Advertisement

କରୋନାର ସୁପର ସ୍ପ୍ରେଡର ଆମେରିକା ଔଷଧ କମ୍ପାନୀ

ବୋଷ୍ଟନ,୧୪ା୪: ଆମେରିକାର ପ୍ରମୁଖ ଔଷଧ କମ୍ପାନୀ ‘ବାୟୋଜେନ୍‌’କୁ କରୋନା ଭୂତାଣୁର ସୁପର ସ୍ପ୍ରେଡର (ସର୍ବାଧିକ ସଂକ୍ରମଣ କରାଇଥିବା ସଂସ୍ଥା) ବୋଲି କୁହାଯାଉଛି। ମାର୍ଚ୍ଚ ପ୍ରଥମ ସୋମବାର ପର୍ଯ୍ୟନ୍ତ ଏହି କମ୍ପାନୀରେ ସବୁକିଛି ଠିକ୍‌ଠାକ୍‌ ଥିବା କୁହାଯାଉଥିଲା। ଦୀର୍ଘବର୍ଷ ପରେ କମ୍ପାନୀର ନୂଆ ଆଲଭିମର ଔଷଧ ଆୟକୁ ଯଥେଷ୍ଟ ବଢ଼ାଇଦେଇଛି। ଏହା କମ୍ପାନୀର ଏକ ଉଲ୍ଲେଖନୀୟ ଜୟଯାତ୍ରା ବୋଲି ବୋଷ୍ଟନଠାରେ ଏକ ସ୍ବାସ୍ଥ୍ୟସେବା ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ମିଚେଲ ଭୌନାଟ୍‌ସୋସ୍‌ କହିଥିଲେ। ହେଲେ ସେ ଜାଣି ନ ଥିଲେ ସେତେବେଳକୁ କରୋନା ଭୂତାଣୁ ନୀରବରେ ଉକ୍ତ କମ୍ପାନୀର ବହୁ ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କୁ କବଳିତ କଲାଣି। ଏହି ଅଧିକାରୀମାନେ କମ୍ପାନୀର ବାର୍ଷିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଖାଲି ସେତିକି ନୁହେଁ, ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନ ଥିବାରୁ ସେମାନେ ଅନ୍ୟ ଯାତ୍ରୀମାନଙ୍କ ସହ ବିଦେଶକୁ ବିମାନ ଯାତ୍ରା କରିଥିଲେ ଓ ପରିବାର ସହ ରହିଥିଲେ। ସେମାନଙ୍କ ଯୋଗୁ ଆମେରିକାର ୬ଟି ରାଜ୍ୟ ଏବଂ ୩ଟି ଦେଶକୁ କରୋନା ଭୂତାଣୁ ବ୍ୟାପିଲା ବୋଲି କୁହାଯାଉଛି। ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀମାନେ ଏହି ସଂକ୍ରମଣକୁ ଚିହ୍ନଟ କରିପାରିଲେ ନାହିଁ। ବାୟୋଜେନ୍‌ ସମ୍ମିଳନୀ ଆମେରିକାରେ କରୋନା ଭୂତାଣୁ ବ୍ୟାପିବାର ଅନ୍ୟତମ ପ୍ରଥମ ଦୃଷ୍ଟାନ୍ତ। ଏହି ସମ୍ମିଳନୀକୁ କୋଭିଡ୍‌-୧୯ର ସୁପରସ୍ପ୍ରେଡିଂ ଇଭେଣ୍ଟ ବୋଲି ମହାମାରୀ ବିଶେଷଜ୍ଞମାନେ କହୁଛନ୍ତି। ଅନ୍ୟ ସର୍ବାଧିକ ସଂକ୍ରମଣ ସିଟଲ ବାହାରେ ଥିବା ଏକ ନର୍ସିଂ ହୋମ ଏବଂ କନେକ୍ଟିକଟ୍‌ରେ ଏକ ଜନ୍ମଦିନ ଉତ୍ସବରେ ହୋଇଥିବା କୁହାଯାଉଛି। ତେବେ ବାୟୋଜେନ୍‌ ସମ୍ମିଳନୀରୁ ଯେଭଳି ଗୋଷ୍ଠୀ ସଂକ୍ରମଣ ହେଲା ତାହା ସବୁଠାରୁ ଭିନ୍ନ ଥିଲା। କାରଣ କରୋନା ବିରୋଧରେ ଲଢ଼ୁଥିବା ଦେଶର ବହୁ ବିଶିଷ୍ଟ ସ୍ବାସ୍ଥ୍ୟସେବା ପେସାଦାରମାନେ ଏହି ସମ୍ମିଳନୀରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ମାନବାଧିକାର ସ୍ଥିତି, ଆମେରିକାକୁ ହସିନା ସରକାରଙ୍କ ଜବାବ୍‌…

ଢାକା, ୧୬।୪ : ମାନବ ଅଧିକାର ପରିସ୍ଥିତି ଉପରେ ଆମେରିକାର ବୈଦେଶିକ ବିଭାଗର ରିପୋର୍ଟକୁ ବାଂଲାଦେଶ ସରକାର ସମାଲୋଚନା କରିଛନ୍ତି। ଏଥି ସହିତ ଏହି ପ୍ରସଙ୍ଗରେ...

