Posted inଖେଳ

କୋଭିଡ୍‌-୧୯ ଲକ୍‌ଡାଉନ୍‌: ଅନ୍‌ଲାଇନ୍‌ କୋଚିଂ ପାଇଁ ହାତ ମିଳାଇଲେ ସାଇ- ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ,୧୬।୪(ପି.ଟି.): କରୋନା ଭାଇରସ ମହାମାରୀ ରୂପ ନେଇଥିବା ବେଳେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ଅନ୍‌ଲାଇନ କୋଚିଂ ପାଇଁ ଅଣ୍ଟା ଭିଡିଛନ୍ତି ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)। ଆସନ୍ତା ସୋମବାରଠାରୁ ଏହି ଦୁଇ କ୍ରୀଡ଼ା ସଂସ୍ଥା ଅନ୍‌ଲାଇନ୍‌ କୋଚିଂ ଏଜୁକେଶନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେ ୨ ତାରିଖରେ ଏହି କୋଚିଂ ପ୍ରକ୍ରିୟା ଶେଷ ହେବ। ୧୩ ଦିନଧରି ଚାଲିବାକୁ ଥିବା ଏହି ରିଫ୍ରେଶିଂ କୋର୍ସରେ ସାଇ ଓ ଏଆଇଏଫ୍‌ଏଫ୍‌ର ଅନୁମୋଦିତ ୪୦୦- ୫୦୦ କୋଚ୍‌ ସାମିଲ ହେବେ। ଅନଲାଇନ୍‌ ମାଧ୍ୟମରେ ଏମାନେ ଏକାଠି ହେବେ। ଏହି କୋଚିଂ ପ୍ରକ୍ରିୟାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ସହ ଇଞ୍ଜୁରିରୁ କିପରି ଦୂରେଇ ରହିହେବ, ଭିଡିଓ ଆନାଲିସିସ୍‌ ନେଇ ଆଲୋଚନା ହେବ ବୋଲି କୁହାଯାଇଛି। ସାଇ ଓ ଏଆଇଏଫ୍‌ଏଫ୍‌ ଏକ ଅଭିନୟ ଉପାୟ ଅଲମ୍ବନ କରିଛନ୍ତି ଓ ଏହା ବେଶ୍‌ କାମରେ ଆସିବ ବୋଲି ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ତଥା ଏଆଇଏଫ୍‌ଏଫ୍‌ କୋଚ୍‌ ସାଭିଓ ମେଡେଇରା କହିଛନ୍ତି।
ଏହି କୋଚିଂ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟ ତଥା ସେସନକୁ ନିହେଜ ମେଡେଇରା ସଂଯୋଜନା କରିବେ। ଏଆଇଏଫ୍‌ଏଫ୍‌ର ଏକାଧିକ ଇନ୍‌ଷ୍ଟ୍ରକ୍ଟରଙ୍କ ସମେତ ଭାରତୀୟ ଜାତୀୟ ଦଳ କୋଚ୍‌ ଆଇଗର ଷ୍ଟିମାନକ, ଏଆଇଏଫ୍‌ଏଫ୍‌ ଟେକ୍‌ନିକାଲ ଡାଇରେକ୍ଟର ଆଇଜାକ ଡୋରୁ ଓ ଅନ୍ୟମାନେ ବିଭିନ୍ନ ସେସନ୍‌ରେ ସାମିଲ ରହି ଶିକ୍ଷା ପ୍ରଦାନ କରିବେ। ଏହାପୂର୍ବରୁ ଏଆଇଏଫ୍‌ଏଫ୍‌ ମଧ୍ୟ ଏକ ଅନ୍‌ଲାଇନ କୋଚିଂ ସେମିନାର ମଧ୍ୟ ଆୟୋଜନ କରିଥିଲା। ଏହି ଅନ୍‌ଲାଇନ୍‌ କୋଚିଂ କୋର୍ସ କାମରେ ଆସିବ ବୋଲି ମେଡେଇରା କହିଛନ୍ତି। ରେଫରିମାନଙ୍କ ପାଇଁ ମଧ୍ୟ ଏଆଇଏଫ୍‌ଏଫ୍‌ ଏକ ଅନ୍‌ଲାଇନ୍‌ ଟିଉଟୋରିଆ କ୍ଲାସ୍‌ର ଆୟୋଜନ କରିଥିଲା। ଏହା ବ୍ୟତୀତ ୩ଟି ଅନ୍‌ଲାଇନ୍‌ ସେମିନାର ମଧ୍ୟ ଆୟୋଜନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆନନ୍ଦ-ସୌରଭ ଯୋଡ଼ି ଚାମ୍ପିୟନ

ରେଢାଖୋଲ ୨୫ା୨ (ଡି.ଏନ.ଏ): ରେଢାଖୋଲର ପଞ୍ଚଖଣ୍ଡା ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘର ଅନୁମୋଦନ କ୍ରମେ ସ୍ଥାନୀୟ ଇନ୍‌ଡୋର ଷ୍ଟାଡିୟମରେ ଗୁରୁବାର ସପ୍ତମ ରାଜ୍ୟସ୍ତରୀୟ...

