମେଗା ୩ ଏବଂ ଓମେଗା ୬ ଫାଟି ଏସିଡ୍‌, ଭିଟାମିନ୍‌ ଏ, ଭିଟାମିନ୍‌ ବି, ଭିଟାମିନ୍‌ ସି ଭଳି ତତ୍ତ୍ୱ ତଥା କ୍ୟାଲୋରୀ ଭରପୂର୍‌ ରହିଛି। ହଳଦୀରେ ଥିବା କରକୁମିନ୍‌ କ୍ୟାନସର ଚିକିତ୍ସାରେ ବେଶ୍‌ ସହାୟ ହୋଇଥାଏ। ଆୟୁର୍ବେଦରେ ହଳଦୀକୁ ଏକ ମହତ୍ତ୍ୱପୂର୍ଣ୍ଣ ଔଷଧ ରୂପେ ବିବେଚିତ କରାଯାଇଛି। ବିଭିନ୍ନ ଗବେଷଣାରୁ ମଧ୍ୟ ପ୍ରମାଣିତ ହୋଇଛି କ୍ୟାନସର୍‌ ଚିକିତ୍ସା କ୍ଷେତ୍ରରେ ଏହା ଲାଭପ୍ରଦାନ କରିଥାଏ। ଏଥିରେ ପ୍ରଭାବଶାଳୀ ଉପଚାର ଶକ୍ତି ରହିବା ସହ ସ୍ବାସ୍ଥ୍ୟ ପାଇଁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ। କୌଣସି ପ୍ରକାର ସ୍ବାସ୍ଥ୍ୟ ପାର୍ଶ୍ୱପ୍ରତିକ୍ରିୟା ଏଥିରେ ନ ଥାଏ। ଏହା ସବୁଠୁ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ୍‌ ଯାହା କ୍ୟାନସର୍‌ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ। ହଳଦୀ କ୍ୟାନସର୍‌ ଜୀବାଣୁର ସଂକ୍ରମଣ ମାତ୍ରା କମ୍‌ କରିବାରେ ସାହାଯ୍ୟ କରେ।
ଏହାର ଦୈନନ୍ଦିନ ସେବନ କ୍ୟାନସର୍‌ ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ। ହଳଦୀରେ ଗୋଲମରିଚ ମିଶାଇ ସେବନ କଲେ ସ୍ତନ କର୍କଟ ଭଳି ଭୟଙ୍କର ରୋଗକୁ ନିୟନ୍ତ୍ରଣ କରାଯାଇପାରେ। ସ୍ତନ କର୍କଟ ଆଶଙ୍କା ବୃଦ୍ଧି କରୁଥିବା କୋଷିକାକୁ ବୃଦ୍ଧି ହେବାରେ ଏହା ବାଧା ସୃଷ୍ଟି କରିଥାଏ। ହଳଦୀରେ ରହିଛି କ୍ୟାନସର୍‌ନାଶକ ଗୁଣ। ଏଥିରେ ଫିନୋଲିକ୍‌ ଯୌଗିକ କରକ୍ୟୁମିନ୍‌ ଥାଏ, ଯାହା କ୍ୟାନସର୍‌ଗ୍ରସ୍ତ ଅଙ୍ଗକୁ ସୁରକ୍ଷା ପ୍ରଦାନ କରିଥାଏ। କେବଳ ସେତିକି ନୁହେଁ, ହଳଦୀରେ ଥିବା କରକ୍ୟୁମିନ୍‌କୁ ଯେତେ ବେଳେ ସିସ୍‌ପ୍ଲାଟିନ୍‌ରେ ମିଶାଯାଏ, ସେତେବେଳେ ମସ୍ତିଷ୍କ ଏବଂ ଗଳା କର୍କଟ ଚିକିତ୍ସାରେ ଏହା ବିଶେଷ ପ୍ରଭାବ ପକାଇଥାଏ। କହିବାକୁ ଗଲେ, ବିଭିନ୍ନ ପ୍ରକାର କ୍ୟାନସର୍‌ରୁ ରକ୍ଷା ପାଇବାର ଗୋଟିଏ ମାତ୍ର ଔଷଧ ହଳଦୀ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri