କରୋନା ବଦଳାଇ ଦେଲା ଜୀବନର ମୋଡ: ମାଛ ବିକୁଛନ୍ତି ଗୀତିକାର

ଭଦ୍ରକ ଅଫିସ, ୫ା୬- କୁମାର ଗୌତମ ଭଦ୍ରକ ସହର ତଥା ଜିଲାର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ, ଓଲିଉଡ ଜଗତରେ ତାଙ୍କର ସ୍ବତନ୍ତ୍ର ପରିଚିତ ରହିଛି। ସେ ଭଦ୍ରକରେ ମେଲୋଡି ପାର୍ଟି କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ କରୋନା ଲକ୍‌ଡାଉନ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଲା। ପେଟର ଭୋକ କଣ୍ଠଶିଳ୍ପୀଙ୍କ କଣ୍ଠରୁଦ୍ଧ କରିଛି। ଫୁଟପାଥକୁ ଓହ୍ଲାଇ ଏବେ କରୁଛନ୍ତି ମାଛ ବେପାର। ଯେଉଁ ହାତରେ ମାଇକ୍‌ ଧରି ଲକ୍ଷାଧିକ ଶ୍ରୋତାଙ୍କ ମନ କିଣୁଥିଲେ ଗୌତମ ସେହି ହାତରେ ଏବେ ଧରିଛନ୍ତି ମାଛ ଓ ଦଣ୍ଡିପାଲ।
ସେ ଯାତ୍ରା ହେଉ କି ମେଲୋଡି, ସବୁଠି କୁମାର ଗୌତମଙ୍କ କଣ୍ଠରୁ ଗୀତ ଶୁଣିବାକୁ ଶ୍ରୋତାଙ୍କ ଭିଡ଼ ଜମିଯାଏ। ସେ ପ୍ରଥମେ ଯାତ୍ରା ଜଗତରେ ଚର୍ଚ୍ଚିତ ଗୀତିକାର ଥିଲେ। କିନ୍ତୁ ସ୍ବାବଲମ୍ବୀ ହେବାକୁ ନିଜେ ଏକ ମେଲୋଡି ଟ୍ରୁପ ସଙ୍ଗୀତ ସମ୍ରାଟ କରି ଜୀବିକା ନିର୍ବାହ କରୁଥିଲେ। ଏକା ସିଏ ନୁହେଁ ତାଙ୍କ ପାଇଁ ଟ୍ରୁପରେ ସାମିଲ ଥିବା ୩୦ରୁ ଅଧିକ ପରିବାର ନିର୍ଭର କରୁଥିଲେ। ହେଲେ ମହାମାରୀ କରୋନା ତାଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ହେଲେ ସେ ଆତ୍ମବିଶ୍ୱାସ ହରାଇନାହାନ୍ତି। ଅଢେଇ ମାସ ଅପେକ୍ଷା କରିବା ପରେ ପରିବାର ଚଳାଇବା ପାଇଁ ମାଛ ବ୍ୟବସାୟ କରିବାକୁ ମନ ବଳାଇଲେ। କାହାକୁ ହାତ ପାତିବା ଅପେକ୍ଷା ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ଏହି ମାଛ ବ୍ୟବସାୟ କରୁଛନ୍ତି। ସକାଳୁ ସକାଳୁ ଭଦ୍ରକ ସହରାଞ୍ଚଳ ବନ୍ତ ଛକରେ ଦୁଇଟି ଛତା ତଳେ ମାଛ ଦୋକାନ ଖୋଲନ୍ତି କୁମାର ଗୌତମ। ସମସ୍ତେ ମାଛ କିଣନ୍ତି ସତ, ହେଲେ ମାଛ ବିକୁଥିବା ଲୋକକୁ ଦେଖି ଗ୍ରାହକ ଚକିତ ହୋଇପଡ଼ନ୍ତି। ତାଙ୍କର ଏପରି ଆତ୍ମନିର୍ଭରଶୀଳ ପନ୍ଥାକୁ ଲୋକେ ପ୍ରଶଂସା କରିବା ସହ ସରକାରୀ ସହାୟତା ମିଳିବା ଦରକାର ବୋଲି କୁହନ୍ତି। ଲକ୍‌ ଡାଉନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଏଭଳି କଳାକାରଙ୍କ ପାଇଁ କୌଣସି ଯୋଜନା ନ ଥିବାରୁ ବଞ୍ଚତ୍ବା ପାଇଁ ଏହା ଏକ ମାଧ୍ୟମ ବୋଲି କୁହନ୍ତି କୁମାର ଗୌତମ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପାଇଁ ସିଆରପିଏଫ୍‌ର ଫ୍ଲାଗମାର୍ଚ୍ଚ

