Posted inଖେଳ

କ୍ରିକେଟ ଅଷ୍ଟ୍ରେଲିଆର ୫୦ ନିୟୁତ ଡଲାର ଋଣ

ମେଲବୋର୍ନ, ୪ା୫ (ପି.ଟି.): କୋଭିଡ୍‌-୧୯ ଯୋଗୁ ଯଦି ଭାରତ ଟୁର୍‌ରେ ନ ଆସେ ତେବେ କ୍ରିକେଟ ଅଷ୍ଟ୍ରେଲିଆକୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଏଥିପାଇଁ ଆଗୁଆ ବିକଳ୍ପ ବ୍ୟବସ୍ଥା ସ୍ବରୂପ କ୍ରିକେଟ ଅଷ୍ଟ୍ରେଲିଆ କମନଓ୍ବେଲ୍‌ଥ ବ୍ୟାଙ୍କ୍‌ରୁ ୫୦ ନିୟୁତ ଡଲାର ଋଣନେଇଛି। କ୍ରିକେଟ ଅଷ୍ଟ୍ରେଲିଆ ଏବେ ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ଏହାର ଗଭର୍ନିଂବଡି ଗତ ମାସରେ କର୍ମଚାରୀ ସଂଖ୍ୟା ୮୦ ପ୍ରତିଶତ ହ୍ରାସ କରିବା ଲାଗି ନିଷ୍ପତ୍ତି ନେଇଛି। ଏଥିସହିତ ଜୁନ୍‌ ଶେଷ ଭାଗ ପର୍ଯ୍ୟନ୍ତ କର୍ମଚାରୀଙ୍କ ୨୦ ପ୍ରତିଶତ ବେତନ କାଟ୍‌ କରାଯାଇଛି। ଏହି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲେ ହୁଏତ ଅଗଷ୍ଟ ବେଳକୁ କ୍ରିକେଟ ଅଷ୍ଟ୍ରେଲିଆର ହାତଶୂନ୍ୟ ହୋଇଯାଇଥାନ୍ତା ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ୍‌ ରବଟର୍‌ସ ପ୍ରକାଶ କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁ କ୍ରିକେଟ ଅଷ୍ଟ୍ରେଲିଆ ୩ ନିୟୁତ ଆମେରିକୀୟ ଡଲାର ବଞ୍ଚାଇ ପାରିଛି। ଗଭର୍ନିଂବଡି ବର୍ତ୍ତମାନ ୫୦ ନିୟୁତ ଡଲାର ଋଣ କରିଛି। ତାହା କିପରି ଶୁଝାଯିବ ଏକ ବଡ଼ ପ୍ରଶ୍ନ। ରବଟର୍‌ସ ନିଜେ ତାଙ୍କ ବେତନର ୮୦ ପ୍ରତିଶତ ପାଉଛନ୍ତି। ରାଜ୍ୟ ଆସୋସିଏଶନଗୁଡ଼ିକର ଗ୍ରାଣ୍ଟ୍‌ ୨୫ ପ୍ରତିଶତ ହ୍ରାସ କରିବା ଲାଗି ସେ ବିଚାର କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। କରୋନା ମହାମାରୀ ଯୋଗୁ କ୍ରିକେଟ ଅଷ୍ଟ୍ରେଲିଆ ଇତିମଧ୍ୟରେ ୩୦୦ ନିୟୁତ ଅଷ୍ଟ୍ରେଲୀୟ ଡଲାର ହରାଇ ସାରିଲାଣି। ଡିସେମ୍ବର-ଜାନୁୟାରୀରେ ଯଦି ଭାରତ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଏ ତା’ହେଲେ ଆର୍ଥିକ ସଂକଟରୁ ମୁକ୍ତି ପାଇବା ପାଇଁ ସଂଘର୍ଷ ଚଳାଇଥିବା କ୍ରିକେଟ ଅଷ୍ଟ୍ରେଲିଆକୁ ଆଶ୍ୱସ୍ତି ମିଳି ପାରନ୍ତା। ଅଷ୍ଟ୍ରେଲିଆନ କ୍ରିକେଟର୍ସ ଆସୋସିଏଶନ ବୋର୍ଡର ସଭାପତି ଥିବା ପୂର୍ବତନ ଟେଷ୍ଟ ଅଲ୍‌ରାଉଣ୍ଡର ଶେନ୍‌ ଓ୍ବାଟ୍‌ସନ ଆସନ୍ତା ସପ୍ତାହରେ ଏକ ବୈଠକ ଡକାଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆର ଆର୍ଥିକ ଅବସ୍ଥା ସ୍ବାଭାବିକ କରିବା କ୍ଷେତ୍ରରେ କ’ଣ କରାଯାଇ ପାରେ ସେ ନେଇ ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି: ଉପରୁ ଖସିଲା ସିଲିଂ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri