କରୋନାରେ ଅଧିକ ମରୁଛନ୍ତି ଅଣଶ୍ୱେତାଙ୍ଗ ଆମେରିକୀୟ

ଓ୍ବାଶିଂଟନ,୧୧ା୪: ମହାମାରୀ କରୋନା ସଂକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୪,୬୮,୮୯୫ରେ ପହଞ୍ଚତ୍ଥିବାବେଳେ ୧୬ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ସାଧାରଣତଃ ରୋଗ କେବେ ଜାତି,ଧର୍ମ, କଳା ଗୋରା ଭେଦଭାବ ଦେଖି ନ ଥାଏ। କିନ୍ତୁ ଆମେରିକାରେ କରୋନା ସଂକ୍ରମଣରେ ଅଧିକ ସଂଖ୍ୟାରେ ଅଣଶ୍ୱେତାଙ୍ଗଙ୍କ ମୃତ୍ୟୁ ଘଟୁଥିବା ଏକ ରିପୋର୍ଟରୁ ଜଣାପଡିଛି। ବିଶେଷକରି ଏହି ଦେଶର କେତେକ ବଡ଼ ସହର ଯଥା ନ୍ୟୁଓର୍‌ଲିନ୍ସ, ଶିକାଗୋ, ଡେଟ୍ରୋଇଟରେ ଆଫ୍ରିକୀୟ-ଆମେରିକୀୟଙ୍କ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଏହି ସହରଗୁଡ଼ିକରେ ଅଧିକ ସଂଖ୍ୟାରେ ଆଫ୍ରିକୀୟ- ଆମେରିକୀୟ ରହିଛନ୍ତି।
ଆମେରିକାରେ ଚତୁର୍ଥ ସର୍ବାଧିକ କୋଭିଡ୍‌-୧୯ ମାମଲା ଲୁଇଜିଆନାରେ ରହିଥିବାବେଳେ ନ୍ୟୁଓରଲିନ୍ସରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ ଅଣଶ୍ୱେତାଙ୍ଗ ମୋଟ ଜନସଂଖ୍ୟାର ୬୦ ପ୍ରତିଶତ। ଲୁଇଜିଆନାରେ କରୋନା ମୃତକଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ଆଫ୍ରିକୀୟ-ଆମେରିକୀୟ ବୋଲି ରାଜ୍ୟ ଗଭର୍ନର ଜନ୍‌ ବେଲ୍‌ ଏଡ୍‌ଓ୍ବାର୍ଡ୍‌ସ କହିଛନ୍ତି। ସେହିପରି ମଧ୍ୟପଶ୍ଚିମ ସହର ଡେଟ୍ରୋଏଟ୍‌, ଶିକାଗୋ ଏବଂ ମିଲ୍‌ଓ୍ବକିରେ ମଧ୍ୟ ସଂକ୍ରମଣରେ ତାରତମ୍ୟ ବୃଦ୍ଧି ପାଇଥିବା ଦେଖାଯାଇଛି। ମିଚିଗାନ ରାଜ୍ୟର ଡେଟ୍ରଏଟରେ ୮୦ ପ୍ରତିଶତ ଅଣଶ୍ୱେତାଙ୍ଗ ରହୁଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁର ୪୦ ପ୍ରତିଶତ ଏହି ସହରରେ ଘଟିଛି। ସେହିପରି ଶିକାଗୋରେ କରୋନା ସଂକ୍ରମିତ ଅଣଶ୍ୱେତାଙ୍ଗଙ୍କ ସଂଖ୍ୟା ସହରର ମୋଟ ସଂକ୍ରମଣର ୭୦ ପ୍ରତିଶତ। ରାଜ୍ୟର ଯେତେଜଣଙ୍କର ଏହି ରୋଗରେ ମୃତ୍ୟୁ ଘଟିଛି, ତାହାର ଅର୍ଦ୍ଧାଧିକ ହେଉଛନ୍ତି ଏହି ଅଣଶ୍ୱେତାଙ୍ଗ।
ଆଫ୍ରିକୀୟ-ଆମେରିକୀୟମାନଙ୍କ ପ୍ରତି ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ହେବାର କାରଣ ହେଲା ସହରାଞ୍ଚଳରେ ଏମାନଙ୍କର ଘନତ୍ୱ ଅଧିକ। ଏହାବ୍ୟତୀତ ସେମାନେ ଜରୁରୀ ଶିଳ୍ପସଂସ୍ଥାରେ କାର୍ଯ୍ୟ କରିଥାନ୍ତି। ମାତ୍ର ୨୦ ପ୍ରତିଶତ ଅଣଶ୍ୱେତାଙ୍ଗ ଘରୁ ରହି କାର୍ଯ୍ୟ କରିବାକୁ ଅନୁମତି ପାଇଥିବାବେଳେ ୩୦ ପ୍ରତିଶତ ଶ୍ୱେତାଙ୍ଗଙ୍କୁ ଏହି ସୁବିଧା ମିଳୁଛି। କରୋନାରେ ଅଧିକ ସଂଖ୍ୟାରେ ଅଣଶ୍ୱେତାଙ୍ଗ ବୃଦ୍ଧଙ୍କ ଜୀବନ ଯାଉଛି। ଏହାବ୍ୟତୀତ ମେଦବହୁଳତା, ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଅଣଶ୍ୱେତାଙ୍ଗ ଆମେରିକୀୟଙ୍କ କ୍ଷେତ୍ରରେ ସଂକ୍ରମଣର ଅଧିକ ବିପଦ ଥିବା ଏକ ଗବେଷଣାରୁ ଜଣାପଡ଼ିଛି।
ସମାଲୋଚକଙ୍କ ମତରେ ସ୍ବାସ୍ଥ୍ୟସେବାରେ ବର୍ଣ୍ଣବୈଷମ୍ୟତା ଏହାର କାରଣ ବୋଲି କୁହାଯାଇଛି। ଏଠାରେ ଅଣଶ୍ୱେତାଙ୍ଗମାନଙ୍କୁ ମେଡିକେଡ୍‌ ଏବଂ ମେଡିକେୟାର ଭଳି ଜନସ୍ବାସ୍ଥ୍ୟ ବୀମା ଯୋଜନାରେ ଶ୍ୱେତାଙ୍ଗଙ୍କ ଭଳି ସମାନ ସୁବିଧା ମିଳି ନ ଥାଏ। ଉପଯୁକ୍ତ ସ୍ବାସ୍ଥ୍ୟସେବା ସୁବିଧା ନ ଥିବା ଅଞ୍ଚଳରେ ଏମାନେ ରହିଥାନ୍ତି, ଯେଉଁଠି ପ୍ରାଥମିକ ଯତ୍ନ ଦୁର୍ଲଭ କିମ୍ବା ବ୍ୟୟସାପେକ୍ଷ। ଅଣଶ୍ୱେତାଙ୍ଗ ରହୁଥିବା ଅଞ୍ଚଳରେ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ନିମ୍ନମାନର ସେବା ଦେଇଥାନ୍ତି ବୋଲି ସେଞ୍ଚୁରୀ ଫାଉଣ୍ଡେଶନ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଶ୍ରଦ୍ଧାଳୁଙ୍କ କରୋନା ଯାଞ୍ଚ ରହିବ ବାଧ୍ୟତାମୂଳକ

