ନୂଆଦିଲ୍ଲୀ, ୨୫ା୬ (ପି.ଟି.)-ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ଯଦି ଇଣ୍ଡିଆନ ସୁପର ଲିଗ୍ (ଆଏସ୍ଏଲ୍)କୁ ବିଧିବଦ୍ଧ ଦେଶର ଟପ୍ ଲିଗ୍ ଘୋଷଣା କରେ ତେବେ ୭ଟି ଆଇ-ଲିଗ୍ କ୍ଲବ ମିଳିତ ଭାବେ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏହି କ୍ଲବଗୁଡ଼ିକ ହେଲା ମୋହନ ବାଗାନ, ଇଷ୍ଟବେଙ୍ଗଲ, ଚର୍ଚ୍ଚିଲ ବ୍ରଦର୍ସ, ମିନର୍ଭା ପଞ୍ଜାବ ଏଫ୍ସି, ଆଇଜଲ ଏଫ୍ସି, ନେରୋକା ଏବଂ ଗୋକୁଳମ କେରଳ ଏଫ୍ସି। ସେମାନେ ସୋମବାର ନୂଆଦିଲ୍ଲୀରେ ଏକ ବୈଠକରେ ଏକାଠି ହୋଇଥିଲେ। ଏଆଇଏଫ୍ଏଫ୍ ସାଧାରଣ ସମ୍ପାଦକ କୁଶାଲ ଦାସ ସର୍ବସାଧାରଣରେ ଇଣ୍ଡିଆନ ସୁପର ଲିଗ୍କୁ ମୁଖ୍ୟ ଲିଗ୍ର ମାନ୍ୟତା ପ୍ରଦାନ କରିଛନ୍ତି। ଜୁଲାଇ ୩ରେ ଏଆଇଏଫ୍ଏଫ୍ କାର୍ଯ୍ୟନିର୍ବାହୀ କମିଟି ବୈଠକ ବସିବ। ଏଥିରେ ଆଇଏସ୍ଏଲ୍କୁ ଦେଶର ଟପ୍ ଲିଗ୍ ଘୋଷଣା କରାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଦାସ ହେଉଛନ୍ତି ଏଆଇଏଫ୍ଏଫ୍ର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି। ବୈଠକରେ କେବଳ ନାମକୁ ମାତ୍ର ଏହା ଅନୁମୋଦନ ଲାଭ କରିବ ବୋଲି ମିଡିଆ ରିପୋର୍ଟରେ ସୂଚନା ମିଳିଛି। ସୂଚନାଯୋଗ୍ୟ, ପାଉଣା ପ୍ରଦାନ କ୍ଷେତ୍ରରେ ଏଆଇଏଫ୍ଏଫ୍ ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ଦେଖାଉଛି ଦର୍ଶାଇ ପ୍ରତିବାଦ ସ୍ବରୂପ ନିକଟରେ ୬ଟି ଆଇ-ଲିଗ୍ କ୍ଲବ ବିଦ୍ରୋହ କରି ସୁପର କପ୍ରୁ ଓହରିଯାଇଥିଲେ।
ଏଆଇଏଫ୍ଏଫ୍ ନିଷ୍ପତ୍ତିରେ ଆଇଏସଏଲ୍ର ପ୍ରମୋଟର ଆଇଏମ୍ଜି ରିଲାଏନ୍ସ ହସ୍ତକ୍ଷେପ କରୁଛି ବୋଲି ଯେଉଁ ଅଭିଯୋଗ ହୋଇଛି ଏଆଇଏଫ୍ଏଫ୍ ସାଧାରଣ ସମ୍ପାଦକ ଦାସ ତାହାର ଖଣ୍ଡନ କରିଛନ୍ତି। ଆଇଏମ୍ଜି ରିଲାଏନ୍ସ କମର୍ସିଆଲ ପାର୍ଟନର ହୋଇଥିବାରୁ ବିଶେଷ କରି ବ୍ୟବସାୟିକ କଥାବସ୍ତୁ ନେଇ ଫେଡେରେଶନ ସହିତ ଆଲୋଚନା କରିଥାଏ। ଏହି ସଂସ୍ଥା ଏଆଇଏଫ୍ଏଫ୍ର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରି ନ ଥାଏ ବୋଲି ସେ କହିଛନ୍ତି।
ଆସିଗଲା ନାମ! ସୂର୍ଯ୍ୟକୁମାର ଯାଦବଙ୍କ ପରେ, ଏହି ଖେଳାଳି ହେବେ ଟିମ ଇଣ୍ଡିଆର T20 ଅଧିନାୟକ
ନୂଆଦିଲ୍ଲୀ,୧୯।୪: ଭାରତୀୟ କ୍ରିକେଟ ଦଳର ନୂତନ T-20 ଅଧିନାୟକ କିଏ ହେବେ? ସୂର୍ଯ୍ୟକୁମାର ଯାଦବ ଅଧିନାୟକ ପଦ ଛାଡିବା ପରେ – କିମ୍ବା ଯଦି ଭାରତୀୟ ଚୟନକର୍ତ୍ତାମାନେ…