ଫ୍ରେଞ୍ଚ୍‌ ଓପନ ଟେନିସ୍‌: ସିଡେଡ୍‌ ଖେଳାଳିଙ୍କ ଅଗ୍ରଗତି

ପ୍ୟାରିସ୍‌,୨।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ମଙ୍ଗଳବାର ତୃତୀୟ ଦିବସରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଅଗ୍ରଗତି...

ଓ୍ବାଲର୍‌ଡ ଓପନ ଅନ୍‌ଲାଇନ୍‌ ଚେସ୍‌: ଭାରତୀୟ ଜିଏମ୍‌ ଇନିୟାନଙ୍କୁ ଟାଇଟଲ

ଚେନ୍ନାଇ, ୪।୯(ପି.ଟି.)- ଭାରତୀୟ ଗ୍ରାଣ୍ଡମାଷ୍ଟର(ଜିଏମ୍‌) ପି. ଇନିୟାନ ସମ୍ମାନଜନକ ଓ୍ବାଲର୍‌ଡ ଓପନ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି। ତାମିଲନାଡ଼ୁର ଏହି ଖେଳାଳି ସମ୍ଭାବ୍ୟ...

ମ୍ୟାଚ୍‌ର କିଛି ସମୟ ପୂର୍ବରୁ ଜେଜେ ମା’ ପ୍ରାଣ ହରାଇଥିଲେ, ତଥାପି ପଡିଆକୁ ଓହ୍ଲାଇ ବିସ୍ଫୋରକ ପାଳି ଖେଳିଲେ ଏହି କ୍ରିକେଟର୍‌

ପୋର୍ଟ ଅଫ ସ୍ପେନ, ୧୬।୮: ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ଉଇକେଟରେ ପରାସ୍ତ କରି ଦିନିକିଆ ସିରିଜକୁ ୨-୦ରେ ପୋଛି ନେଇଛି ଭାରତ। ଏହି ମ୍ୟାଚ୍‌ରେ...

ଶେଷରେ ସୁଶୀଲ ଚାକିରିରୁ ନିଲମ୍ବିତ

ନୂଆଦିଲ୍ଲୀ,୨୫।୫: ରେସଲର ସୁଶୀଲ କୁମାରଙ୍କ ସମସ୍ୟା ବଢିବାରେ ଲାଗିଛି। ହତ୍ୟା ମାମଲାରେ ଗିରଫ ହୋଇଥିବା ସୁଶୀଲଙ୍କୁ ଉତ୍ତର ରେଳବିଭାଗ ଦ୍ୱାରା ଚାକିରିରୁ ନିଲମ୍ବିତ କରାଯାଇଛି। ମଙ୍ଗଳବାର...

ରଶ୍ମିରଞ୍ଜନଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୩୧ା୧୨(ସ୍ପୋଟର୍‌ସ ବ୍ୟୁରୋ): ପଞ୍ଜାବର ଲୁଧିଆନାଠାରେ ୧୪ତମ ଜାତୀୟ ସିନିୟର ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ଏକ ୧୭ଜଣିଆ...

ହିଟ୍‌ମ୍ୟାନ୍‌ଙ୍କ ଭୁଲାମନ

ରାୟପୁର,୨୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଏମିତି କିଛି ଘଟିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଭାରତୀୟ ଅଧିନାୟକ...

ଦ୍ୱିତୀୟ ଟି୨୦: ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟରେ ବିଜୟୀ

ଥିରୁଭାନନ୍ତପୁରମ,୯।୧୨(ପି.ଟି.)- ବୋଲର ଓ ଓପନର ଲେଣ୍ଡେଲ ସିମନ୍ସଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଓ୍ବେଷ୍ଟଇଣ୍ଡିଜ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତକୁ ୯ ଟି ବଲ...

Advertisement
Archives

Model This Week