କୋଟିଏରୁ ଫେରିଯିବ ୨୦ ଲକ୍ଷ

ଅନୁଗୋଳ ଅଫିସ,୨।୩ – ମତ୍ସ୍ୟ ଚାଷ ପାଇଁ ଅନୁଗୋଳ ଜିଲାର ଚାଷୀଙ୍କ ମଧ୍ୟରେ ଆଗ୍ରହ ଥିଲେ ବି ସେମାନଙ୍କୁ ମିଳୁନି ଉପଯୁକ୍ତ ସୁଯୋଗ। ଆବଶ୍ୟକସ୍ଥଳେ ବ୍ୟାଙ୍କ ଋଣ ମିଳୁ ନ ଥିବା ବେଳେ ସରକାରୀ ପ୍ରୋତ୍ସାହନ ଓ ସବ୍‌ସିଡି ମଧ୍ୟ ସେମାନଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉ ନାହିଁ। ଫଳରେ ଅନୁଗୋଳ ଜିଲାର ଯୋଗ୍ୟ ଚାଷୀ ଅର୍ଥ ଅଭାବରୁ ମତ୍ସ୍ୟଚାଷ ଆଗେଇ ନେଇପାରୁ ନ ଥିବା ଅଭିଯୋଗ ହେଉଛି। ଏପରିକି ମତ୍ସ୍ୟଚାଷ ପାଇଁ ଜିଲାକୁ ସରକାର ଦେଇଥିବା ସବ୍‌ସିଡି ବ୍ୟବସ୍ଥାର ସୁବିଧା ମଧ୍ୟ ଚାଷୀଙ୍କୁ ଉପଯୁକ୍ତ ଭାବେ ପ୍ରଦାନ କରାଯାଇ ନ ଥିବା ଅନୁଗୋଳ ଉପମତ୍ସ୍ୟ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତଥ୍ୟରୁ ଜଣାପଡିଛି। ଫଳରେ ଜିଲାକୁ ସବ୍‌ସିଡି ବାବଦକୁ ମିଳିଥିବା କୋଟିଏ ଟଙ୍କାରୁ ଏବେ ୨୦ ଲକ୍ଷ ଟଙ୍କା ଫେରିଯିବାକୁ ବସିଛି।
ମତ୍ସ୍ୟଚାଷକୁ ସରକାର ଗୁରୁତ୍ୱ ଦେଇ ଆରମ୍ଭ କରିଥିଲେ ମତ୍ସ୍ୟ ପୋଖରୀ ଯୋଜନା। ୨୦୧୭-୧୮ ଆର୍ଥିକ ବର୍ଷରେ ମତ୍ସ୍ୟଚାଷୀଙ୍କ ପାଇଁ ସବ୍‌ସିଡି ବ୍ୟବସ୍ଥା ହୋଇଥିଲା। ଗୋଟିଏ ହେକ୍ଟର ଜାଗା ଥିବା ଚାଷୀ ମତ୍ସ୍ୟ ପୋଖରୀ କଲେ, ସେମାନଙ୍କୁ ଖର୍ଚ୍ଚର ୫୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରାଯିବ ବୋଲି ସରକାର ନିୟମ କରିଥିଲେ। ଏପରି କି ଗୋଟିଏ ହେକ୍ଟରରେ ମୋଟ୍‌ ୮ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରାଯିବ ବୋଲି ଧାର୍ଯ୍ୟ ହୋଇଥିଲା। ଏଥିରେ ପୋଖରୀ ଖୋଳିବା ପାଇଁ ୫ ଲକ୍ଷ, ମାଛ ଖାଦ୍ୟ, ଚୂନ ଓ ଅନ୍ୟାନ୍ୟ ବାବଦକୁ ୧.୫ ଲକ୍ଷ ଓ ୨ ଲକ୍ଷ ଟଙ୍କା ଭିତ୍ତିଭୂମି ବାବଦକୁ ଖର୍ଚ୍ଚ କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅନୁଗୋଳ ଜିଲାରେ ମତ୍ସ୍ୟଚାଷୀମାନଙ୍କ ନିକଟରେ ଆବଶ୍ୟକ ଜାଗା ରହିଥିଲେ ମଧ୍ୟ ସେମାନେ ଚାଷ କରିବାରୁ ବଞ୍ଚତ୍ତ ହେଉଛନ୍ତି। ଫଳରେ ଜିଲାରେ ମାଛ ଉତ୍ପାଦନ କମୁଥିବାବେଳେ ଚାଷୀ ମଧ୍ୟ ନିରାଶ ହେଉଛନ୍ତି।
ସରକାରୀ ତଥ୍ୟ କହୁଛି, ଜିଲାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ମତ୍ସ୍ୟ ପୋଖରୀ ଯୋଜନାରେ ମୋଟ୍‌ ୩୩ ଜଣ ହିତାଧିକାରୀ ସାମିଲ ହୋଇଥିଲେ। ସେହିପରି ୨୦୧୮-୧୯ରେ ମୋଟ୍‌ ୫୫ ଜଣ ସାମିଲ ହୋଇଥିଲେ। ୨୦୧୯-୨୦ରେ ମାତ୍ର ୧୬ ଜଣ ଚାଷୀ ଅଦ୍ୟାବଧି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ବ୍ୟାଙ୍କରୁ ଋଣ ନେଇଥିବା ବେଳେ ଅନ୍ୟ ସମସ୍ତ ଚାଷୀ ନିଜସ୍ବ ପାଣ୍ଠିରେ ଏହି ଯୋଜନାରେ ସାମିଲ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଜିଲାର ବହୁ ଚାଷୀ ମତ୍ସ୍ୟଚାଷ ପାଇଁ ଆବେଦନ କରୁଥିଲେ ମଧ୍ୟ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳୁ ନ ଥିବାରୁ ସେମାନେ ଏହି ଯୋଜନାରୁ ଦୂରେଇ ଯାଉଛନ୍ତି। ତେବେ ଜିଲାକୁ ସବ୍‌ସିଡି ବାବଦକୁ ମିଳିଥିବା କୋଟିଏ ଟଙ୍କାରୁ ଏବେ ୨୦ ଲକ୍ଷ ଟଙ୍କା ଫେରିଯିବାକୁ ବସିଛି। ଯୋଜନାରେ ମତ୍ସ୍ୟଚାଷୀଙ୍କୁ ଋଣ ପ୍ରଦାନ କରିବାକୁ ନିୟମ ରହିଛି। ଲୋକେ ନିଜସ୍ବ ପାଣ୍ଠିରୁ ପୋଖରୀ ଖୋଳିଲେ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବ୍‌ସିଡି ଟଙ୍କା ପଠାଯିବା କଥା। ସେହିପରି ବ୍ୟାଙ୍କରୁ ଋଣ ନେଇ ପୋଖରୀ କଲେ ହିତାଧିକାରୀଙ୍କ ଲୋନ୍‌ ଆକାଉଣ୍ଟକୁ ଉକ୍ତ ସବ୍‌ସିଡି ଟଙ୍କା ଯିବାର ନିୟମ ରହିଛି। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ହିତାଧିକାରୀଙ୍କୁ ଋଣ ପ୍ରଦାନ କରୁ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି। ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ମତ୍ସ୍ୟଚାଷୀମାନେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଉପମତ୍ସ୍ୟ ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଧିକାରୀ ଶାନ୍ତନୁ ସାହୁ କହିଛନ୍ତି, ଜିଲାରେ ଗତ ୩ ବର୍ଷ ମଧ୍ୟରେ ମାତ୍ର ୨ଜଣ ବ୍ୟାଙ୍କ ଋଣ ନେଇ ମତ୍ସ୍ୟ ପୋଖରୀ କରିଛନ୍ତି। ଜିଲାକୁ କୋଟିଏ ଟଙ୍କା ସବ୍‌ସିଡି ବାବଦକୁ ସରକାର ପ୍ରଦାନ କରିଥିଲେ। ସେଥିରୁ ପାଖାପାଖି ୮୦ ଲକ୍ଷ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ବଳକା ୨୦ ଲକ୍ଷ ଟଙ୍କା ସରକାରଙ୍କ ପାଣ୍ଠିକୁ ଫେରିଯିବାର ସମ୍ଭାବନା ରହିଥିବା ସେ କହିଛନ୍ତି। ଋଣ ଦେବା ପୂର୍ବରୁ ବ୍ୟାଙ୍କ ବିଭିନ୍ନ ଦିଗରେ ଯାଞ୍ଚ କରିଥାଏ। କେତେକ ଚାଷୀ ସେମାନଙ୍କ ଦସ୍ତାବିଜ ଦେଉଥିଲେ ମଧ୍ୟ କୌଣସି କାରଣରୁ ଶେଷ ମୁହୂର୍ତ୍ତରେ ଋଣ ଆବେଦନପତ୍ରକୁ ବ୍ୟାଙ୍କ ରଦ୍ଦ କରିଦେଇଥାନ୍ତି। ଫଳରେ ବହୁ ଚାଷୀଙ୍କୁ ନିରାଶ ହେବାକୁ ପଡ଼ିଥାଏ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମନ୍ତ୍ରୀ, ବିଧାୟକଙ୍କୁ କଳାପତାକା ଦେଖାଇଲା ଯୁବ କଂଗ୍ରେସ

ଭବାନୀପାଟଣା,୧୩।୧: ଗୁରୁବାର କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମୁଖୀଗୁଡା ଇନ୍ଦ୍ରାବତୀ ମେଗାଲିପ୍ଟ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପୂର୍ବରୁ ବୁଧବାର ଭବାନୀପାଟଣା...

ଅମାନିଆଙ୍କୁ ନିଆରା ଶାସ୍ତି: ‘ମୁଁ ସ୍ବାର୍ଥପର’ ପ୍ଲାକାର୍ଡ ଧରାଉଛି ପାଟଣା ପୋଲିସ

ପାଟଣା,୨୫।୩(ସ୍ବ.ପ୍ର.): ସାରା ବିଶ୍ୱ କରୋନା ଭାଇରସକୁ ନେଇ ଆତଙ୍କିତ ଥିବା ବେଳେ ସରକାର ଓଡ଼ିଶାର ସମସ୍ତ ଜିଲାକୁ ମଙ୍ଗଳବାରଠାରୁ ଲକ୍‌ଡାଉନ କରିଛନ୍ତି। ଘରଭିତରେ ରହିବାକୁ ପୋଲିସ,...

ଚିକିତ୍ସା ଅବହେଳାରୁ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

ରଣପୁର,୩୧।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ଚାନ୍ଦପୁରରେ ଥିବା ବସନ୍ତ ମଞ୍ଜରୀ ସ୍ବାସ୍ଥ୍ୟ ନିବାସରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକିତ୍ସାରେ ଅବହେଳା ଯୋଗୁ ଜଣେ...

ଖବର ପ୍ରକାଶ ପରେ ଚେତା ପଶିଲା: ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିବ ବିଜୁଳି

ରାଇରଙ୍ଗପୁର,୨୫।୬(ଡି.ଏନ୍‌.ଏ.): ଭାଜପା ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିବ ବିଜୁଳି। ଆଜିଯାଏ ବିଜୁଳି ସାତସପନ ପାଲଟିଥିବା ଏହି ଗାଁରେ ଏବେ ଖୁଣ୍ଟ ପୋତା...

ପୁଣି ଜିଲାକୁ ଫେରିଲେ ୫୮ ପ୍ରବାସୀ

ବୌଦ୍ଧ,୧୬।୫(ସ୍ବପ୍ର): ବୌଦ୍ଧ ଜିଲାକୁ ପ୍ରତିଦିନ ପ୍ରବାସୀ ଶ୍ରମିକଙ୍କ ଆଗମନ ହେଉଛି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସ୍ଥାନର କ୍ୱାରାଣ୍ଟାଇନ ସେଣ୍ଟର ଗୁଡିକରେ ରଖାଯାଉଛି। ଶୁକ୍ରବାର...

ଭୋଟର ତାଲିକା ସଂଶୋଧନ ନେଇ ପଞ୍ଜୀକରଣ

ବଲାଙ୍ଗୀର ଅଫିସ,୧ା୮: ସୋମବାରଠାରୁ ଭୋଟର ତାଲିକାରେ ସଂଶୋଧିତ ରୂପାନ୍ତରିତ ପଞ୍ଜୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏ ସମ୍ପର୍କରେ ଏଡିଏମ ତଥା ଅତିରିକ୍ତ ଜିଲା ନର୍ବାଚନ ଅଧିକାରୀ...

‘ବିପ୍ଲବୀ କେବେ ମରିପାରେନା’

ଜଳେଶ୍ୱର, ୧୩।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱରର ପୂର୍ବତନ ବିଧାୟକ ସ୍ବର୍ଗତ ଗଦାଧର ଗିରି ଜଣେ କ୍ରାନ୍ତିବୀର, ଆଦର୍ଶବାଦୀ ଓ ଜନଦରଦୀ ନେତା ଥିଲେ। ବିପ୍ଲବୀ କେବେ ମରିପାରେନା...

ଜଙ୍ଗଲନିଆଁ ରୋକିବାକୁ ‘ଫାୟାର ଲାଇନ୍‌’

କେନ୍ଦୁଝର,୨୨।୨(ସ୍ବ.ପ୍ର): କେନ୍ଦୁଝର ବନଖଣ୍ଡ ସହାୟତାରେ ସଦର ବନାଞ୍ଚଳ ଅନ୍ତର୍ଗତ ପଳାସପଙ୍ଗା ସେକ୍ସନ ଅଧୀନସ୍ଥ ୧୫ଟି ବନ ସୁରକ୍ଷା ସମିତି ଦ୍ୱାରା ଜଙ୍ଗଲ ନିଆଁ ପ୍ରତିକାର ପାଇଁ...

Advertisement
Archives

Model This Week