କୁକୁଡ଼ା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ କୋର୍ଟଚାଲାଣ

ଶଙ୍କରାଖୋଲ,୧୫ା୭(ଡି.ଏନ୍‌.ଏ.)-ଟିକାବାଲି ଥାନା ଶଙ୍କରାଖୋଲ ନିକଟ ଗୁଡ୍ରିଗଁାରେ ଗତ ସେପ୍ଟେମ୍ବର ୨୯ ତାରିଖ ରାତିରେ ୭ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ କୁକୁଡ଼ା ବ୍ୟବସାୟୀ ସୀମାଞ୍ଚଳ ସାହୁଙ୍କ ଘରୁ ଡକାୟତି କରିଥିଲେ। ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଜଣଙ୍କୁ ରବିବାର କୋର୍ଟଚାଲାଣ କିରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ରାଇକିଆ ଥାନା ପଞ୍ଚାୟତ ସାହିର ସୋନି ନାୟକ ଓ ଡିଡ୍ରବାଡିର ଲାଲୁ ଓରଫ୍‌ ସୁଧାଂଶୁ ଶେଖର ନାୟକ, ଦାରିଙ୍ଗବାଡ଼ି ଥାନା ସବେରା ଗଁାର ଦିଲୀପ କୁମାର ପ୍ରଧାନ, ବାଲିଗୁଡ଼ା ଥାନା ହାଟପଦା ସାହିର ଟୁକୁନା ଓରଫ୍‌ ପ୍ରତିରଞ୍ଜନ ଦିଗାଳ। ଏମାନଙ୍କଠାରୁ ୪ ହଜାର ଟଙ୍କା, ୨ ବାଇକ୍‌, ୬ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି। ଟିକାବାଲି ଥାନା ଛଡ଼ା ଭୁବନେଶ୍ୱର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଜିଲାର ବିଭିନ୍ନ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏକାଧିକ ମାମଲା ଥିବା ସ୍ଥାନୀୟ ଆଇଆଇସି ଆଦିତ୍ୟ କୁମାର ସେଠୀ କହିଛନ୍ତି। ଉକ୍ତ ଘଟଣାରେ ପୂର୍ବରୁ ୨ଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା। ୭ଜଣ ଦୁବୃର୍ତ୍ତ ୩ଟି ବାଇକ୍‌ରେ ଆସି ୧୫୭ନଂ. ଜାତୀୟ ରାଜପଥ କଡ଼ରେ ଥିବା ଏକ ହୋଟେଲରେ ପହଞ୍ଚତ୍ ହୋଟେଲ ମାଲିକଙ୍କ ସହ ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହୋଟେଲ ଆରପଟ ସୀମାଞ୍ଚଳଙ୍କ ଘରକୁ ଯାଇଥିଲେ। ସେଠାରେ ୨ଲକ୍ଷ ଟଙ୍କା ୩ଟି ଏଟିଏମ୍‌ କାର୍ଡ ଓ ୨ ମୋବାଇଲ ଫୋନ୍‌ ଲୁଟି ନେଇଥିଲେ। ଏହି ଘଟଣାରେ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଆଇଆଇସିଙ୍କ ନେତ୍ୱତ୍ୱରେ ଏକ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରି ଟିକାବାଲି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ବଞ୍ଚାଇବାକୁ ଯାଇ ରାସ୍ତାରେ ଓଲଟିଲା ମିନିବସ୍‌: ୫ଶିଶୁଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ, ୮ ଗୁରୁତର

ପୁରୁଷୋତ୍ତମପୁର, ୭।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର କେଶପୁର ଛକ ନିକଟରେ ଥିବା ଭୁବନେଶ୍ବରୀ ପେଟ୍ରୋଲ ପମ୍ପ୍‌ ସମ୍ମୁଖରେ ଶନିବାର...

ଘରେ ପଶି ସୁନା,ଟଙ୍କା ଚୋରି

ଧରାକୋଟ,୨୮ା୫(ଡି.ଏନ୍‌.ଏ.)- ଧରାକୋଟ ଥାନା ଢଉଗଁା କନ୍ଧସାହିର ଶତ୍ରୁଘ୍ନ ନାହାକଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ୮୦ ଗ୍ରାମ ସୁନା ଅଳଙ୍କାର ସହ ୪୨...

ଅଗ୍ନିକାଣ୍ଡରେ ଦୋକାନ ଜଳିଗଲା

ବୁଗୁଡ଼ା,୬ ।୯(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ପଙ୍କଳବାଡ଼ି ଗ୍ରାମର ଏକ ଦୋକାନ ଶୁକ୍ରବାର ରାତି ୮ଟାରେ ଜଳିଯାଇଛି। ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚତ୍ ନିଆଁ ଲିଭାଇଥିଲେ।...

ରଣଝାଲି ଗ୍ରାମରେ ପାନୀୟ ଜଳ ସଙ୍କଟ: ହାଣ୍ଡି ମାଠିଆ ଧରି ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ମହିଳା

ପୁରୁଷୋତ୍ତମପୁର,୨୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରଣଝାଲି ଗ୍ରାମର ୪ ଓ ୫ ନଂ ୱାର୍ଡରେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି। ଏ ନେଇ...

ଧକ୍କା ଦେଇ ପଳାଇଲା ଅଜଣା ଗାଡ଼ି: ମା’ ମୃତ, ଶିଶୁକନ୍ୟାଙ୍କ ଗୋଡ଼ ଭାଙ୍ଗିଲା

ଜଗନ୍ନାଥପ୍ରସାଦ, ୨୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଥିବା କୃଷି ଫାର୍ମ ସମ୍ମୁଖରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ...

ଗ୍ରାମାଞ୍ଚଳ ଥାନାରେ ନିୟୋଜିତ ହେବେ ୨୧ ନୂଆ ଏଏସ୍‌ଆଇ

ବ୍ରହ୍ମପୁର ଅଫିସ,୨୬ା୪: ଏଏସ୍‌ଆଇ ଭାବେ ନିଯୁକ୍ତି ପାଇଁ ୨ ମାସ ଟ୍ରେନିଂ ନେବା ପରେ ପ୍ରାକ୍ଟିକାଲ ଟ୍ରେନିଂ ନେବାକୁ ବ୍ରହ୍ମପୁର ପୋଲିସ ଜିଲାରେ ଥିବା ବିଭିନ୍ନ...

ଗଞ୍ଜାମ ଜିଲାପାଳଙ୍କ ଅଚାନକ ପୁରୁଷୋତ୍ତମପୁର ଗସ୍ତ: ନିର୍ମାଣାଧୀନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଅନିୟମିତତା ନେଇ କଲେ ଦାଗିଦ୍‌

ପୁରୁଷୋତ୍ତମପୁର,୧୯ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଅଚାନକ ପୁରୁଷୋତ୍ତମପୁର ଗସ୍ତରେ ଆସି ଏନ୍‌ଏସି ପକ୍ଷରୁ ବର୍ଜବସ୍ତୁ ପରିଚାଳନା କେନ୍ଦ୍ର (ଏମ୍‌ସିସି ଓ...

ଶହୀଦ ସ୍ମୃତିପୀଠରେ କାରଗିଲ ବିଜୟ ଦିବସ

ବୁଗୁଡ଼ା,୨୬।୭(ଡି.ଏନ୍‌.ଏ.): ବୁଗୁଡା କାରଗିଲ ଶହୀଦ ସ୍ମୃତିପୀଠରେ ସେନା କର୍ମଚାରୀ ସଂଘ ପକ୍ଷରୁ ୨୩ ତମ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ...

Advertisement
Archives

Model This Week