କ୍ବାରାଣ୍ଟାଇନ୍‌ରେ କୁମ୍ଭାରପଡ଼ା ଥାନାର ୩୦ କର୍ମଚାରୀ

ପୁରୀ ଅଫିସ,୧୮ା୫: କ୍ବାରାଣ୍ଟାଇନରେ ରହିଲେ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ। ଜଣେ କରୋନା ଆକ୍ରାନ୍ତ ଗିରଫ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏହି ଥାନାର ଆଇଆଇସିଙ୍କ ସମେତ ପ୍ରାୟ ୩୦ କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସରକାରୀ କ୍ବାରାଣ୍ଟାଇନ ସେଣ୍ଟରରେ ରହିବାକୁ ପଡ଼ିଛି। ପ୍ରଶାସନ ପକ୍ଷରୁ ରବିବାର ସନ୍ଧ୍ୟାରେ ଥାନାକୁ ବିଶୋଧନ କରାଯାଇଥିବାବେଳେ ସୋମବାର ସମସ୍ତ କର୍ମଚାରୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ ହେବ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଏକ ଚୋରି କେସ୍‌ରେ କୁମ୍ଭାରପଡ଼ା ପୋଲିସ ୩/୪ ଦିନ ତଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତାଙ୍କର କୋଭିଡ୍‌ ଟେଷ୍ଟ ପାଇଁ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ରବିବାର ସମ୍ପୃକ୍ତ ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ ବାହାରିଥିବା ନେଇ ବିଭାଗୀୟ ଅଧିକାରୀଙ୍କୁ ସୂଚନା ମିଳିବା ପରେ ଥାନା କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଥିଲା। ଅନ୍ୟପକ୍ଷରେ ରବିବାର ଅପରାହ୍ନ ସୁଦ୍ଧା ପୁରୀ ଜିଲାରୁ ବାହାରିଥିବା ୭ ପଜିଟିଭଙ୍କ ମଧ୍ୟରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମ ନ ଥିବା କୁହାଯାଉଛି। ତେବେ ରାତିରେ ଆଉ ୪ଜଣଙ୍କ କରୋନା ପିଜିଟିଭ ମିଳିଛି। କିନ୍ତୁ ପୋଲିସ ଏବଂ ଜିଲା ପ୍ରଶାସନର ତତ୍ପରତା ଏବଂ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଥାନା କର୍ମଚାରୀମାନେ କ୍ବାରାଣ୍ଟାଇନରେ ଯିବା ଏହାର ସତ୍ୟତାକୁ ସ୍ପଷ୍ଟ କରିଛି। ସନ୍ଧ୍ୟାରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଥାନାକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରିଥିବାବେଳେ ଥାନା ଖାଲି ରହିଛି। ଏ ସମ୍ପର୍କରେ ଏସ୍‌ପି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସବୁ ପୋଲିସଙ୍କୁ କ୍ବାରାଣ୍ଟାଇନରେ ରଖାଯାଇ ନାହିଁ। ସମ୍ପୃକ୍ତ ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ ବାହାରିବା ପରେ ତାଙ୍କ କଣ୍ଟାକ୍ଟରେ ଆସିଥିବା ଲୋକମାନଙ୍କୁ ଟ୍ରେସିଂ କରାଯାଉଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ପୋଲିସ କର୍ମଚାରୀମାନଙ୍କୁ ଅସ୍ଥାୟୀ ଭାବେ ଗୋଟିଏ ଜାଗାରେ ରଖାଯାଇଛି। ସେମାନଙ୍କର ସ୍ବାବ ସଂଗ୍ରହ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ବଡ଼ ଧରଣର ଚଢାଉ: ୨୪ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୨୩।୬: ଫଲକନୁମା ଏକ୍ସପ୍ରେସ୍‌ ଟ୍ରେନରୁ ରବିବାର ୨୪ ଲକ୍ଷ ଜବତ ହୋଇଛି। ତେଲେଙ୍ଗାନା ପୋଲିସ ଏବଂ କଟକ ଆର୍‌ପିଏଫର ମିଳିତ ଚଢାଉରେ ବିହାରର ଦୁଇ ଯୁବକଙ୍କଠାରୁ...

