କରୋନା ଯୋଦ୍ଧାଙ୍କ ପାଇଁ ସହଯୋଗର ହାତ ବଢାଇଲେ ଅନୁରାଧା

ମୁମ୍ବାଇ: ଏକ ଅଦୃଶ୍ୟ ଯୁଦ୍ଧରେ ଏବେ ସାରା ବିଶ୍ୱ ଲଢେଇ କରି ଚାଲିଛି। କରୋନା ସଂକ୍ରମଣ ସାରା ବିଶ୍ୱକୁ ଏକ ପ୍ରକାର ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଏବେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଏମାନଙ୍କ ପାଇଁ ଏବେ ସବୁଠୁ ମୁଳୁଛି ସହଯୋଗ। ବଲିଉଡ୍‌ ଦୁନିଆ ମଧ୍ୟ ଏକ୍ଷେତ୍ରରେ ହାତ ବଢାଇଛି। ଦୀର୍ଘ ପ୍ରାୟ ୪୭ ବର୍ଷ ହେବ ହିନ୍ଦୀ ତଥା ମରାଠି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ଗାୟିକା ଅନୁରାଧା ପୋଡଓ୍ବାଲ ମଧ୍ୟ କରୋନା ଯୋଦ୍ଧାଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି। ନିକଟରେ ଏମିତି କେତେଜଣ କରୋନା ଯୋଦ୍ଧାଙ୍କୁ ସେ ଆର୍ଥିତ ସହାୟତା ଯୋଗାଇ ଦେଇଛନ୍ତି। ଏକ ଓ୍ବେସାଇଟକୁ ଦେଇଥିବା ସାକ୍ଷାତ୍‌କାରରେ ଅନୁରାଧା କହିଛନ୍ତି। ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ କାମ କରୁଥିବା ୧୦ ଜଣ ନର୍ସ, କଣ୍ଟେନମେଣ୍ଟ ଅଞ୍ଚଳରେ କାମ କରୁଥିବା ୧୦ କନଷ୍ଟେବଳ ଓ ୧୦ ଜଣ ପରିମଳ କର୍ମଚାରୀଙ୍କୁ ଅନୁରାଧା ୫ ହଜାର ଲେଖାଏଁ ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି। ଏହା ତାଙ୍କ ତରଫରୁ ଏକ ଛୋଟିଆ ସହାୟତା ବୋଲି ସେ କହିଛନ୍ତି। ଏହି ଦେଢ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ମୁମ୍ବାଇର କିଛି ହସ୍ପିଟାଲକୁ ୧୫୦ ପିପିଇ କିଟ୍‌ ଓ ଏକ ଇନକ୍ୟୁବେଟର ଦାନ କରିଛନ୍ତି। ତାଙ୍କର ଏକ ସାମାଜିକ ସଙ୍ଗଠନ ‘ସୂର୍ଯ୍ୟୋଦୟ ଫାଉଣ୍ଡେଶନ’ ଥିବା ବେଳେ ସେ ଏହା ମାଧ୍ୟମରେ ପାଣି ସମସ୍ୟା, ଜାରାଜୀର୍ଣ୍ଣ ସ୍କୁଲର ପୁନଃରୁଦ୍ଧାର ଆଦି କାର୍ଯ୍ୟ କରିଥାଆନ୍ତି। ତେବେ ଦେଶର ଘଡିସନ୍ଧି ମୁହୂର୍ତ୍ତରେ କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିବାକୁ ସେ ଅନ୍ୟମାନଙ୍କୁ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାହାଙ୍କୁ ଗାଳି କରିଥିଲେ, ତାଙ୍କୁ ମନ ଦେଇ ବସିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କାଜୋଲ ଆଜି ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତା ଅଜୟ ଦେବଗନଙ୍କ ସହ ୪ ବର୍ଷର ସମ୍ପର୍କ ପରେ ସେ...

ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ: ୧୨୨୯ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟରେ ଖସିଚାଲିଛି କରୋନା ଗ୍ରାମ୍‌। ୨୪ ଘଣ୍ଟା ମଧ୍ୟରେ ୧୬୯୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ...

ରାଜ୍ୟକୁ ଆସିବା ପୂର୍ବରୁ ସୂଚନା ଦିଅ, ନଚେତ ସରକାରୀ ସୁବିଧା ମିଳି ନ ପାରେ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ନିୟମ ଅନୁଯାୟୀ ସବୁକିଛି ବ୍ୟବସ୍ଥିତ...

ବଲିଉଡ ଅଭିନେତା ଅଫତାବ ଶିବଦାସାନୀ କରୋନା ପଜିଟିଭ

ମୁମ୍ବାଇ,୧୧।୯-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତା ଅଫତାବ ଶିବଦାସାନୀ। ଏ ନେଇ ଅଫତାବ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ତାଙ୍କ ସହ...

କରୋନା ଯୋଗୁ ଏହି ଶିକ୍ଷା ପାଇଲେ ଅନୁଷ୍କା

କରୋନା ମହାମାରୀ ଯୋଗୁ ବଲିଉଡ୍‌ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଅନୁଷ୍କା ଶର୍ମା ଏକ ଶିକ୍ଷା ଲାଭ କରିଛନ୍ତି। ତାହା ହେଉଛି ଆମେ ସମସ୍ତେ ପରସ୍ପର...

ହାତ ଯୋଡ଼ିଲେ ସୁଶାନ୍ତଙ୍କ ଭଊଣୀ

ବମ୍ବେ: ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା। ଇତିମଧ୍ୟରେ ଦୁଇ ମାସରୁ ଅଧିକ ସମୟ...

୯୨ଗାଡିରୁ ୧.୨ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବା ପାଇଁ କଡ଼ା ନିର୍ଦ୍ଦେଶ...

ବଲିଉଡ୍‌ରେ ରିଲିଜ୍‌ ହୋଇଥିବା ୨୦୧୯ର ବିବାଦୀୟ ଚଳଚ୍ଚିତ୍ର

ମୁମ୍ବାଇ: ବଡ ପରଦାରେ ୨୦୧୯ରେ ଆସିଥିବା କିଛି ଫିଲ୍ମ ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁ ପାରିଥିଲା। ଏହାସହ ବକ୍ସ ଅଫିସରେ ଭଲ ବିଜନେସ୍‌ ମଧ୍ୟ କରିଥିଲା।...

Advertisement


Archives

Model This Week