କାମାକ୍ଷାନଗର, ୨୬।୬(ଡି.ଏନ୍.ଏ.)- କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଥିବା ଏକ୍ସ-ରେ ମେଶିନ ୯ ବର୍ଷ ହେଲା ଅଚଳ ହୋଇପଡ଼ିଛି। କର୍ମଚାରୀ ଅଭାବ ସମସ୍ୟା ଆଳ ଦେଖାଇ ସ୍ବାସ୍ଥ୍ୟ ବିଭାଗ ନିଜ ମୁଣ୍ଡରୁ ଦୋଷ ବାହାର କରିଦେଉଥିବାବେଳେ ହଜାର ହଜାର ରୋଗୀ ହୀନସ୍ତା ହେଉଛନ୍ତି।
କାମାକ୍ଷାନଗର ଉପଖଣ୍ଡ ଅଧୀନ ୫୦ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ଉପଖଣ୍ଡ ଚିକିତ୍ସାଳୟ। ଏଠାରେ ଡାକ୍ତର ଅଭାବ ସମସ୍ୟାଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି। ଟେକ୍ନିସିଆନ ଅଭାବରୁ ସ୍ବାସ୍ଥ୍ୟକେନ୍ଦ୍ରର ଏକ୍ସ-ରେ ଯନ୍ତ୍ରପାତି ଖତ ଖାଉଛି। ୨୦୧୦ ପୂର୍ବରୁ ଏକ୍ସ-ରେ ବିଭାଗରେ ଆବଶ୍ୟକ ସ୍ବାସ୍ଥ୍ୟ ସୁବିଧା, ପରୀକ୍ଷା ନିରୀକ୍ଷା ଉପଲବ୍ଧ ହେଉଥିଲା। ବିଭାଗୀୟ କର୍ମଚାରୀଙ୍କ ଅବସର ପରେ ଏହା ସ୍ଥାଣୁ ପାଲଟିଛି। ୨୦୧୪ରେ ଜଣେ ଟେକ୍ନିସିଆନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାତ୍ର ୨ମାସ ପାଇଁ ନାମକୁ ମାତ୍ର ନିଯୁକ୍ତି ଦିଆଯାଇଥିଲା। ତାଙ୍କର ଅନ୍ୟତ୍ର ବଦଳି ହୋଇଯିବା ପରେ ସେହି ଦିନଠାରୁ ଉକ୍ତ ପଦବୀ ଖାଲିପଡ଼ିଛି। ଦାୟିତ୍ୱ ନେବାକୁ କେହି ନ ଥିବାରୁ ପ୍ରକୋଷ୍ଠରେ ତାଲା ଝୁଲୁଛି। ଦୁର୍ଘଟଣାରେ ଗୁରୁତର, ଟିବି ଆକ୍ରାନ୍ତ ଏବଂ ଅନ୍ୟାନ୍ୟ ପରୀକ୍ଷା ପାଇଁ ଏକ୍ସ-ରେ କରିବାକୁ ରୋଗୀ ଆସୁଥିବାବେଳେ ସେମାନଙ୍କୁ ନିରାଶ ହେବାକୁ ପଡୁଛି। ବିକଳ୍ପ ବ୍ୟବସ୍ଥା ନ ଥିବାରୁ ସେମାନେ ଜିଲା ଚିକିତ୍ସାଳୟକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଜରୁରିକାଳୀନ ସମୟରେ ରୋଗୀ ସମ୍ପର୍କୀୟମାନେ ଘରୋଇ କ୍ଲିନିକ୍ ଉପରେ ନିର୍ଭର କରୁଛନ୍ତି। ବାରମ୍ବାର ଦାବିସତ୍ତ୍ୱେ ଏକ୍ସ-ରେ ମେଶିନ କାର୍ଯ୍ୟକ୍ଷମ କରାଇବା ଦିଗରେ କେହି ଦୃଷ୍ଟି ଦେଉନାହାନ୍ତି। ଏ ନେଇ ଉପଖଣ୍ଡ ଚିକିତ୍ସାଧିକାରୀ ଡ. ରତ୍ନାକର ସାମଲ କୁହନ୍ତି, ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଅଭାବ ରହିଛି। ବାରମ୍ବାର ଚିଠି ଲେଖିଲେ ମଧ୍ୟ ତାହା ଫାଇଲ ତଳେ ରହିଯାଉଛି। ଉପରିସ୍ତରରେ ଆନ୍ତରିକତା ନ ଦେଖାଇଲେ ଏହି ଅସୁବିଧା ଲାଗିରହିବ ବୋଲି ସେ କହିଛନ୍ତି।

ଦନ୍ତା ବଢ଼ାଇଛି ଆତଙ୍କ
ଢେଙ୍କାନାଳ ଅଫିସ, ୧।୨: ଢେଙ୍କାନାଳ ଜିଲାରେ ବର୍ଷ ଆରମ୍ଭରୁ ହାତୀ-ମଣିଷ ସଂଘର୍ଷ ତୀବ୍ର ରୂପ ଧାରଣ କରିଛି। ଫସଲ ଅମଳ ସରିଯାଇଥିବାବେଳେ ଖାଦ୍ୟ ଅନ୍ବେଷଣରେ ଗାଁ...

