କର୍ମଚାରୀଙ୍କୁ ଘରକୁ ବିଦା କଲା ଫୁଟବଲ ଏଫ୍‌ଏଫ୍‌ଏ

ସିଡନୀ,୨୭।୩(ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଫୁଟବଲ ଫେଡେରେଶନ ଅଫ୍‌ ଅଷ୍ଟ୍ରେଲିଆ (ଏଫ୍‌ଏଫ୍‌ଏ) ତା’ର କର୍ମଚାରୀଙ୍କୁ ଘରକୁ ବିଦା କରିଛି। ଫେଡେରେଶନର ୭୦ ପ୍ରତିଶତ କର୍ମଚାରୀଙ୍କୁ ଘରକୁ ଯିବାକୁ ପଡିଛି। କରୋନା ଭାଇରସ୍‌ କାରଣରୁ ସାରା ଦେଶରେ ଫୁଟବଲ ଇଭେଣ୍ଟ ପୂରା ଠପ୍‌ ହୋଇଛି। ଫଳରେ ଫେଡେରେଶନ ଆର୍ଥିକ କ୍ଷତି ସହିବା ନିଶ୍ଚିତ ହୋଇଯାଇଛି। ନ୍ୟାଶନାଲ ରେଜିଷ୍ଟ୍ରେଶନ ଫି, ବ୍ରଡକାଷ୍ଟ ମନୀ, ସ୍ପୋନ୍ସରଶିପ୍‌ ଓ ଟିକେଟ ବିକ୍ରି ଏମିତି ସବୁକିଛି ବାଧାପ୍ରାପ୍ତ ହୋଇଛି ବୋଲି ଏଫ୍‌ଏଫ୍‌ଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମ୍ସ ଜନସନ କହିଛନ୍ତି। ତେଣୁ ଫେଡେରେଶନକୁ କ୍ରିୟାଶୀଳ ରଖିବା ପାଇଁ ଅନିଚ୍ଛା ସତ୍ତ୍ୱେ ଆମ ଏହି କଷ୍ଟକର ନିଷ୍ପତ୍ତି ନେବାକୁ ହେଲା ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏଫ୍‌ଏଫ୍‌ଏରେ ପାଖାପାଖି ୧୦୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଆଉ କେତେଜଣ ପାର୍ଟ ଟାଇମ୍‌ କାର୍ଯ୍ୟ କରୁଛନ୍ତି। ତେବେ ଖେଳାଳିଙ୍କ ପାଉଣା କାଟିବା ନେଇ ଫେଡେରେଶନ ତରଫରୁ କିଛି କୁହାଯାଇନାହିଁ। ତେବେ ଫେଡେରେଶନର ଏହି ନିଷ୍ପତ୍ତି ସାମୟିକ ବୋଲି ଜନ୍‌ସନ କହିଛନ୍ତି। ଫୁଟବଲ ଅଷ୍ଟ୍ରେଲିଆରେ ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ହୋଇ ନ ଥିଲେ ମଧ୍ୟ ୨୦ ଲକ୍ଷ ଲୋକେ ଫୁଟବଲ ଖେଳିଥାନ୍ତି।
୪୮୦ ଜଣ ଚୁକ୍ତିବଦ୍ଧ ଖେଳାଳିଙ୍କ ପାଉଣା ୫୦ ପ୍ରତିଶତ କାଟି ଦିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ଏମାନଙ୍କ ମଧ୍ୟରେ କେତେକ ଫୁଟବଲର ଗୋଟିଏ ସେସନରେ ୧ ମିଲିୟନ ଅଷ୍ଟ୍ରେଲିଆନ ଡଲାର ଅର୍ଥ ଉପାର୍ଜନ କରିଥାନ୍ତି। ରଗ୍‌ବୀ ଅଷ୍ଟ୍ରେଲିଆ ମଧ୍ୟ ଅନୁରୂପ ଭାବେ ଆର୍ଥତ୍କ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ; ଆମେରିକାର ଗୋଲ୍‌ ବର୍ଷା: ମେକ୍ସିକୋ ୯-୦ରେ ପରାସ୍ତ

ଭୁବନେଶ୍ୱର,୯ା୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପୁରୁଷ ସିରିଜ ଫାଇନାଲ୍ସରେ ଶନିବାର ଆମେରିକା ଏକ ବୃହତ୍‌ ବିଜୟ ହାସଲ...

ଟଓ୍ବୋଟିଆ ପ୍ରସିଦ୍ଧି ଲାଭ କରିବେ ବୋଲି ଜାଣିଥିଲି: ବ୍ୟାଟିଂ କୋଚ ସଚିନ, ଓ୍ବର୍ନଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୯।୯(ପି.ଟି.): ରବିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ଜିତାଇଥିବା ହରିୟାଣା ରାହୁଲ...

ଘୋଷଣା ହେଲା କେଦାରନାଥ, ବଦ୍ରିନାଥ ମନ୍ଦିରର କବାଟ ଖୋଲିବା ତାରିଖ

ଡେରାଡୁନ,୨୦।୪: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିଯୋଗୁ ସମସ୍ତ ଧାର୍ମିକ ସ୍ଥାନ ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ଉତ୍ତରପ୍ରଦେଶର...

ଦ୍ୱିତୀୟ ଡୋଜ୍‌ ଗ୍ରହୀତାଙ୍କୁ ଅଗ୍ରାଧିକାର ଦିଅ

ନୂଆଦିଲ୍ଲୀ,୮ା୫: ଦେଶରେ କରୋନା ଭାକ୍ସିନ ନିଅଣ୍ଟ ହୋଇଥିବାବେଳେ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ଥିବା ଗ୍ରହୀତାଙ୍କୁ ଅଗ୍ରାଧିକାର ଦେବା ପାଇଁ ଶୁକ୍ରବାର ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲ: ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ

ଚେନ୍ନାଇ, ୧୭।୨(ପି.ଟି.)- ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡକୁ ୩୧୭ ରନରେ ହରାଇବା ଦ୍ୱାରା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଟେବୁଲର ଦ୍ୱିତୀୟ...

ଇଂଲଣ୍ଡ ଗସ୍ତ କରିବ ଅଷ୍ଟ୍ରେଲିଆ: ଦଳକୁ ଫେରିଲେ ମ୍ୟାକ୍ସଓ୍ବେଲ

ମେଲବୋର୍ନ,୧୪।୮: ସୀମିତ ଓଭର ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଇଂଲଣ୍ଡ ଗସ୍ତ କରିବା ନିଶ୍ଚିତ ହୋଇଛି। ଏ ସଂକ୍ରାନ୍ତରେ ଅଷ୍ଟ୍ରେଲିଆ ଶୁକ୍ରବାର ଘୋଷଣା କରିଛି। ଫଳରେ କୋଭିଡ୍‌-୧୯...

ଅକ୍ଟୋବର ୨୪ରେ ସୋସିଆଲ ମିଡିଆରୁ ଗାଏବ ହୋଇଯିବେ ସାନିଆ ମିର୍ଜା: ଜାଣନ୍ତୁ କାହିଁକି

ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ପାକିସ୍ତାନ ଆନୁଷ୍ଠାନିକ ଭାବେ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ଟେନିସ...

ଇତିହାସ ରଚିଲେ ଗେଲ୍‌: ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଟି-୨୦ରେ କଲେ ବିଶ୍ୱରେକର୍ଡ

ସେଣ୍ଟ ଲୁସିଆ,୧୩।୭: ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି -୨୦ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଅଷ୍ଟ୍ରେଲୀୟ ବୋଲରମାନଙ୍କୁ...

Advertisement
Archives

Model This Week