କିଡ୍‌ନୀ ଚୋରି ଅଭିଯୋଗ

ଢେଙ୍କାନାଳ ଅଫିସ, ୧୩।୩ – ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଖଙ୍କର ଗ୍ରାମର କବିତା ପାଣି (୪୩)ଙ୍କ କିଡ୍‌ନୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଶ୍ୱିନୀ ପାଣିଙ୍କ ସ୍ତ୍ରୀ କବିତା ନିଜ ଅଭିଯୋଗରେ ଦର୍ଶାଇଛନ୍ତି, ୨୦୧୫ ନଭେମ୍ବର ୨୨ରେ ଢେଙ୍କାନାଳର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ୟୁଟ୍ରେସ୍‌ ଅପରେଶନ ହୋଇଥିଲା। ସେତେବେଳେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ତାଙ୍କର ଉଭୟ କିଡ୍‌ନୀ ଠିକ୍‌ ଥିଲା। ଏହାପରେ ବାରମ୍ବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ କଟକ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏଥି ସହିତ ଅଲଟ୍ରାସାଉଣ୍ଡ ମଧ୍ୟ କରାଇଥିଲେ। ଏଥିରେ ତାଙ୍କର ବାପପାର୍ଶ୍ୱ କିଡ୍‌ନୀ ନ ଥିବା ରିପୋର୍ଟରେ ବାହାରିଥିଲା। ଏହି ଘଟଣା ତାଙ୍କୁ ଚକିତ କରିଥିଲା। ଚିକିତ୍ସା ସମୟରେ ତାଙ୍କର କିଡ୍‌ନୀ କୌଶଳକ୍ରମେ କାଢ଼ି ନିଆଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ଜିଲାପାଳ ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିବା କବିତା କହିଛନ୍ତି।
ଏ ନେଇ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ କୁହନ୍ତି, ମହିଳା ଜଣକ ଅଭିଯୋଗ କରିଛନ୍ତି। ଏହା ହେଉଛି ସ୍ବାସ୍ଥ୍ୟଗତ ପରୀକ୍ଷା ବିଷୟ। ଶୁକ୍ରବାର ଘଟଣାର ଠିକ୍‌ ଭାବେ ଯାଞ୍ଚ କରାଯିବ। ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?