ବିଦେଶୀ ଖେଳାଳିଙ୍କ ମୁଣ୍ଡରେ ଚମକିଲା ଅରେଞ୍ଜ କ୍ୟାପ, ବିରାଟ କୋହଲି ତାଲିକାରେ ସାମିଲ – ଜାଣନ୍ତୁ କିଏ ପର୍ପଲ କ୍ୟାପର ଦାବିଦାର
ନୂଆଦିଲ୍ଲୀ,୧୯।୪: IPL 2026ରେ, ଯେତେବେଳେ ଦଳଗୁଡ଼ିକ ଶୀର୍ଷ ଚାରିରେ ସ୍ଥାନ ପାଇବା ପାଇଁ ଏକ ଭୟଙ୍କର ଲଢ଼େଇରେ ଲିଡରବୋର୍ଡରେ ଅଛନ୍ତି, ବ୍ୟକ୍ତିଗତ ଖେଳାଳିମାନେ ସର୍ବାଧିକ ରନ କରି…
IPL 2026 Points Table: ଚେନ୍ନାଇ ବିପକ୍ଷରେ ବିଜୟ ପରେ ପଏଣ୍ଟ ଟେବୁଲରେ ଲମ୍ଫ ମାରିଲା ହାଇଦ୍ରାବାଦ,ବାଦ ପଡ଼ିବ କି ଏହି ଦଳ?ଜାଣନ୍ତୁ…
ନୂଆଦିଲ୍ଲୀ,୧୯।୪: ଗତ ଶନିବାର, IPL 2026 ର ୨୭ତମ ଲିଗ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିଲା। ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ…
ଅଗରକରଙ୍କ ବଡ଼ ସଫଳତା, BCCI ଦେବ ବଡ଼ ପୁରସ୍କାର!
ନୂଆଦିଲ୍ଲୀ,୧୯।୪: ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ମିଳିବାକୁ ଯାଉଛି।…
କ୍ରମାଗତ ୫ ପରାଜୟ ପରେ ଖୋଲିବ KKR ର ଭାଗ୍ୟ? ଦଳରେ ସାମିଲ ହେଲେଣି ଏତେ କୋଟି ଟଙ୍କାର ଖେଳାଳି
ନୂଆଦିଲ୍ଲୀ,୧୯।୪: IPL 2026 ରେ ବର୍ତ୍ତମାନ ସୁଦ୍ଧା, କୋଲକାତା ନାଇଟ ରାଇଡର୍ସ (KKR) ଏକମାତ୍ର ଦଳ ଭାବରେ ଏପର୍ଯ୍ୟନ୍ତ ଗୋଟିଏ ବି ବିଜୟ ହାସଲ କରିପାରି ନାହିଁ।…
ଶେଷ ଓଭରରେ ଦିଲ୍ଲୀର ରୋମାଞ୍ଚକ ବିଜୟ
ବେଙ୍ଗାଲୁରୁ,୧୮ା୪: ଡେଭିଡ୍ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଖେଳାଯାଇଥିବା ଏକ ରୋମାଞ୍ଚକ ଆଇପିଏଲ୍ ମ୍ୟାଚ୍ରେ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…
ବାପା ହେଲେ ଷ୍ଟାର ଅଲରାଉଣ୍ଡର ରଶିଦ ଖାନ
ନୂଆଦିଲ୍ଲୀ,୧୮ା୪: ଆଫଗାନିସ୍ତାନ ଓ ଗୁଜରାଟ ଟାଇଟନ୍ସ (ଜିଟି) ଷ୍ଟାର ଅଲରାଉଣ୍ଡର ରଶିଦ ଖାନ ଶନିବାର ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି। ରଶିଦ ସୋସିଆଲ ମିଡିଆରେ ଏକ…
ହଟିବେ ହେଡ କୋଚ?କେଭିନ ପିଟରସନଙ୍କ ବଡ଼ ଦାବି, ମ୍ୟାକକୁଲମ ହେବେ KKRର ପ୍ରଶିକ୍ଷକ
ନୂଆଦିଲ୍ଲୀ,୧୮।୪: କୋଲକାତା ନାଇଟ ରାଇଡର୍ସ (କେକେଆର) ୨୦୨୬ ଆଇପିଏଲ ସିଜିନରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ସଙ୍କଟର ସମ୍ମୁଖୀନ ହେଉଛି। ୧୭ ଏପ୍ରିଲ ଶୁକ୍ରବାର, ଦଳ ଗୁଜୁରାଟ ଟାଇଟାନ୍ସ…
Archives

