କୀଟନାଶକ ପିଇ ନବ ବିବାହିତାଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ଭାଇ, ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ମହାକାଳପଡ଼ା,୯।୬(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ସ୍ଥାନୀୟ କୋଚିଳା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜନୈକ ନବ ବିବାହିତାଙ୍କ କୀଟନାଶକ ପିଇବା ଯୋଗୁ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ମହିଳାଙ୍କ ଭାଇ ଶିବ ପ୍ରସାଦ ଖୁଣ୍ଟିଆ ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୬୫/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ମୃତକ ଏକ ବର୍ଷ ପୂର୍ବେ କୋଚିଳା ଗ୍ରାମର ଯଶୋବନ୍ତ ପ୍ରଧାନଙ୍କ ପୁଅ କାଳନ୍ଦୀଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ଉଭୟେ ନାବାଳିକା ଓ ନାବାଳକ ଥିବାରୁ ଗ୍ରାମର ଭଦ୍ର ଲୋକଙ୍କ ଉପସ୍ଥିତିରେ ସମାଧାନ ହୋଇ ସେମାନଙ୍କର ବିବାହ କରାଯାଇଥିଲା। କୌଣସି କାରଣରୁ ରାତିରେ ସେ ବିଷ ପିଇଦେଇଥିଲେ। ଏହା ଜାଣିପାରି ଶାଶୁଘର ଲୋକେ ତାଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଭଉଣୀଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଶିବ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରିବା ସହ ସ୍ବାମୀ କାଳନ୍ଦୀଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି। ଏଥିସହ ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପ୍ରମୟୀଙ୍କ ଗୋଟିଏ ଫୋନ୍‌ କଲ୍‌ ଧରାଇଲା ବଡ଼ ଡକାୟତ ଗ୍ୟାଙ୍ଗ

କେନ୍ଦ୍ରାପଡା ଅଫିସ,୨୩ା୪: କେନ୍ଦ୍ରାପଡ଼ା ଜିଲା ତନ୍ତିଆପାଳ ଥାନା କାକଟପୁର ଗ୍ରାମର ଅପ୍ରମୟୀ ସ୍ବାଇଁଙ୍କ ଗୋଟିଏ ଫୋନ୍‌ କଲ୍‌ ଏକ ଆନ୍ତଃରାଜ୍ୟ ଡକାୟତ ଦଳର ପର୍ଦ୍ଦାଫାଶ କରିଛି।...

ଜୈବିକ ସାର ପ୍ରୟୋଗକରି ଡ୍ରାଗନ ଚାଷ

ମହାକାଳପଡ଼ା ୨୮ା୧୨ (ଡି.ଏନ.ଏ.): ଚାଷୀଟିଏ ଚାଷ କରି ଅଭାବୀ ବିକ୍ରି ବଟାର ସମ୍ମୁଖୀନ ହେଉଛି। ନିଜସ୍ବ ଜମିକୁ ଅନ୍ୟକୁ ଭାଗ ଦେଇ ଦେଉଛନ୍ତି। ଠିକ୍‌ ସେତିକି...

୨୩ ଯାଏ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ

ରାଜନଗର, ୧୫।୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଓ ବାହାରେ ପ୍ରବାହିତ ନଦୀ ନାଳଗୁଡିକରେ ଥିବା ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ। ଜାନୁୟାରୀ ୧୫ରୁ ୨୩ ତାରିଖ...

ବିପଦରେ ପରିବେଶ ସମ୍ବେଦନଶୀଳ ୧୪୭ ଗାଁ

କେନ୍ଦ୍ରାପଡ଼ା ଅଫିସ, ୨୬।୨: କେନ୍ଦ୍ରାପଡ଼ା ଜିଲା ତାଳଚୁଆ ଥାନା ଅମରାବତୀ ଗ୍ରାମର ଚିଙ୍ଗୁଡ଼ି ଘେରିରେ ଲାଗିଥିବା ପାଣିଉଠା ମୋଟରରେ ମୟୁରଭଞ୍ଜ ଜିଲାର ଶ୍ରମିକ କଂଗ୍ରେସ ମୁଣ୍ଡାଙ୍କ...

ବର୍ଷେ ୫ ମାସରେ ୧୨ ବାଲ୍ୟ ବିବାହ ବନ୍ଦ

କେନ୍ଦ୍ରାପଡ଼ା ଅଫିସ, ୯ା୧: ବିବାହ ବୟସ ସୀମା ଏବେ ଜାତୀୟସ୍ତରରେ ପ୍ରସଙ୍ଗ ପାଲଟିଛି। ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନକୁ ଅଗ୍ରାଧିକାର ଦିଆଯାଉଛି। ତେବେ ଏହି...

ବିପଦରେ ଭିତରକନିକାର ଜୈବ ବିବିଧତା

କେନ୍ଦ୍ରାପଡ଼ା ଅଫିସ, ୪।୯: ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ଉପରେ ବିପଦ ଘନେଇ ଆସୁଛି। ମଧୁର ଜଳର ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏହାର...

ପାରିବାରିକ କଳହ ଯୋଗୁ ନଦୀକୁ ଡେଇଁ ପଡ଼ିଲେ ଯୁବକ

ମହାକାଳପଡ଼ା,୫।୫(ଡି.ଏନ.ଏ.)-ପାରିବାରିକ କଳହ ଯୋଗୁ ନଦୀକୁ ଡେଇଁ ପଡ଼ିଲେ ଯୁବକ। ପରେ ସ୍ଥାନୀୟ ଲୋକ ଓ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉକ୍ତ ଯୁବକଙ୍କୁ ଉଦ୍ଧାର କରି...

କର୍ମ ନିଯୁକ୍ତି ଭିତ୍ତିଭୂମି ନାହିଁ

କେନ୍ଦ୍ରାପଡ଼ା ଅଫିସ,୬।୯: ସପ୍ତାହକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ରାଜକନିକା ଥାନା ଅଞ୍ଚଳରେ ୪ ଲୁଟ୍‌ ଘଟଣା ଘଟିଛି। କାଟଣା ଅଞ୍ଚଳର ଜଣେ ଛାତ୍ରୀଙ୍କ ମୋବାଇଲକୁ ୨...

Advertisement
Archives

Model This Week