କୋଟିଏରୁ ଫେରିଯିବ ୨୦ ଲକ୍ଷ

ଅନୁଗୋଳ ଅଫିସ,୨।୩ – ମତ୍ସ୍ୟ ଚାଷ ପାଇଁ ଅନୁଗୋଳ ଜିଲାର ଚାଷୀଙ୍କ ମଧ୍ୟରେ ଆଗ୍ରହ ଥିଲେ ବି ସେମାନଙ୍କୁ ମିଳୁନି ଉପଯୁକ୍ତ ସୁଯୋଗ। ଆବଶ୍ୟକସ୍ଥଳେ ବ୍ୟାଙ୍କ ଋଣ ମିଳୁ ନ ଥିବା ବେଳେ ସରକାରୀ ପ୍ରୋତ୍ସାହନ ଓ ସବ୍‌ସିଡି ମଧ୍ୟ ସେମାନଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉ ନାହିଁ। ଫଳରେ ଅନୁଗୋଳ ଜିଲାର ଯୋଗ୍ୟ ଚାଷୀ ଅର୍ଥ ଅଭାବରୁ ମତ୍ସ୍ୟଚାଷ ଆଗେଇ ନେଇପାରୁ ନ ଥିବା ଅଭିଯୋଗ ହେଉଛି। ଏପରିକି ମତ୍ସ୍ୟଚାଷ ପାଇଁ ଜିଲାକୁ ସରକାର ଦେଇଥିବା ସବ୍‌ସିଡି ବ୍ୟବସ୍ଥାର ସୁବିଧା ମଧ୍ୟ ଚାଷୀଙ୍କୁ ଉପଯୁକ୍ତ ଭାବେ ପ୍ରଦାନ କରାଯାଇ ନ ଥିବା ଅନୁଗୋଳ ଉପମତ୍ସ୍ୟ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତଥ୍ୟରୁ ଜଣାପଡିଛି। ଫଳରେ ଜିଲାକୁ ସବ୍‌ସିଡି ବାବଦକୁ ମିଳିଥିବା କୋଟିଏ ଟଙ୍କାରୁ ଏବେ ୨୦ ଲକ୍ଷ ଟଙ୍କା ଫେରିଯିବାକୁ ବସିଛି।
ମତ୍ସ୍ୟଚାଷକୁ ସରକାର ଗୁରୁତ୍ୱ ଦେଇ ଆରମ୍ଭ କରିଥିଲେ ମତ୍ସ୍ୟ ପୋଖରୀ ଯୋଜନା। ୨୦୧୭-୧୮ ଆର୍ଥିକ ବର୍ଷରେ ମତ୍ସ୍ୟଚାଷୀଙ୍କ ପାଇଁ ସବ୍‌ସିଡି ବ୍ୟବସ୍ଥା ହୋଇଥିଲା। ଗୋଟିଏ ହେକ୍ଟର ଜାଗା ଥିବା ଚାଷୀ ମତ୍ସ୍ୟ ପୋଖରୀ କଲେ, ସେମାନଙ୍କୁ ଖର୍ଚ୍ଚର ୫୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରାଯିବ ବୋଲି ସରକାର ନିୟମ କରିଥିଲେ। ଏପରି କି ଗୋଟିଏ ହେକ୍ଟରରେ ମୋଟ୍‌ ୮ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରାଯିବ ବୋଲି ଧାର୍ଯ୍ୟ ହୋଇଥିଲା। ଏଥିରେ ପୋଖରୀ ଖୋଳିବା ପାଇଁ ୫ ଲକ୍ଷ, ମାଛ ଖାଦ୍ୟ, ଚୂନ ଓ ଅନ୍ୟାନ୍ୟ ବାବଦକୁ ୧.୫ ଲକ୍ଷ ଓ ୨ ଲକ୍ଷ ଟଙ୍କା ଭିତ୍ତିଭୂମି ବାବଦକୁ ଖର୍ଚ୍ଚ କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅନୁଗୋଳ ଜିଲାରେ ମତ୍ସ୍ୟଚାଷୀମାନଙ୍କ ନିକଟରେ ଆବଶ୍ୟକ ଜାଗା ରହିଥିଲେ ମଧ୍ୟ ସେମାନେ ଚାଷ କରିବାରୁ ବଞ୍ଚତ୍ତ ହେଉଛନ୍ତି। ଫଳରେ ଜିଲାରେ ମାଛ ଉତ୍ପାଦନ କମୁଥିବାବେଳେ ଚାଷୀ ମଧ୍ୟ ନିରାଶ ହେଉଛନ୍ତି।