ବାଲେଶ୍ୱର/ଜଳେଶ୍ୱର, ୨୭।୪(ଡି.ଏନ.ଏ.)-ବାଲେଶ୍ୱର ସହରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସିଆର୍‌ପିଏଫ୍‌ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ...

ବନ୍ଧୁକ ଦେଖାଇ ନେଇଗଲେ ୬.୬୮ ଲକ୍ଷ

ଜଟଣୀ,୫ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ମ୍ୟୁନିସିପାଲିଟି ଅଫିସ ରାସ୍ତାରେ ସୋମବାର ୩ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ କର୍ମଚାରୀଙ୍କଠାରୁ ୬ଲକ୍ଷ ୬୮ହଜାର...

ପୁରୀରୁ ଫେରି ପାରୁ ନାହାନ୍ତି ୩୫ଶ୍ରମିକ

ବରଗଡ଼ ଅଫିସ୍‌,୨୯।୪: ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁର ୩୫ଜଣ ଶ୍ରମିକ ପୁରୀ ଜିଲାକୁ ଦାଦନ ଖଟିବାକୁ ଯାଇ ସେଠାରେ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି।...

ଦୁର୍ଘଟଣାଗ୍ରସ୍ତ ଡିଜେଲ ଭର୍ତ୍ତି ଟ୍ୟାଙ୍କରରୁ ତେଲ ବୋହିନେଲେ ଲୋକେ

କୋରାପୁଟ,୧୧।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲାର କାକିରିଗୁମ୍ମା-ଦାମନଯୋଡି ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏକ ଡିଜେଲ ଭର୍ତ୍ତି ଟ୍ୟାଙ୍କର (ଓଡି-୩୩ଟି-୧୧୫୦) ଭିତରଗଡ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ...

ସଙ୍କଟରେ ପ୍ରାଣୀ ଚିକିତ୍ସା

ଭଦ୍ରକ ଅଫିସ/ ନୟାଗଡ଼ ଅଫିସ୍‌/ ପାରଳାଖେମୁଣ୍ଡି (ଡି.ଏନ୍‌.ଏ.) ୧୨।୧୨(ସନାତନ ରାଉତ/ ଲୋକନାଥ ମିଶ୍ର/ ଗିରିଧାରୀ ପରିଚ୍ଛା) ଓଡ଼ିଶାର ବିଭିନ୍ନ ଜିଲାର ଅଧିକାଂଶ ଲୋକ କୃଷି ଉପରେ...

ଧାନଖଳାରେ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣ୍ଟାମାଳ,୧୧।୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଖଟଖଟିଆ ପଞ୍ଚାୟତର ସିନ୍ଦୁରପୁର ଗାଁରେ ଜଣେ ଚାଷୀଙ୍କ ଧାନ ଖଳାରେ ବୁଧବାର ଭୋରୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।...

ରାସ୍ତାକଡ଼ରେ ମହିଳାଙ୍କ ପ୍ରସବ

ଚନ୍ଦାହାଣ୍ଡି, ୪ା୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା। ଖରାପ ରାସ୍ତା ଯୋଗୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଚାଲିକି ଯିବାବେଳେ ଗର୍ଭବତୀ...

ବାହାର ଦେଶକୁ କରୁଥିଲେ ବଜ୍ରକାପ୍ତା ଚୋରାଚାଲାଣ: ବନ୍ଧା ହେଲେ ପ୍ରଧାନଶିକ୍ଷକ

ଖୁଣ୍ଟୁଣୀ,୧ା୭(ଡି.ଏନ୍‌.ଏ)-ଆଠଗଡ଼ ବନଖଣ୍ଡରେ ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଗିରଫ କରାଯାଇ ବୁଧବାର କୋର୍ଟଚାଲାଣ କରାଯାଇଛି। ସେ ହେଲେ ବଡ଼ମ୍ବା ଥାନା...

Advertisement
Archives

Model This Week