୫ ଦିନରେ ଭୁଶୁଡ଼ିଲାଣି ୩ ବ୍ରିଜ୍‌: ତଦନ୍ତ ନିର୍ଦ୍ଦେଶ

ମୋତିହାରି,୨୩ା୬: ବିହାରର ପୂର୍ବ ଚମ୍ପାରନ୍‌ ଜିଲାରେ ଏକ ନିର୍ମାଣାଧୀନ ବ୍ରିଜ୍‌ ରବିବାର ଭୁଶୁଡ଼ି ପଡ଼ିଛି। ଏହାକୁ ମିଶାଇ ୫ ଦିନ ମଧ୍ୟରେ ବିହାରରେ ୩ଟି ସେତୁ...

ଭଡ଼ାଘରେ ଚାଲିଥିଲା ସେକ୍ସ ର଼୍ୟାକେଟ: ଧରାପଡ଼ିଲେ ଗ୍ରାହକଙ୍କ ସହ ୨ ଯୁବତୀ

ବ୍ରହ୍ମପୁର,୨୩।୬(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅଧୀନ ଅଶୋକନଗର ୯ମ ଲାଇନରେ ଏକ ଭଡା ଘରେ ସେକ୍ସ ର଼୍ୟାକେଟ ଠାବ ହୋଇଛି । ପୋଲିସ ହେି...

ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର

ଭୁବନେଶ୍ୱର, ୨୩।୬(ସୁନିତ୍‌ ମିଶ୍ର): ସମ୍ପ୍ରତି ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି ସମ୍ପର୍କରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର...

କେନ୍ଦୁଝରରୁ ନବୀନଙ୍କୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, ନିଶ୍ୱାସ ପଡିଲା…

କେନ୍ଦୁଝର,୨୩।୬(ନରେଶ ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। କେନ୍ଦୁଝରରେ ମା’ ତାରିଣୀଙ୍କୁ ଦର୍ଶନ କରିବା ପରେ ପ୍ରାୟ ୪...

ଅଣସର ଘରେ ତିନିଠାକୁର: ଶାବର ଶ୍ରୀକ୍ଷେତ୍ରରେ ପୂଜା ପାଉଛନ୍ତି ପଟ୍ଟଚିତ୍ର

କୋରାପୁଟ,୨୩।୬(ଅମିତାଭ ବେହେରା): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଅସୁସ୍ଥ ତିନିଠାକୁର ଏବେ ଅଣସର ଘରେ ଅଛନ୍ତି। ଶବର ତଥା ଆଦିବାସୀ ବଇଦଙ୍କ ପାରମ୍ପରିକ ପଦ୍ଧତିରେ ଚାଲିଛି ଠାକୁରଙ୍କ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୫ଲକ୍ଷ ଲୋକଙ୍କୁ ମିଳିବ ମାଗଣା ଘର, ଏମାନଙ୍କୁ ମିଳିବ…

ଭୁବନେଶ୍ୱର,୨୩।୬: ସରକାର ଆସୁ ଆସୁ ଆକ୍ସନ ମୋଡରେ ମୋହନ ସରକାର। ଓଡ଼ିଶାରେ କ୍ଷମତାକୁ ଆସୁଆସୁ ୧୦୦ଦିନ ଭିତରେ ସୁଭଦ୍ରା ଯୋଜନା ଲାଗୁ କରିବାକୁ ନିର୍ଦ୍ଦେଶ ଦେବା...

କୋରାପୁଟରେ ବ୍ୟାପୁଛି ଅଜଣା ରୋଗ

ଦଶମନ୍ତପୁର,୨୩ା୬(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଗାଦିଆଗୁଡ଼ା ପଞ୍ଚାୟତ ପଞ୍ଚଡାପଦର ଗ୍ରାମରେ କିଛି ଦିନ ହେବ ଅଜଣାରୋଗ ବ୍ୟାପୁଥିବା ଲକ୍ଷ୍ୟ କରାଯାଉଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri