କରୋନା ଭାଇରସ୍‌ର ଏହି ଲକ୍ଷଣ ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଛି

ବର୍ଲିନ,୨୦।୩: କରୋନା ଭାଇରସ୍‌ର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି। ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ମହାମାରୀ ସହ ମୁକାବିଲା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ତିଆରି ହୋଇପାରି ନାହିଁ। ସୁରକ୍ଷା ଦୃଷ୍ଟିରୁ କେବଳ ଲୋକଙ୍କୁ ବିଭିନ୍ନ ପ୍ରକାରର ସାବଧାନତା ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସାଧାରଣ ଥଣ୍ଡା, କାଶ, ଜ୍ୱର, ଶରୀର ଘୋଳାବିନ୍ଧା ଭଳି ଲକ୍ଷଣ ଦେଖାଯାଉଛି। କିନ୍ତୁ ଏବେ ଏହାର କିଛି ନୂଆ ଲକ୍ଷଣ ଦେଖାଯାଇଛି। ଯାହା ଏବେ ବିଶ୍ୱର ବୈଜ୍ଞାନିକମାନଙ୍କର ଚିନ୍ତା ବଢ଼ାଇଦେଇଛି। ବୈଜ୍ଞାନିକଙ୍କ କହିବା ଅନୁସାରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଘ୍ରାଣଶକ୍ତି ଖରାପ୍‌ ହେଉଛି। ଏଥିସହ ସେମାନେ ଖାଦ୍ୟର ସ୍ବାଦ ମଧ୍ୟ କିଛି ଜାଣିପାରୁ ନ ଥିବା କୁହାଯାଉଛି। ଜର୍ମାନରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ପ୍ରାୟ ସମସ୍ତ ଲୋକଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ, ଏଥିରେ ସଂକ୍ରମିତ ହୋଇଥିବା ରୋଗୀ କିଛି ଦିନରୁ ଖାଦ୍ୟର ସ୍ବାଦ ଜାଣି ପାରୁ ନ ଥିବା ବେଳେ କୌଣସି ଗନ୍ଧ ମଧ୍ୟ ବାରି ପାରୁନାହାନ୍ତି ବୋଲି ବିଶେଷଜ୍ଞ ହେଣ୍ଡ୍ରିକ୍‌ ଷ୍ଟ୍ରିକ୍‌ କହିଛନ୍ତି। ଏହି ଲକ୍ଷଣ ଶରୀରରେ ଏତେ ବୃଦ୍ଧି ପାଇଥାଏ ଯେ, ଜଣେ ମା’ ନିଜ ପିଲାଙ୍କ ଡାଇପର ଗନ୍ଧ କି ଶାମ୍ପୁର ସୁଗନ୍ଧ ମଧ୍ୟ ଜାଣିପାରି ନ ଥାନ୍ତି। ଆଉ କେତେକଙ୍କ ମଧ୍ୟରେ ଡାଇରିଆ ସମସ୍ୟା ଦେଖାଦେଇଛି। ତେବେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ଏହି ଲକ୍ଷଣ ବ୍ୟକ୍ତିଙ୍କଠାରେ କେବେଠାରୁ ଦେଖାଦେଇଥାଏ। କୁହାଯାଉଛି ସଂକ୍ରମିତ ହେବାର କିଛି ଦିନ ପରେ ହିଁ ଏସବୁ ଲକ୍ଷଣ ଦେଖାଯାଉଛି। ଅପରପକ୍ଷେ ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଜର୍ମାନରେ ଅନ୍ୟ ବର୍ଷ ତୁଳନାରେ ଚଳିତବର୍ଷ କରୋନା ଭାଇରସ୍‌ ଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ଦେଶରେ ଏହି ସଙ୍କଟ ୨ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଜର୍ମାନୀର ପବ୍ଲିକ ହେଲ୍‌ଥ ଏଜେସ୍ସି ଚେତାବନୀ ଦେଇଛି। ସୂଚନା ମୁତାବକ ଜର୍ମାନୀରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୭ହଜାରରୁ ଊର୍ଦ୍ଧ୍ୱ ଥିବା ବେଳେ ଏପର୍ଯ୍ୟନ୍ତ ୪୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦରମା ଟଙ୍କା ମା’ ହାତରେ ଦେଇଥିଲି: ପ୍ରାବନ୍ଧିକ ଡ. ଭଗବାନ ପଟେଲ

ସୁନ୍ଦରଗଡ଼ର ଦଲ୍‌ଦଲି ଗାଁରେ ମୋର ଜନ୍ମ। ଓଡ଼ିଆରେ ଏମ୍‌.ଏ ଓ ଏମ୍‌.ଫିଲ୍‌ ପାସ୍‌ କରିବା ପରେ ୧୯୮୯ ମସିହାରେ ସରଗିପାଲି ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ...

ରାତିର ଅନ୍ଧକାରରେ ହୋଇଥାଏ କିନ୍ନରଙ୍କ ଅନ୍ତିମ ସଂସ୍କାର, ହୁଏ ଉତ୍ସବ ପାଳନ; କାରଣ ଜାଣିଲେ…

ଘରେ କିଛି ଶୁଭକାମ ହେଉଥିଲେ, କେଉଁଆଡୁ ପହଞ୍ଚିଯାଇଥାନ୍ତି କିନ୍ନର। ସେ ବିବାହ ହେଉ ଅବା ଶିଶୁ ଜନ୍ମ, ସମସ୍ତ କାର୍ଯ୍ୟରେ ପହଞ୍ଚି ଆଶୀର୍ବାଦ ଦେଇଥାନ୍ତି ସେମାନେ।...

କଶ୍ମୀର ନିଷ୍ପତ୍ତି ସମ୍ପର୍କରେ ପୁଟିନଙ୍କୁ ଜଣାଇଲେ ମୋଦି: ମିଥ୍ୟା ପ୍ରସାର କରୁଛି ପାକ୍‌

ଭ୍ଲାଡିଭୋଷ୍ଟକ୍‌,୫ା୯: ଜମ୍ମୁ-କଶ୍ମୀର ମାମଲାରେ ହସ୍ତକ୍ଷେପ କରିବା ପାଇଁ ପାକିସ୍ତାନର ଅନୁରୋଧକୁ ରୁଷିଆ ପ୍ରତ୍ୟାଖ୍ୟାନ କରିଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ...

ବିବାହ କରିବେ ଓଡ଼ିଶାର ‘ଛପାକ୍‌’ ପ୍ରମୋଦିନୀ

କଟକ ଅଫିସ,୧୭ା୧: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡ଼ିଶାର ‘ଛପାକ୍‌’ ତଥା ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳ। ଏସିଡ୍‌ ଆକ୍ରମଣର ଶିକାର ହେବା ପରେ...

ପ୍ରିନ୍ସ ୱିଲିୟମଙ୍କୁ ହୋଇଥିଲା କରୋନା, ୭ ମାସ ପରେ କଲେ ଖୁଲାସା

ଲଣ୍ଡନ,୨।୧୧: ସାରା ବିଶ୍ୱରେ ଅନେକ ସେଲିବ୍ରିଟିମାନେ ମହାମାରୀ କରୋନା ଆକ୍ରାନ୍ତ ହେବା ନଜିର ରହିଛି। ଏହି କ୍ରମରେ ବ୍ରିଟେନର ରାଜ ପରିବାରର ସଦସ୍ୟ ପ୍ରିନ୍ସ ୱିଲିୟମ...

ଭାଲୁ ପ୍ରେମରେ ‘ଭେରା’

ମସ୍କୋ: ମଣିଷ-ପ୍ରାଣୀ ମଧ୍ୟରେ ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି। ହେଲେ ଯେବେ ଜଙ୍ଗଲୀ ଜନ୍ତୁ କଥା ଉଠେ, ତେବେ ଜଣେ ତା’ ସହ ଭାବ...

ଚକୋଲେଟ୍‌ର ଯାଦୁକର

ଏଇ ଦୁନିଆରେ ପ୍ରତିଭାର କିଛି ଅଭାବ ନାହିଁ। ଜଣେ ଜଣେ ବ୍ୟକ୍ତି ଏଭଳି ପ୍ରତିଭାର ଅଧିକାରୀ ହୋଇଥାଆନ୍ତି ଯେ, ଲାଗେ ତାଙ୍କ ପରି ଆଉ ଦ୍ୱିତୀୟ...

କୈମୁର୍‌ ଅଭୟାରଣ୍ୟ

ବିହାରର କୈମୁର୍‌ ଜିଲାରେ ଥିବା କୈମୁର୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ପ୍ରାୟ ୧୩୪୨ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ...

Play 250+ Trending Games
Archives

Model This Week

Why Dharitri