କେଟିଲ୍‌ରେ ଜଗନ୍ନାଥଙ୍କ ଚିତ୍ର

ଭୁବନେଶ୍ୱର,୧୧।୬ (ବ୍ୟୁରୋ): ଜଗନ୍ନାଥଙ୍କ ଚିତ୍ରଥିବା ଏକ କେଟିଲ୍‌ ବିକ୍ରିକୁ ନେଇ ଅଡ଼ୁଆରେ ପଡ଼ିଛି ଦେଶର ଆଗଧାଡ଼ିରେ ଥିବା ଅନ୍ୟତମ ଇ-କମର୍ସ ସଂସ୍ଥା ‘ଫ୍ଲିପ୍‌କାର୍ଟ’। ଫ୍ଲିପ୍‌କାର୍ଟର ହୋମ୍‌ ଡେକର୍‌ ସେକ୍ସନରେ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଚିତ୍ର ଥିବା ଏକ ଚା’ କେଟିଲକୁ ନେଇ ବିବାଦ ଦେଖାଦେଇଛି। ତେବେ ଏନେଇ ଟୁଇଟରରେ ପ୍ରତିବାଦ ପରେ ଫ୍ଲିପ୍‌କାର୍ଟ ସମ୍ପୃକ୍ତ କେଟିଲ୍‌କୁ ହଟାଇଦେଇଛି। ସାଗର ପ୍ରଧାନ ନାମକ ଜଣେ ଟୁଇଟର ବ୍ୟବହାରକାରୀ ପ୍ରଥମେ ଏହାର ପ୍ରତିବାଦ କରିବା ପରେ ଅନ୍ୟମାନେ ଏହା ଜଗନ୍ନାଥ ସଂସ୍କୃତି ବିରୋଧୀ ଏବଂ ଅପମାନଜନକ ବୋଲି କରି ନିନ୍ଦା କରିଥିଲେ। ଏଥିସହ ଫ୍ଲିପ୍‌କାର୍ଟ ବିରୋଧରେ ଅନ୍‌ଲାଇନ୍‌ କ୍ୟାମ୍ପେନ୍‌ ଆରମ୍ଭ ହେବାପରେ ଶେଷରେ ଉକ୍ତ ସଂସ୍ଥା ତାହାକୁ ହଟାଇ ଦେଇଛି।
ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ କେତେକ ଇ-କମର୍ସ ପ୍ଲାଟ୍‌ଫର୍ମ ଭଗବାନଙ୍କ ଫଟୋ ଥିବା ଡୋର୍‌ମ୍ୟାଟ୍‌, ଜୋତା ଆଦି ବିକ୍ରିକରି ବିବାଦକୁ ଆସିଥିଲେ। ସେହିଭଳି କିଛିଦିନ ତଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିକୃତ କରି କାର୍ଟୁନ ଚିତ୍ର ପ୍ରକାଶ କରିଥିବା ଏକ ସଂସ୍ଥା ବିରୋଧରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ହୋଇଥିଲା। ଏବେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଅଣସର ଘରେ ଥିବାବେଳେ ଏହାକୁ କ୍ୱାରାଣ୍ଟାଇନ ବୋଲି ଦର୍ଶାଇ ‘ପତ୍ରିକା ଡଟ୍‌ କମ୍‌’ ନାମକ ସଂସ୍ଥା ପୋଷ୍ଟ କରିଥିବା କାର୍ଟୁନ ଚିତ୍ରକୁ ନେଇ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଆପତ୍ତି କରିଥିଲେ। ଏଭଳି କାର୍ଟୁନ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେବା ସହ ମହାପ୍ରଭୁ ଏବେ କ୍ୱାରାଣ୍ଟାଇନରେ ରହିଥିବା କୁହାଯିବା ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଦର ବଢ଼ିବା ପରେ ସରକାର ନେଲେ ବଡ଼ ପଦକ୍ଷେପ, ସେପ୍ଟେମ୍ବର ୧ରୁ …

ନୂଆଦିଲ୍ଲୀ,୨୦।୮: ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ଼ ଉପଭୋକ୍ତା। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଗଣେଶ ଚତୁର୍ଥୀ, ଦଶହରା ଏବଂ ଦୀପାବଳି ଭଳି ପର୍ବପର୍ବାଣୀ ଯୋଗୁ ଚିନିର ଚାହିଦା…

୩ ରାଶି ହୋଇଯାଆନ୍ତୁ ସତର୍କ, ମାଡିଆସୁଛି ସଙ୍କଟ! ରକ୍ଷାବନ୍ଧନରେ ଘଟୁଛି ଏଭଳି ଯାହା କେବେ…

ରକ୍ଷାବନ୍ଧନ ଦିନ ଅର୍ଥାତ୍‌ ୨୮ ଅଗଷ୍ଟରେ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଜ୍ୟୋତିଷଙ୍କ ମତାନୁସାରେ, ଏହି ଗ୍ରହଣର ପ୍ରଭାବ କିଛି ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିପାରେ। ବିଶେଷକରି ମେଷ,…

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri