କରୋନା ଆଣ୍ଟିଜେନ୍‌ ଆଗରେ ହାର ମାନୁଛି ମନୁଷ୍ୟ ଶରୀରର ଆଣ୍ଟିବଡ଼ି !

ଓ୍ବାଶିଂଟନ,୨୩।୩: ମହାମାରୀ କରୋନା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହି ଭୂତାଣୁ ଶୀଘ୍ର ବ୍ୟାପୁଥିବାରୁ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିଛି। ଅନ୍ୟ ଭୂତାଣୁର ବ୍ୟାପିବା ବେଗ ଶୂନରୁ ୧ ପ୍ରତିଶତ ମଧ୍ୟରେ ଥିବାବେଳେ କରୋନା ୨.୮ ପ୍ରତିଶତ ବେଗରେ ବ୍ୟାପୁଥିବାରୁ ଆଧୁନିକ ଚିକିତ୍ସା ବିଜ୍ଞାନରେ ଉପଲବ୍ଧ କୌଣସି ଆଣ୍ଟିବାୟୋଟିକ୍ସ୍‌ ସଫଳ ହୋଇପାରୁ ନାହିଁ। କରୋନା ଭୂତାଣୁର ସଂରଚନାରେ ଏସ୍‌ ଏବଂ ଏଲ୍‌ ଆକାର ରହିଛି। ଚାଇନାରେ ୭୨ ପ୍ରତିଶତଙ୍କଠାରେ ଏସ୍‌ କରୋନା ଭୂତାଣୁ ଦେଖାଦେଇଥିବାବେଳେ କେବଳ ୨୯ ପ୍ରତିଶତଙ୍କଠାରେ ଏଲ୍‌ ଭୂତାଣୁ ଦେଖାଦେଇଥିବା ବିଶେଷଜ୍ଞ ସୂଚିତ କରିଛନ୍ତି। ଏସ୍‌ ସଂରଚନା ଥିବା କରୋନା ଭୂତାଣୁ ପ୍ରାଣୀଙ୍କଠାରୁ ମନୁଷ୍ୟ ଶରୀରକୁ ଆସିଥିବା ଅନୁମାନ କରାଯାଉଛି। ତେବେ ଏଲ୍‌ ସଂରଚନା ଥିବା ଭୂତାଣୁ ଅତି ଶୀଘ୍ର ବ୍ୟାପିବା ସହିତ ମହାମାରୀ ସୃଷ୍ଟି କରୁଥିବା କୁହାଯାଉଛି। ଭିନ୍ନ ଭିନ୍ନ ପରିବେଶରେ ଏଲ୍‌ ଭୂତାଣୁ ନିଜର କ୍ରିୟାଶୀଳତାକୁ ମଧ୍ୟ ପରିବର୍ତ୍ତିତ କରିପାରୁଥିବା ବିଶେଷଜ୍ଞମାନେ ମତ ଦେଇଥାନ୍ତି। ଫଳରେ ଏହାକୁ ରୋକିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବିଶେଷ ସଫଳ ହୋଇପାରୁନାହିଁ। ମନୁଷ୍ୟ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଏହାର ମୁକାବିଲା କରିବାକୁ ଅସମର୍ଥ ହେଉଛି। ଅର୍ଥାତ୍‌ ଶରୀରରେ ଥିବା ଆଣ୍ଟିବଡ଼ି କରୋନା ଆଣ୍ଟିଜେନ୍‌ ଆଗରେ ହାର ମାନୁଛି। ସେହିପରି ଜାପାନରେ ଏହାକୁ ରୋକିବା ଲାଗି ବ୍ୟବହାର କରାଯାଇଥିବା ଔଷଧ ଚାଇନା, ଇଟାଲି, ଆମେରିକାରେ ଉପଯୋଗୀ ସାବସ୍ତ୍ୟ ହୋଇ ପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଗାଈ କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ବହୁରୋଗରୁ ମୁକ୍ତି ମିଳିଥାଏ। ଏହାଦ୍ୱାରା ଥଣ୍ଡା, କାଶ, ଆଦି ରୋଗ ଭଲ ହେବା ସହିତ କର୍କଟ...

ରାଜ୍ୟରେ ଆଉ ୬୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୪୯୭

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଶନିବାର ରାଜ୍ୟରେ ଆଉ ୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍‌ ୪୯୭ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ...

ପଥର ଭଳି କଠିନ ହୋଇ ଯାଉଛି କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌

ରାଜକୋଟ, ୧।୧୦: କରୋନା ଆକ୍ରାନ୍ତଙ୍କ ଫୁସଫୁସ୍‌ ପଥର ଭଳି କଠିନ ହୋଇଯାଉଛି। ଫଳରେ ନିଶ୍ୱାସପ୍ରଶ୍ୱାସ ନେବାରେ ଆକ୍ରାନ୍ତଙ୍କୁ କଷ୍ଟ ହେବା ସହିତ ଶେଷରେ ମୃତ୍ୟୁ ଘଟୁଛି।...

CORONAVIRUS UPDATE: ରାଜ୍ୟରେ ୩୦ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଯାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ...

ମେ ୧୫ରେ ଖୋଲିବ ବଦ୍ରିନାଥ ମନ୍ଦିର: ୨୭ ଜଣଙ୍କୁ ପ୍ରବେଶ ଅନୁମତି

ଚାମୋଲି,୧୧।୫: ଉତ୍ତରାଖଣ୍ଡରେ ଥିବା ପ୍ରଭୁ ବଦ୍ରିନାଥଙ୍କ ମନ୍ଦିର ମେ ୧୫ରେ ଖୋଲିବ। ତେବେ ମନ୍ଦିରରେ ପ୍ରବେଶ ପାଇଁ କେବଳ ୨୭ଜଣଙ୍କୁ ଅନୁମତି ମିଳିବ ବୋଲି ସୋମବାର...

ନବରାତ୍ରିରେ ଦୁର୍ଗାଙ୍କ ହୋମକୁଣ୍ଡରେ ପକାନ୍ତୁ ଏହି ସାମାନ୍ୟ ଜିନିଷ: ଶତ୍ରୁ ହେବେ ବସ

ଶାରଦୀୟ ନବରାତ୍ରି ୧୭ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଏହି ନଅ ଦିନରେ ମା’ ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ।ଯଦି ନବରାତ୍ରିରେ ମା’ଙ୍କ କୃପା ପାଇବାକୁ...

ଡେଲିଭରି ପରେ ମହିଳାଙ୍କୁ ଖୁଆନ୍ତୁ ଏହି ୫ଟି ଜିନିଷ : ମା’ ପିଲା ଉଭୟ ରହିବେ ସୁସ୍ଥ

ଗର୍ଭାବସ୍ଥାରେ ଉଭୟ ମା’ ଓ ଶିଶୁଙ୍କୁ ସୁସ୍ଥ ରହିବା ଜରୁରୀ। ତେଣୁ ଗର୍ଭାବସ୍ଥାରେ ମହିଳାଙ୍କ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ। ତେବେ ଆପଣ କ’ଣ...

CORONAVIRUS UPDATE: ଆଉ ୩ କରୋନା ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଲା

ଭୁବନେଶ୍ୱର, ୭।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଜଗତ୍‌ସିଂହପୁରର ହୋଇଥିବା ବେଳେ ଅନ୍ୟ ୨ ଜଣ...

Advertisement


Archives

Model This Week