‘କୋହଳ ଆଭିମୁଖ୍ୟ ନ ଭାଙ୍ଗୁ କଟକଣା’

ଭୁବନେଶ୍ୱର,୨୦।୪: କରୋନା କଟକଣା ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମେ’ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଢ଼ାଇ ଦିଆଯାଇଛି। ତେବେ ଏଥିଯୋଗୁ ଜୀବନଜୀବିକାଠାରୁ ଆରମ୍ଭ କରି ଅର୍ଥନୀତି ଓ ସାମାଜିକ ସ୍ଥିତି ବିଗିଡି ଯାଉଥିବାରୁ ସରକାର ୨୦ ତାରିଖରୁ କଟକ ଓ ଭୁବନେଶ୍ୱରକୁ ଛାଡ଼ି ଅନ୍ୟସବୁ ଅଞ୍ଚଳ ପାଇଁ କେତେକ କ୍ଷେତ୍ରରେ କୋହଳ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏନେଇ ରବିବାର ସରକାର ଘୋଷଣା କରିବା ପରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ତେବେ ଏହାକୁ ସୁଯୋଗ ବୋଲି ଭାବି କେତେକ ଲୋକ ଅନ୍ୟସବୁ କଟକଣା ଓ ନିୟମକୁ ମଧ୍ୟ ଉଲ୍ଲଂଘନ କରିବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ନିୟନ୍ତ୍ରଣାଧୀନ ଥିବା କରୋନା ସଂକ୍ରମଣ ପୁଣି ବ୍ୟାପିବାର ଆଶଙ୍କା ଦେଖା ଦେଇଛି। ତେଣୁ କଟକଣା ଯେପରି ଭଙ୍ଗ ନ ହେବ ଓ ବିଶେଷକରି ରାଜ୍ୟ ସୀମା ଉପରେ କଡ଼ା ନଜର ରଖିବାକୁ ମତ ପ୍ରକାଶ ପାଇଛି।

ସୀମାରେ କଟକଣା କଡ଼ା ରହୁ, ପଶି ଆସିପାରନ୍ତି ଆକ୍ରାନ୍ତ
ଆଗାମୀ ଦିନରେ ଆର୍ଥିକ ମାନ୍ଦାବସ୍ଥା ଦୂର ପାଇଁ ଲକ୍‌ଡାଉନ୍‌କୁ କିଭଳି ଯଥାଶୀଘ୍ର ଉଠାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍‌। ଓଡ଼ିଶା ଧୀରେ ଧୀରେ ଭଲ ସ୍ଥିତି ଆଡକୁ ଗତି କରୁଛି। ମାତ୍ର ପଡ଼ୋଶୀ ପଶ୍ଚିମବଙ୍ଗର ଅବସ୍ଥା ବହୁତ ଖରାପ। ସେଠାରୁ ବହୁ ସଂକ୍ରମିତ ବ୍ୟକ୍ତି ଲକ୍‌ଡାଉନ୍‌ ଉଠିବା ପରେ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହେଉଥିବା ଗାଡ଼ିରେ ସଂକ୍ରମିତ ଓଡ଼ିଶା ଆସିଥିବା ନଜିର ରହିଛି। ଯଦି ଏବେଠାରୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଉପରେ ଗୁରୁତ୍ୱ ଦିଆ ନ ଯାଏ ତେବେ ଓଡ଼ିଶା ସରକାରଙ୍କ ସବୁ କଷ୍ଟ ଶୁଖୁଆ ଝୋଳରେ ଚାଲିଯିବା ଭଳି ହେବ।
– ପ୍ରଭୁ ପ୍ରସାଦ ମିଶ୍ର
ଭାରତ ପ୍ରଥମରୁ ଭୁଲ୍‌ କରିଥିଲା
କେବଳ ଏବେ ନୁହେଁ, ଲକ୍‌ଡାଉନ୍‌ ଉଠିବା ପରେ ପୁଣିଥରେ କରୋନା ବ୍ୟାପିବନି ବୋଲି କହିହେଉନି। ତେଣୁ ସ୍ଥିତି ଉପରେ କଡ଼ା ନଜର ରଖିବା ଉଚିତ୍‌। ରାଜ୍ୟ ଓ ଦେଶ ସୀମାକୁ ସିଲ୍‌ କରି ରଖିବା ସବୁଠାରୁ ଅଧିକ ଗୁରୁତ୍ୱପୁର୍ଣ୍ଣ। ଭାରତ ଏହି ଭୁଲ୍‌ ପ୍ରଥମରୁ କରିଥିଲା ବୋଲି ଆଜି ଏଭଳି ଦୁର୍ଦ୍ଦଶା ହୋଇଛି। ଅନେକ ରାଷ୍ଟ୍ର ଲକ୍‌ଡାଉନ୍‌ ନ କରି କେବଳ ବର୍ଡର ସିଲ୍‌ କରି ପରିସ୍ଥିତିକୁ ଆୟତ କରିପାରିଛନ୍ତି। ଏହାବ୍ୟତୀତ ଚୀନ୍‌ ଭଳି ବାହାରୁ ଆସୁଥିବା ଲୋକଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରାଣ୍ଟାଇନ୍‌ରେ ରଖିବା ଉଚିତ୍‌।
– ସୁଶୀଲ ପାଣିଗ୍ରାହୀ
ସ୍ବାଗତଯୋଗ୍ୟ, କିନ୍ତୁ ବିପଜ୍ଜନକ
ମେ’ ୩ ପୂର୍ବରୁ କଟକଣାରେ କୋହଳ ଆଣିବା ଯେତିକି ସ୍ବାଗତଯୋଗ୍ୟ ସେତିକି ବିପଦଜନକ। ଯଦି ଲୋକ ଠିକ୍‌ଭାବେ ନିୟମ ପାଳନ ନ କରନ୍ତି ତା’ ହଲେ ପରିସ୍ଥିତି ଅଣାୟତ ହୋଇଯିବ। ଯେତିକି ସୁଧାର ଆସିଛି, ଅଧିକ ବିଗିଡ଼ି ଯିବ। ତେଣୁ ପୋଲିସ ଓ ପ୍ରଶାସନ ପରିସ୍ଥିତିକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ୍‌। ସବୁସ୍ଥାନରେ ଯେପରି ସାମାଜିକ ଦୂରତା ରକ୍ଷା କରାଯାଏ ତାହା ଉପରେ ନଜର ରଖିବା ଉଚିତ୍‌।
– ଶରତ ଚନ୍ଦ୍ର ସେଠୀ
ଦ୍ୱୈତନଗରୀରେ କଟକଣା ରହିବା ଭଲ ନିଷ୍ପତ୍ତି
ଯେତେବେଳେ ପରିସ୍ଥିତି ଠିକ୍‌ ହେବ, ସେତେବେଳେ ଖୁସି ହେବା ଯଥାର୍ଥ। ତେବେ କଟକ, ଭୁବନେଶ୍ୱରରେ କଟକଣାକୁ କଡ଼ାକଡ଼ା ରଖାଯିବା ଏକ ଭଲ ନିଷ୍ପତ୍ତି। ଭୁବନେଶ୍ୱର ହଟ୍‌ସ୍ପଟ୍‌ ହୋଇଥିବାରୁ ଏହାକୁ ସିଲ୍‌ କରି ରଖିବାର ଆବଶ୍ୟକତା ରହିଛି। ହେଲେ ଯେଉଁ ସ୍ଥାନରେ ଲକ୍‌ଡାଉନକୁ ସାମାନ୍ୟ କୋହଳ କରାଯାଇଛି ସେଠାକାର ଲୋକେ ସଚେତନ ହେବା ଆବଶ୍ୟକ। ସାମାନ୍ୟ ଭୁଲ୍‌ ହେଲେ ପୁଣିଥରେ ସ୍ଥିତି ବିଗିଡିଯିବ। ଲୋକ ସଚେତନ ରହିଲେ ଏହି ମହାମାରୀକୁ ମାତ୍‌ ଦେଇପାରିବା। ( ପ୍ରତିଭା ବର୍ମା ମହାପାତ୍ର)