ସରକାରୀ ତଥ୍ୟ କହୁଛି, ଜିଲାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ମତ୍ସ୍ୟ ପୋଖରୀ ଯୋଜନାରେ ମୋଟ୍‌ ୩୩ ଜଣ ହିତାଧିକାରୀ ସାମିଲ ହୋଇଥିଲେ। ସେହିପରି ୨୦୧୮-୧୯ରେ ମୋଟ୍‌ ୫୫ ଜଣ ସାମିଲ ହୋଇଥିଲେ। ୨୦୧୯-୨୦ରେ ମାତ୍ର ୧୬ ଜଣ ଚାଷୀ ଅଦ୍ୟାବଧି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ବ୍ୟାଙ୍କରୁ ଋଣ ନେଇଥିବା ବେଳେ ଅନ୍ୟ ସମସ୍ତ ଚାଷୀ ନିଜସ୍ବ ପାଣ୍ଠିରେ ଏହି ଯୋଜନାରେ ସାମିଲ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଜିଲାର ବହୁ ଚାଷୀ ମତ୍ସ୍ୟଚାଷ ପାଇଁ ଆବେଦନ କରୁଥିଲେ ମଧ୍ୟ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳୁ ନ ଥିବାରୁ ସେମାନେ ଏହି ଯୋଜନାରୁ ଦୂରେଇ ଯାଉଛନ୍ତି। ତେବେ ଜିଲାକୁ ସବ୍‌ସିଡି ବାବଦକୁ ମିଳିଥିବା କୋଟିଏ ଟଙ୍କାରୁ ଏବେ ୨୦ ଲକ୍ଷ ଟଙ୍କା ଫେରିଯିବାକୁ ବସିଛି। ଯୋଜନାରେ ମତ୍ସ୍ୟଚାଷୀଙ୍କୁ ଋଣ ପ୍ରଦାନ କରିବାକୁ ନିୟମ ରହିଛି। ଲୋକେ ନିଜସ୍ବ ପାଣ୍ଠିରୁ ପୋଖରୀ ଖୋଳିଲେ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବ୍‌ସିଡି ଟଙ୍କା ପଠାଯିବା କଥା। ସେହିପରି ବ୍ୟାଙ୍କରୁ ଋଣ ନେଇ ପୋଖରୀ କଲେ ହିତାଧିକାରୀଙ୍କ ଲୋନ୍‌ ଆକାଉଣ୍ଟକୁ ଉକ୍ତ ସବ୍‌ସିଡି ଟଙ୍କା ଯିବାର ନିୟମ ରହିଛି। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ହିତାଧିକାରୀଙ୍କୁ ଋଣ ପ୍ରଦାନ କରୁ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି। ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ମତ୍ସ୍ୟଚାଷୀମାନେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଉପମତ୍ସ୍ୟ ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଧିକାରୀ ଶାନ୍ତନୁ ସାହୁ କହିଛନ୍ତି, ଜିଲାରେ ଗତ ୩ ବର୍ଷ ମଧ୍ୟରେ ମାତ୍ର ୨ଜଣ ବ୍ୟାଙ୍କ ଋଣ ନେଇ ମତ୍ସ୍ୟ ପୋଖରୀ କରିଛନ୍ତି। ଜିଲାକୁ କୋଟିଏ ଟଙ୍କା ସବ୍‌ସିଡି ବାବଦକୁ ସରକାର ପ୍ରଦାନ କରିଥିଲେ। ସେଥିରୁ ପାଖାପାଖି ୮୦ ଲକ୍ଷ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ବଳକା ୨୦ ଲକ୍ଷ ଟଙ୍କା ସରକାରଙ୍କ ପାଣ୍ଠିକୁ ଫେରିଯିବାର ସମ୍ଭାବନା ରହିଥିବା ସେ କହିଛନ୍ତି। ଋଣ ଦେବା ପୂର୍ବରୁ ବ୍ୟାଙ୍କ ବିଭିନ୍ନ ଦିଗରେ ଯାଞ୍ଚ କରିଥାଏ। କେତେକ ଚାଷୀ ସେମାନଙ୍କ ଦସ୍ତାବିଜ ଦେଉଥିଲେ ମଧ୍ୟ କୌଣସି କାରଣରୁ ଶେଷ ମୁହୂର୍ତ୍ତରେ ଋଣ ଆବେଦନପତ୍ରକୁ ବ୍ୟାଙ୍କ ରଦ୍ଦ କରିଦେଇଥାନ୍ତି। ଫଳରେ ବହୁ ଚାଷୀଙ୍କୁ ନିରାଶ ହେବାକୁ ପଡ଼ିଥାଏ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri