କରୋନା ମାଡ଼ରେ ରୋଜଗାର ଠପ୍‌: ସ୍କୁଲ ଫି’ ଛାଡ଼ କରିବାକୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୨୩।୪- କରୋନା ମୁକାବିଲା ନିମନ୍ତେ ଜାରି ଲକଡାଉନ୍‌ ଯୋଗୁ ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ନିଜେ ବଞ୍ଚିବା କଷ୍ଟକର ହୋଇପଡ଼ିଛି। ଏପରିସ୍ଥଳେ ସେମାନେ ନିଜ ପିଲାଙ୍କ ସ୍କୁଲ ଫି’ ଦେଇପାରିବେ ନାହଁି। ଏଣୁ ମାର୍ଚ୍ଚଠାରୁ ଜୁନ ପର୍ଯ୍ୟନ୍ତ ସ୍କୁଲ ଫି’ ଛାଡ଼ କରିବା ପାଇଁ ଗୁରୁବାର ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନ୍‌ସାରୀ ଏହି ଆବେଦନ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟର ଜରିଆରେ ସ୍କୁଲ ଫି’ କମାଇବା ପାଇଁ ନିବେଦନ କରିଥିଲେ। ଏଣୁ ସ୍କୁଲ ଫି ଛାଡ଼ କରିବା ପାଇଁ ଘରୋଇ ସ୍କୁଲଗୁଡିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତୁ। ଅନ୍ୟପଟେ, ସ୍କୁଲ ବନ୍ଦ ହୋଇଥିବା ଯୋଗୁଁ ଘରୋଇ ସ୍କୁଲ ଗୁଡିକ ପ୍ରବଳ କ୍ଷତି ସହୁଛନ୍ତି। ଶିକ୍ଷକ ଏବଂ କର୍ମଚାରୀଙ୍କ ଦରମା ଦେଇ ପାରୁନାହାନ୍ତି। ଏଣୁ ଘରୋଇ ସ୍କୁଲଗୁଡିକୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଜନ ସ୍ବାର୍ଥ ମାମଲାରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଲଘୁଚାପ: ୪ ଦିନ ବର୍ଷିବ

ଭୁବନେଶ୍ବର,୨୮।୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ,...

ମହାନଦୀକୁ ଡେଇଁ ଯୁବକ ନିଖୋଜ

କଟକ ଅଫିସ,୨୭।୮: ମହାନଦୀକୁ ଡେଇଁ ଯୁବକ ନିଖୋଜ। କଟକ ମୁଣ୍ଡଳି ବ୍ରିଜ୍‌ ଉପରେ ସ୍କୁଟି ରଖି ଯୁବକ ଡେଇଁ ପଡିଥିବା ଜଣାପଡିଛି। ତେବେ ଯୁବକ ଜଣଙ୍କ...

ପ୍ରଚଣ୍ଡ ଗ୍ରୀଷ୍ମ: ୪୦ ଡିଗ୍ରୀ ଉପରେ ୧୪ ସହର

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମରେ ଆଉଟ ପାଉଟ ହେଉଛି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା। ଦେହ ମୁଣ୍ଡ ଝାଇଁ ଝାଇଁ କରି ଦେଉଛି। ଉପକୂଳରେ ମଧ୍ୟ ଗୁଳୁଗୁଳି...

ପାନୀୟ ଜଳ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ଆର.ଉଦୟଗିରି,୨୮।୩(ଡି.ଏନ.ଏ.) ଗଜପତି ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠିକାର ଲୋକେ ପାହାଡିଆ ଜଙ୍ଗଲ ଭରା ଜାଗାରେ ରୁହନ୍ତି। ନା ଅଛି କୌଣସି ସୁବିଧା। ଖାଲି କାଗଜପତ୍ରରେ ଉଲ୍ଲେଖ...

ମଝି ରାସ୍ତାରେ ମହିଳାଙ୍କ ଚୁଟି ଧରି ନିସ୍ତୁକ ପିଟିଲେ: ମୁହଁରେ କଳା ବୋଳି ଲଣ୍ଡା କରିଦେଲେ

ପଟ୍ଟାମୁଣ୍ଡାଇ,୨୧।୯(ସ୍ବ.ପ୍ର.): ଲୋନ୍‌ କରାଇ ଦେବାକୁ କହି ଟଙ୍କା ନେଉଥିଲେ ମହିଳା। ପରେ ରାସ୍ତା ମଝିରେ ନିସ୍ତୁକ ପିଟିଲେ ଏକାଧିକ ମହିଳା। ଏମିତି କି ତାଙ୍କ ମୁହଁରେ...

କୃଷକସଂଘ ସମିତିର ଆନ୍ଦୋଳନକୁ ମିଳିତ ଟ୍ରେଡୟୁନିୟନ ପକ୍ଷରୁ ସମର୍ଥନ

ସୁନ୍ଦରଗଡ଼, ୧୫।୧୨(ଡି.ଏନ୍‌.ଏ)- ଅଖିଳ ଭାରତ କୃଷକ ସଂଘର୍ଷ ସମିତିର ଆନ୍ଦୋଳନକୁ ସମର୍ଥନ ଜଣାଇ ସୋମବାର ମିଳିତ ଟ୍ରେଡ ୟୁନିୟନ ଓ କଂଗ୍ରେସ ପକ୍ଷରୁ ସୁନ୍ଦରଗଡ ଜିଲାପାଳଙ୍କ...

ଗଞ୍ଜାମରେ ପାଳିତ ହେଲା ଜିଲାସ୍ତରୀୟ ସ୍ବାଧୀନତା ଦିବସ; ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ପାଇଁ ଆମେ ପାଇଛୁ ସ୍ବାଧିନତା: ଜିଲାପାଳ

ଛତ୍ରପୁର,୧୫।୮(ଡି.ଏନ୍‌.ଏ):ଗଞ୍ଜାମରେ ଜିଲାସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ ସମାରୋହ ଶନିବାର ଛତ୍ରପୁରସ୍ଥିତ ପୋଲିସ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛିା ଏଥିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...

ତଥାପି ଅପେକ୍ଷାରେ ଚିତ୍ରଶିଳ୍ପୀ ନାରାୟଣ

ବନ୍ତ,୧୯।୨: ଦେଖିବା ମାତ୍ରେ ପେନ୍‌ସିଲ୍‌, କଲମ ମାଧ୍ୟମରେ ଅବିକଳ ଛବି ଆଙ୍କି ଦିଅନ୍ତି। ୭୭ ବର୍ଷ ବୟସରେ ବି ସେ ତାଙ୍କର ଏହି କଳାକୁ ଜାରି...

Advertisement
Archives

Model This Week