ଟେଲିଭିଜନ ଚ୍ୟାନେଲର ଅଂଶିଦାରକୁ ବିକିବେ ଅଲିବାବା

ବେଜିଂ,୨୬ ।୯: ଚାଇନା ସରକାର ଓ ଇ-କମର୍ସ କମ୍ପାନୀଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି । ଏହାରି ଭିତରେ ଅଲିବାବା, ଟେନସେଣ୍ଟ ଓ ବୈଦୁ ଭଳି...

ଆଗକୁ ବଢ଼ିଲେ ଜବାବ ଦେବୁ: ପାକ୍‌

ଇସ୍‌ଲାମାବାଦ,୧୨ା୧(ପି.ଟି.): ଭାରତୀୟ ସେନା ପିଓକେ ଆଡ଼କୁ ଅଗ୍ରସର ହେଲେ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତ ବୋଲି ପାକିସ୍ତାନ କହିଛି। ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ...

ବିଶ୍ୱ ମ୍ୟାଲେରିଆ ଦିବସର ୨୪ ଘଣ୍ଟା ପୂର୍ବରୁ ପ୍ରଥମ ମ୍ୟାଲେରିଆ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଗଲା

ଜେନେଭା,୨୪।୪: ମ୍ୟାଲେରିଆ ରୋଗର ନିରାକରଣ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଥମ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଯାଇଛି। ଗତ ୩୦ ବର୍ଷ ଧରି ମ୍ୟାଲେରିଆ ପ୍ରତିଷେଧକ...

ଭାରତକୁ ଧମକ ଦେଲେ ଇମ୍ରାନ: ଏବେ ଆମେ ଚୁପ୍‌ ବସିବୁ ନାହିଁ

ଇସଲାମାବାଦ,୧୯।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତକୁ ଧମକ ଦେଇଛନ୍ତି। ରବିବାର ଇମ୍ରାନ ଟୁଇଟ୍‌ କରି କହିଛନ୍ତି, ମୁଁ ଭାରତ ଏବଂ ବିଶ୍ୱସମୁଦାୟକୁ ସ୍ପଷ୍ଟ ଭାବରେ...

ଅବତରଣ ସମୟରେ ଦୁର୍ଘଟଣା, ଜଳିଗଲା ସୈନ୍ୟ ବାହିନୀ ବିମାନ…

ମାନିଲା,୪।୭: ସୈନ୍ୟ ବାହିନୀର ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦକ୍ଷିଣ ଫିଲିପାଇନ୍ସ୍‌ରେ ଘଟିଥିବା ଏହି ଦୁର୍ଘଟଣାରେ ଇତିମଧ୍ୟରେ ୧୭ ଜଣ ସୈନ୍ୟଙ୍କ...

ଚିନ୍ତାରେ ଏକଛତ୍ରବାଦୀ ଶାସକ କିମ

ପ୍ୟୋଙ୍ଗୟଙ୍ଗ,୧୬।୫: ଉତ୍ତର କୋରିଆରେ କରୋନା ଦ୍ରୁତ ଗତିରେ ମାଡିଚାଲିଛି। କରୋନା ବୃଦ୍ଧି ହେତୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଚିନ୍ତାରେ ପଡିଯାଇଛନ୍ତି। କରୋନା ମଧ୍ୟରେ...

ହାତରେ ଟର୍ଚ୍ଚ ଧରି ଏଭରେଷ୍ଟ ଶୃଙ୍ଗ ଚଢୁଛନ୍ତି ପର୍ବତାରୋହୀ

କାଠମାଣ୍ଡୁ,୧୨।୩: ଏବେ ଗିରି ଶୃଙ୍ଗ ଏଭରେଷ୍ଟ ଚଢିବା ପାଇଁ ପର୍ବତାରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗିରିଶୃଙ୍ଗ ଆରୋହଣ କରିବାର ନିଶାରେ ମସଗୁଲ୍‌ ପର୍ବତାରୋହୀ ହାତରେ ଟର୍ଚ୍ଚ...

Advertisement
Archives

Model This Week