ସସ୍ମିତା ପାଇକରାୟ

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସ୍ଥାପନ ହେବ ହାଇଡ୍ରୋଜେନ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୨ା୪(ବ୍ୟୁରୋ):ରାଜ୍ୟରେ ସବୁଜ ଶକ୍ତି ଓ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ ହେବ। ଏ ନେଇ ଲୋକସେବା ଭବନଠାରେ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌(ବିପିସିଏଲ) ଏବଂ ଇଣ୍ଡଷ୍ଟ୍ରିଆଲ ପ୍ରମୋଶନ...

କଣ୍ଟେନମେଣ୍ଟ ଜୋନ୍‌ରେ ୩ ପଞ୍ଚାୟତର ୯ଗାଁ

ରସୁଲପୁର, ୬।୫(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ନଠୁଆବର ପଞ୍ଚାୟତର ଜଣେ ୫୮ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍‌ (କ୍ରମିକ ନଂ.୧୭୬)ଙ୍କ ଚିହ୍ନଟ ହେବା ପରେ...

୧୮ରେ ଏଲ୍‌ଆଇସି ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ

କଟକ ଅଫିସ,୧୬।୭: ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ଅଧ୍ୟକ୍ଷ ଏମ୍‌.ଆର୍‌ କୁମାର ଚଳିତ ମାସ ୧୮ରେ ଓଡିଶା ଆସୁଛନ୍ତି। ଏହି ଅବସରରେ ତାଙ୍କୁ ଏଲ୍‌ଆଇସି କଟକ...

ରାଜ୍ୟରେ ଲାଗୁ ହେବ ଆଧାର ସଂଯୋଗ ‘ଲର୍ନର ଲାଇସେନ୍ସ’ ବ୍ୟବସ୍ଥା

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟରେ ଆଧାର ସଂଯୋଗ ଲର୍ନର ଲାଇସେନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏ ନେଇ ବୁଧବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ...

୬ରୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ବର,୫ା୮(ବ୍ୟୁରୋ): ଆସନ୍ତା ୬ତାରିଖରେ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୭ରେ ବିଜ୍ଞାନ ଭବନ ପରିସରରେ ହେବାକୁ ଥିବା ନୀତି ଆୟୋଗ...

ସୁଶାନ୍ତ ସିଂଙ୍କୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର,୯ା୪(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଝାରସୁଗୁଡ଼ା ଉପନିର୍ବାଚନରୁ ଦୂରେଇ ରଖାଯାଇଛି। ବରିଷ୍ଠ ପର୍ଯ୍ୟବେକ୍ଷକ କିମ୍ବା ବିଜେଡି ବ୍ଲକ ଓ ମ୍ୟୁନିସିପାଲିଟି...

କଟକରୁ ୩ ପଜିଟିଭ ଚିହ୍ନଟ: ଅଛନ୍ତି ୨ କ୍ୱାରାଣ୍ଟାଇନ, ୧ ସ୍ଥାନୀୟ ଅଞ୍ଚଳର

କଟକ ଅଫିସ, ୬।୭: କଟକ ସହରରୁ ସୋମବାର ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ କ୍ୱାରାଣ୍ଟାଇନରେ ଥିବା ବେଳେ ଅନ୍ୟ ଜଣେ...

ରାଜ୍ୟରେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗୁନି। ଆଜି ଆଉ ୧୮ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ...

Advertisement
Archives

Model This Week