Posted inଖେଳ

କ୍ରିକେଟ ଅଷ୍ଟ୍ରେଲିଆର ୫୦ ନିୟୁତ ଡଲାର ଋଣ

ମେଲବୋର୍ନ, ୪ା୫ (ପି.ଟି.): କୋଭିଡ୍‌-୧୯ ଯୋଗୁ ଯଦି ଭାରତ ଟୁର୍‌ରେ ନ ଆସେ ତେବେ କ୍ରିକେଟ ଅଷ୍ଟ୍ରେଲିଆକୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଏଥିପାଇଁ ଆଗୁଆ ବିକଳ୍ପ ବ୍ୟବସ୍ଥା ସ୍ବରୂପ କ୍ରିକେଟ ଅଷ୍ଟ୍ରେଲିଆ କମନଓ୍ବେଲ୍‌ଥ ବ୍ୟାଙ୍କ୍‌ରୁ ୫୦ ନିୟୁତ ଡଲାର ଋଣନେଇଛି। କ୍ରିକେଟ ଅଷ୍ଟ୍ରେଲିଆ ଏବେ ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ଏହାର ଗଭର୍ନିଂବଡି ଗତ ମାସରେ କର୍ମଚାରୀ ସଂଖ୍ୟା ୮୦ ପ୍ରତିଶତ ହ୍ରାସ କରିବା ଲାଗି ନିଷ୍ପତ୍ତି ନେଇଛି। ଏଥିସହିତ ଜୁନ୍‌ ଶେଷ ଭାଗ ପର୍ଯ୍ୟନ୍ତ କର୍ମଚାରୀଙ୍କ ୨୦ ପ୍ରତିଶତ ବେତନ କାଟ୍‌ କରାଯାଇଛି। ଏହି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲେ ହୁଏତ ଅଗଷ୍ଟ ବେଳକୁ କ୍ରିକେଟ ଅଷ୍ଟ୍ରେଲିଆର ହାତଶୂନ୍ୟ ହୋଇଯାଇଥାନ୍ତା ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ୍‌ ରବଟର୍‌ସ ପ୍ରକାଶ କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁ କ୍ରିକେଟ ଅଷ୍ଟ୍ରେଲିଆ ୩ ନିୟୁତ ଆମେରିକୀୟ ଡଲାର ବଞ୍ଚାଇ ପାରିଛି। ଗଭର୍ନିଂବଡି ବର୍ତ୍ତମାନ ୫୦ ନିୟୁତ ଡଲାର ଋଣ କରିଛି। ତାହା କିପରି ଶୁଝାଯିବ ଏକ ବଡ଼ ପ୍ରଶ୍ନ। ରବଟର୍‌ସ ନିଜେ ତାଙ୍କ ବେତନର ୮୦ ପ୍ରତିଶତ ପାଉଛନ୍ତି। ରାଜ୍ୟ ଆସୋସିଏଶନଗୁଡ଼ିକର ଗ୍ରାଣ୍ଟ୍‌ ୨୫ ପ୍ରତିଶତ ହ୍ରାସ କରିବା ଲାଗି ସେ ବିଚାର କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। କରୋନା ମହାମାରୀ ଯୋଗୁ କ୍ରିକେଟ ଅଷ୍ଟ୍ରେଲିଆ ଇତିମଧ୍ୟରେ ୩୦୦ ନିୟୁତ ଅଷ୍ଟ୍ରେଲୀୟ ଡଲାର ହରାଇ ସାରିଲାଣି। ଡିସେମ୍ବର-ଜାନୁୟାରୀରେ ଯଦି ଭାରତ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଏ ତା’ହେଲେ ଆର୍ଥିକ ସଂକଟରୁ ମୁକ୍ତି ପାଇବା ପାଇଁ ସଂଘର୍ଷ ଚଳାଇଥିବା କ୍ରିକେଟ ଅଷ୍ଟ୍ରେଲିଆକୁ ଆଶ୍ୱସ୍ତି ମିଳି ପାରନ୍ତା। ଅଷ୍ଟ୍ରେଲିଆନ କ୍ରିକେଟର୍ସ ଆସୋସିଏଶନ ବୋର୍ଡର ସଭାପତି ଥିବା ପୂର୍ବତନ ଟେଷ୍ଟ ଅଲ୍‌ରାଉଣ୍ଡର ଶେନ୍‌ ଓ୍ବାଟ୍‌ସନ ଆସନ୍ତା ସପ୍ତାହରେ ଏକ ବୈଠକ ଡକାଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆର ଆର୍ଥିକ ଅବସ୍ଥା ସ୍ବାଭାବିକ କରିବା କ୍ଷେତ୍ରରେ କ’ଣ କରାଯାଇ ପାରେ ସେ ନେଇ ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇଏସ୍‌ଏଲ୍‌: ଗୋଆ- ମୁମ୍ବାଇ ସେମି ଫାଷ୍ଟ ଲେଗ୍‌ ଡ୍ର

ମାର୍ଗାଓ,୬।୩: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଏଫ୍‌ସି ଗୋଆ ଓ ମୁମ୍ବାଇ ସିଟି ଏଫ୍‌ସି ମଧ୍ୟରେ ଖେଳାଯାଇଥିବ ସେମିଫାଇନାଲ ଫାଷ୍ଟ ଲେଗ୍‌ ମ୍ୟାଚ୍‌ ୨-୨...

ୟୁଏସ୍‌ ଓପନରେ ସେରେନା ପିନ୍ଧିଲେ ୪୦୦ ହୀରା ଖଚିତ ଜୋତା

ନୂଆଦିଲ୍ଲୀ,୩୧।୮: ଆମେରିକୀୟ ଟେନିସ ତାରକା ସେରାନା ଓ୍ବିଲିୟମ୍ସ ନିକଟରେ ତାଙ୍କର ଅବସର ଘୋଷଣା କରିଛନ୍ତି। ହେଲେ ସେ ଏବେ ୟୁଏସ୍‌ ଓପନ ଖେଳୁଛନ୍ତି। ସେ ନିଜ...

ଟି୨୦ ବିଶ୍ୱକପ ଭେନ୍ୟୁ ୫କୁ କମିପାରେ

ନୂଆଦିଲ୍ଲୀ, ୧।୫(ପି.ଟି.)- ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିଲେ ହେଁ ଆସନ୍ତା ଅକ୍ଟୋବରରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବାନେଇ ଭାରତୀୟ କ୍ରିକେଟ...

ବୋଟାସ୍‌ ଜିତିଲେ ରୁଷିଆନ୍‌ ଗ୍ରାଁ ପ୍ରି

ସୋଚି, ୨୮ା୯ : ରବିବାର ଅନୁଷ୍ଠିତ ରୁଷିଆନ ଫର୍ମୁଲା ଓ୍ବାନ୍‌ ମୋଟର ରେସିଂରେ ମର୍ସିଡିଜ୍‌ ଡ୍ରାଇଭର ଭାଲଟେରି ବୋଟାସ ଟାଇଟଲ ବିଜୟୀ ହୋଇଛନ୍ତି। ସିଜନ ୨୦୨୦ରେ...

ସାହାଣୀ କପ୍‌ ଫୁଟବଲ ଉଦ୍‌ଘାଟିତ

ଭୁବନେଶ୍ୱର, ୨୪।୪ (କ୍ରୀଡ଼ା ପ୍ରତିନିଧି): ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଓ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ସିନିୟର ପୁରୁଷ ଆନ୍ତଃଜିଲା ଫୁଟବଲ...

ରାଓ୍ବଲପିଣ୍ଡି ଟେଷ୍ଟରେ ବର୍ଷା ବାଧା

ରାଓ୍ବଲପିଣ୍ଡି, ୧୨।୧୨: ଦଶନ୍ଧିପରେ ପାକିସ୍ତାନକୁ ଫେରିଥିବା ଟେଷ୍ଟ କ୍ରିକେଟ ବର୍ଷାଦ୍ୱାରା ବାଧାପ୍ରାପ୍ତ ହୋଇଛି। ପ୍ରଥମ ଦିବସରେ ୬୮.୧ ଓଭର ଖେଳ ହୋଇଥିବାବେଳେ ଗୁରୁବାର ଦ୍ୱିତୀୟ ଦିବସରେ...

୧୯୭୫ରୁ ଆରମ୍ଭ

ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ୧୩ଶ ସଂସ୍କରଣ ଭାରତର ବିଭିନ୍ନ ଗ୍ରାଉଣ୍ଡରେ ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି। କ୍ରୀଡ଼ା ଜଗତରେ ଏବେ କ୍ରିକେଟ ଫିଭର। ଏସିଆ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ

ଚଣ୍ଡିଗଡ,୩।୫: ଆଇପିଏଲ ସିଜିନ ୧୬ର ୪୫ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ବୁଧବାର ମୋହାଲିର ପଞ୍ଜାବ କ୍ରିକେଟ ଆସେସିଏଶନ ଆଇଏସ...

Advertisement
Archives

Model This Week