ଅନନ୍ତନାଗ,୬।୬: କରୋନା ଲକ୍‌ଡାଉନ ମଧ୍ୟରେ ଅମରନାଥ ଯାତ୍ରାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ଥର ଅମରନାଥ ଯାତ୍ରା ଜୁଲାଇ ୨୧ରୁ ଅଗଷ୍ଟ ୩ମଧ୍ୟରେ...

କର୍ନାଟକର କୋଭିଡ୍‌ ମୁକାବିଲା : ୧୬୧୦ କୋଟିର ପ୍ୟାକେଜ୍‌ ଘୋଷଣା

ବେଙ୍ଗାଲୁରୁ,୭ା୫(ପି.ଟି.): ଲକ୍‌ଡାଉନ ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଲୋକମାନଙ୍କ ସହାୟତା ଲାଗି କର୍ନାଟକ ସରକାର ବୁଧବାର ୧୬୧୦ କୋଟି ଟଙ୍କାର ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିଛନ୍ତି।...

ନାସା ଲଞ୍ଚ୍‌ କରିବ ଟ୍ବିନ୍‌ ସାଟେଲାଇଟ୍‌

ଓ୍ବାଶିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସା ଦୁଇଟି କ୍ଷୁଦ୍ର ସାଟେଲାଇଟ୍‌ ମହାକାଶକୁ ଲଞ୍ଚ୍‌ କରିବ। ପୃଥିବୀର ଉପର ବାୟୁମଣ୍ଡଳରେ ସାମରିକ ଓ ଏୟାରଲାଇନ୍‌ ଯୋଗାଯୋଗ...

ସାନିଟାଇଜ୍‌ ହେଲା କର କ୍ଲିନିକ୍‌

ଭୁବନେଶ୍ୱର,୨୮ା୩ (ବ୍ୟୁରୋ): ଓଡ଼ିଶାର ତୃତୀୟ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତି ଜଣକ ଭୁବନେଶ୍ୱରସ୍ଥିତ କର କ୍ଲିନିକ୍‌ରେ ଚିକିତ୍ସିତ ହୋଇଥିଲେ। ପରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି...

ନିର୍ଗୁଣ୍ଡି ଷ୍ଟେଶନରେ ଓହ୍ଲାଇଲେ ୭୯୩ ପ୍ରବାସୀ

ଚୌଦ୍ୱାର,୧୬ା୫ (ଡି.ଏନ.ଏ): ହାଇଦ୍ରାବାଦ୍‌ରୁ ପ୍ରବାସୀଙ୍କୁ ନେଇ ଏକ ଶ୍ରମିକ ସ୍ପେଶାଲ୍‌ ଟ୍ରେନ ଆସି ଶୁକ୍ରବାର ରାତି ୯ଟାରେ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଛି। ଏହି ଟ୍ରେନଟି...

ଆଜି ‘କଶ୍ମୀର ଆଓ୍ବାର୍‌’ ପାଳିବ ପାକିସ୍ତାନ

ଇସ୍‌ଲାମାବାଦ, ୩୦-୮(ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଆହ୍ବାନକ୍ରମେ ସେଠାରେ ଶୁକ୍ରବାର ‘କଶ୍ମୀର ଆଓ୍ବାର୍‌’ ପାଳନ କରାଯିବ। ପାକିସ୍ତାନର ଖେଳାଳି, କଳାକାର ଓ ବିଭିନ୍ନ ବର୍ଗର...

ସବୁ ଗରିବଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉ: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, ସବୁ ଗରିବଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉ। ଦିନକ...

ଚାକିରି ପାଇଁ ରୋଗକୁ ଖାତିର ନାହିଁ

ବାଲେଶ୍ୱର ଅଫିସ, ୧।୪: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବାରମ୍ବାର ଗଣମାଧ୍ୟମରେ ସୂଚନା ଦିଆଯାଉଛି। ସାମାଜିକ...

Coronavirus Update


Archives

Model This Week

Why Dharitri