କରୋନା ଭୟ: ବିମାନରେ ଯାତ୍ରୀ ଛିଙ୍କିବାରୁ ଝରକା ଦେଇ ଓହ୍ଲାଇଲେ ପାଇଲଟ

କରୋନା ଭାଇରସ୍‌ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯଦି କେହି ଛିଙ୍କୁଛନ୍ତି ତେବେ ସମସ୍ତେ କରୋନା ଭାଇରସ୍‌ ସଂକ୍ରମଣ ନେଇ ଭୟଭୀତ ହୋଇପଡ଼ୁଛନ୍ତି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏୟାର ଏସିଆ ଇଣ୍ଡିଆର ପୁଣେ-ଦିଲ୍ଲୀ ବିମାନରେ। ଶୁକ୍ରବାର ଏହି ବିମାନରେ ଜଣେ କରୋନା ସନ୍ଦିଗ୍ଧ ଯାତ୍ରା କରୁଥିବା ଜାଣି ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। କାରଣ ବିମାନ ଅବତରଣ ସମୟରେ ଜଣେ ସନ୍ଦିଗ୍ଧ ଯାତ୍ରୀ ଛିଙ୍କିଦେଇଥିଲେ। ଏନେଇ ଜାଣିବା ପରେ ପାଇଲଟ୍‌ ଜଣଙ୍କ ଝରକା ଦେଇ ଓହ୍ଲାଇ ପଡ଼ିଥିଲେ। ସାଧାରଣତଃ ପାଇଲଟ ଓହ୍ଲାଇବା ପାଇଁ ବିମାନର ସାମ୍ନା ଗେଟ୍‌ର ବ୍ୟବହାର କରନ୍ତି। ହେଲେ ଯେତେବେଳେ ଜାଣିବାକୁ ପାଇଲେ ଯେ, ପ୍ରଥମ ଧାଡିରେ ବସିଥିବା ଯାତ୍ରୀ ଜଣଙ୍କ ଛିଙ୍କିଦେଇଛନ୍ତି, ସେହି ସମୟରେ ଭୟଭୀତ ହୋଇ ପାଇଲଟ ଜଣଙ୍କ କକ୍‌ପିଟ୍‌ ବା ଇମାରଜେନ୍ସି ଗେଟ୍‌ ଦେଇ ବାହାରକୁ ପଳାଇ ଆସିଥିଲେ। ଏହାପରେ ସବୁ ଯାତ୍ରୀ ମଧ୍ୟ ଭୟଭୀତ ହୋଇ ପଛ ଝରକା ଦେଇ ସୁରକ୍ଷିତ ଭାବେ ବାହାରକୁ ବାହାରି ଯାଇଥିଲେ। ଆଉ ଉକ୍ତ ସନ୍ଦିଗ୍ଧ ଯାତ୍ରୀଙ୍କୁ ସାମ୍ନା ଗେଟ୍‌ରୁ ବାହାରକୁ ବାହାର କରାଯାଇଥିଲା। ଏହାପରେ ସମସ୍ତ ଯାତ୍ରୀଙ୍କର କରୋନା ନେଇ ଯାଞ୍ଚ କରାଯାଇଥିଲା। ତେବେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ବିମାନ ଅବତରଣ ପରେ ବିମାନକୁ ଅଲଗା ରଖାଯାଇଛି। ଏହି ଘଟଣା ଘଟିବା ପରେ ଏୟାର ଏସିଆ ଇଣ୍ଡିଆର ମୁଖପାତ୍ରଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଆଣ୍ଟି ଇନ୍‌ଫେକ୍ସନ୍‌ ଦ୍ୱାରା ବିମାନକୁ ସଫା କରାଯାଇଛି। ଏଭଳି ଘଟଣା ପାଇଁ ପୂର୍ବରୁ ଆମର ପାଇଲଟ ପ୍ରଶିକ୍ଷିତ ଓ ପ୍ରସ୍ତୁତ ରହିଥାନ୍ତି। ଏଭଳି ସ୍ଥିତିରେ ଉକ୍ତ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଓ ଧର୍ଯ୍ୟକୁ ଏୟାର ଏସିଆ ଇଣ୍ଡିଆର ମୁଖପାତ୍ର ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଫିସରେ ଆପଣାଛାଏଁ ଚାଲୁଛି ଚେୟାର, ଫଟୋ ଭାଇରାଲ

ଲଣ୍ଡନ: ଯଦି କୁହାଯାଏ, ଅଫିସ୍‌ରେ ଚେୟାରଗୁଡ଼ିକ ସ୍ବୟଂଚାଳିତ ଅର୍ଥାତ୍‌ ଆପଣାଛାଏଁ ଚାଲୁଛି ତେବେ ନିଶ୍ଚିତ ଅବିଶ୍ୱସନୀୟ ଲାଗିବ। ମାତ୍ର ଏହା ସତ। ଏହା କୌଣସି ଯାଦୁଗର...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨.୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ଭଦ୍ରକର ପି.ଏନ୍‌. ଏଜେନ୍ସିି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨.୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପି.ଏନ୍‌. ଏଜେନ୍ସିି...

ଦାମୀ ଘଣ୍ଟା ପିନ୍ଧିବାର ସଉକ ଥିଲେ ବି ଏହି ଘଣ୍ଟାକୁ କିଣିବା ସାତସପନ ପରି, କାରଣ…

ଦାମୀ ଘଣ୍ଟା ପିନ୍ଧିବା ଅନେକଙ୍କର ସଉକ ଥାଏ। ଏହାବାଦ୍‌ ବିଭିନ୍ନ ପ୍ରକାର ଘଣ୍ଟାର ସଂଗ୍ରହ ବି ଅନେକେ କରନ୍ତି। କିନ୍ତୁ ଏଠି ଯେଉଁ ଘଣ୍ଟା ସମ୍ପର୍କରେ...

ଝିଅକୁ ବାକ୍ସ ଭିତରେ ପୂରାଇ ଘରଘର ବୁଲି ସାମଗ୍ରୀ ଡେଲିଭରି କଲେ ପିତା, ଜାଣିଲେ…

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତାହା କହିହେବ ନାହିଁ। ଏବେ ଏମିତି ଏକ ଭିଡିଓ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ଚାଇନାର...

କୋଭିଡ-୧୯ ମହାମାରୀ: ବିଶ୍ୱକପ୍‌ ଫାଇନାଲ ଜର୍ସି ଦାନ କରିବେ ନିକୋଲ୍ସ

ଓ୍ବେଲିଂଟନ,୨।୫ (ପି.ଟି.): କୋଭିଡ-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ପରିବାର ତଥା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ହେନେରୀ ନିକୋଲ୍ସ ଏବେ ଆଗକୁ...

ମହୁମାଛିଙ୍କ ରେଷ୍ଟୁରାଣ୍ଟ

ବିଭିନ୍ନ ପ୍ରକାର ରେଷ୍ଟୁରାଣ୍ଟ ବିଷୟରେ ତ ସମସ୍ତେ ଜାଣିଥିବେ, କିନ୍ତୁ ମହୁମାଛିଙ୍କ ରେଷ୍ଟୁରାଣ୍ଟ ବିଷୟରେ କେବେ ଶୁଣିଛନ୍ତି କି? ଏହା ଶୁଣିବାକୁ ଆଶ୍ଚଯର୍‌ୟ ଲାଗିଲେ ବି...

ସତ ହେଲା ବାଇବେଲର କାହାଣୀ

ତେଲଆଭିଭ୍‌: ବାଇବେଲରେ ଥିବା ଏକ କାହାଣୀ ଅନୁସାରେ ଏବେ ପ୍ରତ୍ନତତ୍ତ୍ୱବିଦମାନେ ଏଭଳି ଏକ ସ୍ଥାନ ସମ୍ପର୍କରେ ସୂଚନା ପାଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।...

ମାଡ଼ି ଆସୁଛି ବିପଦ: ପୃଥିବୀକୁ ଧକ୍କାଦେବ ଗ୍ରହାଣୁପିଣ୍ଡ, ହେବ ପ୍ରଚଣ୍ଡ ବିସ୍ଫୋରଣ

ଓ୍ବାଶିଂଟନ,୧।୧୧: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆସନ୍ତା ୪୮ ବର୍ଷ ପରେ ୨୦୬୮ ଏପ୍ରିଲ୍‌ ୧୨ରେ ଏକ ଗ୍ରହାଣୁପିଣ୍ଡ ପୃଥିବୀକୁ ତୀବ୍ର ବେଗରେ ଧକ୍କାଦେବ।...

Advertisement
Archives

Model This Week