କଲେଜ ଛାତ୍ରୀଙ୍କୁ ଅପହରଣ: ଅଭିଯୁକ୍ତ ଗିରଫ

ପାଲଲହଡା,୨୫।୬(ଡି.ଏନ.ଏ.)-ଜୈନେକା କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ମଙ୍ଗଳବାର ପାଲଲହଡା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ପାଲଲହଡା ଉଦିତନଗର ସାହିରେ ଭଡାରେ ରହୁଥିବା ନରେନ୍ଦ୍ର ବେହେରା (ନରୀ)।

ପୋଲିସ କହିଛି, ଗତ ଅକ୍ଟୋବର ୧ରେ  ଜୈନେକା  ଛାତ୍ରୀ କଲେଜରୁ ଘରକୁ ଫେରୁଥିବାବେଳେ ନରେନ୍ଦ୍ର ତାଙ୍କୁ ଅପହରଣ କରି ନେଇଥିଲେ। ଏ ନେଇ ସମ୍ପୃକ୍ତା ଛାତ୍ରୀଙ୍କ ପରିବାର ପାଲଲହଡା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୧୪୩/୧୮ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ସେହି ମାସ ୧୦ରେ ସମ୍ପୃକ୍ତା ଛାତ୍ରୀଙ୍କୁ ଖମାର ଥାନା ଅଞ୍ଚଳରୁ ପୋଲିସ ଉଦ୍ଧାର କରିଥିଲ। ସେହିଦିନଠାରୁ ନରେନ୍ଦ୍ର ଫେରାର ହୋଇଯାଇଥିଲେ। ମଙ୍ଗଳବାର ନରେନ୍ଦ୍ର ଖମାର ଅଞ୍ଚଳରେ ବୁଲୁଥିବା ଖବରପାଇ ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ଏ ନେଇ ନଂ. ୩୬୩/୩୬୬/୨୯୪/୫୦୬/୧୦୯/୩୫୪-ଏ /୩୫୪-ବି ଆଇପିସି/୮ ପୋକସୋ ଆକ୍ଟରେ ମାମଲା ରୁଜୁ ହୋଇଥିବା ତଦନ୍ତକାରୀ ଅଧିକାରୀ ଆଶିଷ କୁମାର ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରଳିଆ ହୋଣ୍ଡା ଶୋ’ରୁମ ଉଦ୍‌ଘାଟିତ

ଛେଣ୍ଡିପଦା,୧।୧୦(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଗୋପୀନାଥପୁର ଠାରେ ଅନୁଗୋଳ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଦଶହରା ଉପଲକ୍ଷେ ସରଳିଆ ହୋଣ୍ଡା ଶୋ’ରୁମ ସୋମବାର ଉଦ୍‌ଘାଟିତ ହୋଇଯାଇଛି।...

୧୭ ୟୁନିଟ୍‌, ମୂଲ୍ୟାୟନ କରିବେ ୩୪୯ ଜଣ

ଅନୁଗୋଳ ଅଫିସ୍‌, ୧୯।୩: ଅନୁଗୋଳ ଜିଲାରେ ଗୁରୁବାରଠାରୁ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ ଏହି ମୂଲ୍ୟାୟନ କରାଯିବ ବୋଲି ଜିଲା...

ଆମ୍ବୁଲାନ୍ସ, ରୋଗୀଙ୍କୁ ଛାଡ଼ିଲେନି ଆନ୍ଦୋଳନକାରୀ

ପାଲଲହଡ଼ା, ୧୨ା୩(ଡି.ଏନ.ଏ.): ୬ ଦଫା ଦାବି ନେଇ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର କେନ୍ଦୁପତ୍ର ତୋଳାଳିମାନେ ବୁଧବାର ୪୯ନଂ. ଜାତୀୟ ରାଜପଥର ଶିବ ମନ୍ଦିର ଛକ...

ମାଟି ଚୋରା ଚାଲାଣ ବେଳେ ଚଢ଼ାଉକୁ ନେଇ ସନ୍ଦେହ

ଅନୁଗୋଳ ଅଫିସ, ୬।୧୧-ବଅଁରପାଳ ବ୍ଲକ କୁଇଓ ଠାରେ ୫ଟି ଟିପ୍ପର ସହ ଗୋଟିଏ ଜେସିବି ମେଶିନ୍‌ ଦ୍ୱାରା ମାଟି ଚୋରା ଚାଲାଣ ହେଉଥିବା ବେଳେ ମଙ୍ଗଳବାର...

୪ ତାରିଖରୁ ନିଖୋଜ ଥିଲେ ଯୁବକ : ରାସ୍ତା ପାର୍ଶ୍ୱରୁ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ, ୯।୧୧ – ଅନୁଗୋଳ ବ୍ଲକ ବନ୍ତଳା ଥାନା ଗୁରଙ୍ଗ ଗ୍ରାମର ଜଣେ ଯୁବକ ଗତ ୪ ତାରିଖରୁ ନିଖୋଜ ଥିବାବେଳେ ଶୁକ୍ରବାର ତାଙ୍କ...

ଜଙ୍ଗଲରେ ଚାଲିଥିଲା ଭାଟି, ୮ ଗିରଫ

ଅନୁଗୋଳ ଅଫିସ/କଣିହାଁ, ୮।୫ – ଅନୁଗୋଳ ଜିଲା ରେଙ୍ଗାଲି ଥାନା ଲୋଧାଝରି ଶାଳ ଜଙ୍ଗଲରେ ଭାଟି କରାଯାଇ ଦେଶୀ ମଦ ରନ୍ଧା ଯାଉଥିବା ବେଳେ ଅବକାରୀ...

ଅନୁଗୋଳରେ ପୁଣି କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି

ଅନୁଗୋଳ ଅଫିସ, ୪।୬: ଅନୁଗୋଳ ଜିଲାରୁ ଗୁରୁବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ...

ଥାନାରେ ଏତଲା ଦେଲେ ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ: ସର୍ଭେ କହି ଡାଟା ନେଇଯାଇଛନ୍ତି ଦୁଇ ଯୁବକ

ଅନୁଗୋଳ ଅଫିସ, ୧ା୧୧-ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସର୍ଭେ ପାଇଁ ଏକ କମ୍ପ୍ୟୁଟର ସଂସ୍ଥାରୁ ଆସିଥିବା କହି ଦୁଇ ଯୁବକ ଗତ ୨୯ ତାରିଖରେ ଅନୁଗୋଳ ମହିଳା...

Coronavirus Update

Archives

Model This Week

Why Dharitri