ଷ୍ଟିକର ବଢ଼ାଉଛି ଦ୍ୱନ୍ଦ୍ୱ
ହିନ୍ଦୋଳ, ୨୯।୧(ଡି.ଏନ.ଏ.): ଘର ଗୋଟିଏ। ଲାଗିଛି ଦୁଇ ଷ୍ଟିକର। ଗୋଟିଏ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଏବଂ ଅନ୍ୟଟି ସୂଚାଉଛି ରାଜ୍ୟ ସରକାରଙ୍କ ବିଜୁ...

ସୋମ୍ ହିରୋ ପକ୍ଷରୁ ନୂତନ ବାଇକ୍ ବଜାର ପ୍ରବେଶ
ଢେଙ୍କାନାଳ ଅଫିସ, ୧୯।୬- ଢେଙ୍କାନାଳ କୁଞ୍ଜକାନ୍ତସ୍ଥିତ ସୋମ୍ ହିରୋ ଶୋ’ରୁମ ପରିସରରେ ହିରୋ କମ୍ପାନୀ ପକ୍ଷରୁ ନୂତନ ଜ୍ଞାନକୌଶଳରେ ନିର୍ମିତ ୩ ବାଇକ୍ ଓ ସ୍କୁଟର...

ପ୍ଲାଷ୍ଟିକ୍ ମୁକ୍ତହେବ ଇକୋ ସେନ୍ସିଟିଭ୍ ଜୋନ୍
ଢେଙ୍କାନାଳ ଅଫିସ, ୧୮।୧୧: ପ୍ଲାଷ୍ଟିକମୁକ୍ତ ହେବ ଢେଙ୍କାନାଳ ଜିଲାର ଇକୋ ସେନ୍ସିଟିଭ୍ ଜୋନ୍ (ସମ୍ବେଦନଶୀଳ ପରିବେଶ ଅଞ୍ଚଳ)। କପିଳାସ ଅଭୟାରଣ୍ୟ ସୀମାଠାରୁ ୫୦୦ ମିଟର ସମେତ...

ମାନିଲେନି ସେଣ୍ଟ୍ରାଲ ଜୁ ଅଥରିଟି ନିର୍ଦ୍ଦେଶ:ମାନ୍ୟତା ହରାଇବ କପିଳାସ ଚିଡ଼ିଆଖାନା
ଢେଙ୍କାନାଳ ଅଫିସ,୧୭ା୧୨ବନ ବିଭାଗର ଚରମ ଅବହେଳା, ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ମାନ୍ୟତା ହରାଇବାକୁ ଯାଉଛି ଢେଙ୍କାନାଳ ଜିଲାର କପିଳାସ ଚିଡ଼ିଆଖାନା। ଏ ନେଇ ନୂଆଦିଲ୍ଲୀସ୍ଥିତ...

କୁଡ଼ିଆରେ ଜଳିଗଲେ ମହିଳା
ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ.ଏ.), ୬।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଚୁନରଗଡ଼ି ଗ୍ରାମର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ କୁଡ଼ିଆରୁ ଶୁକ୍ରବାର...

କୃଷି ନିର୍ଦ୍ଧାରଣ ସମୀକ୍ଷା ବୈଠକ: ୧,୮୫,୧୦୦ ହେକ୍ଟରରେ ଚାଷ ଲକ୍ଷ୍ୟ
ଢେଙ୍କାନାଳ ଅଫିସ, ୫।୬- ଢେଙ୍କାନାଳ ଜିଲା ସଦ୍ଭାବନା ଗୃହ ପରିସରରେ ମଙ୍ଗଳବାର କୃଷି ନିର୍ଦ୍ଧାରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ନିଖିଲ ପଓ୍ବନ...

ସିଆଇଆଇ ଶାଖା ଗଠନ ପ୍ରକ୍ରିୟା ଆରମ୍ଭ: ଯୋଗଦେଲେ ୧୮ ଶିଳ୍ପସଂସ୍ଥାର ଅଧିକାରୀ
ଢେଙ୍କାନାଳ ଅଫିସ, ୧୧।୮ – ଢେଙ୍କାନାଳ-ଅନୁଗୋଳ-ତାଳଚେର ଶିଳ୍ପାଞ୍ଚଳର ବିକାଶ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଆଞ୍ଚଳିକ ଶାଖା ଗଠନ ଲାଗି ଟାଟାଷ୍ଟିଲ ବିଏସ୍ଏଲ୍ ନେତୃତ୍ୱରେ...