କରୋନାରେ ଅଧିକ ମରୁଛନ୍ତି ଅଣଶ୍ୱେତାଙ୍ଗ ଆମେରିକୀୟ

ଓ୍ବାଶିଂଟନ,୧୧ା୪: ମହାମାରୀ କରୋନା ସଂକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୪,୬୮,୮୯୫ରେ ପହଞ୍ଚତ୍ଥିବାବେଳେ ୧୬ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ସାଧାରଣତଃ ରୋଗ କେବେ ଜାତି,ଧର୍ମ, କଳା ଗୋରା ଭେଦଭାବ ଦେଖି ନ ଥାଏ। କିନ୍ତୁ ଆମେରିକାରେ କରୋନା ସଂକ୍ରମଣରେ ଅଧିକ ସଂଖ୍ୟାରେ ଅଣଶ୍ୱେତାଙ୍ଗଙ୍କ ମୃତ୍ୟୁ ଘଟୁଥିବା ଏକ ରିପୋର୍ଟରୁ ଜଣାପଡିଛି। ବିଶେଷକରି ଏହି ଦେଶର କେତେକ ବଡ଼ ସହର ଯଥା ନ୍ୟୁଓର୍‌ଲିନ୍ସ, ଶିକାଗୋ, ଡେଟ୍ରୋଇଟରେ ଆଫ୍ରିକୀୟ-ଆମେରିକୀୟଙ୍କ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଏହି ସହରଗୁଡ଼ିକରେ ଅଧିକ ସଂଖ୍ୟାରେ ଆଫ୍ରିକୀୟ- ଆମେରିକୀୟ ରହିଛନ୍ତି।
ଆମେରିକାରେ ଚତୁର୍ଥ ସର୍ବାଧିକ କୋଭିଡ୍‌-୧୯ ମାମଲା ଲୁଇଜିଆନାରେ ରହିଥିବାବେଳେ ନ୍ୟୁଓରଲିନ୍ସରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ ଅଣଶ୍ୱେତାଙ୍ଗ ମୋଟ ଜନସଂଖ୍ୟାର ୬୦ ପ୍ରତିଶତ। ଲୁଇଜିଆନାରେ କରୋନା ମୃତକଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ଆଫ୍ରିକୀୟ-ଆମେରିକୀୟ ବୋଲି ରାଜ୍ୟ ଗଭର୍ନର ଜନ୍‌ ବେଲ୍‌ ଏଡ୍‌ଓ୍ବାର୍ଡ୍‌ସ କହିଛନ୍ତି। ସେହିପରି ମଧ୍ୟପଶ୍ଚିମ ସହର ଡେଟ୍ରୋଏଟ୍‌, ଶିକାଗୋ ଏବଂ ମିଲ୍‌ଓ୍ବକିରେ ମଧ୍ୟ ସଂକ୍ରମଣରେ ତାରତମ୍ୟ ବୃଦ୍ଧି ପାଇଥିବା ଦେଖାଯାଇଛି। ମିଚିଗାନ ରାଜ୍ୟର ଡେଟ୍ରଏଟରେ ୮୦ ପ୍ରତିଶତ ଅଣଶ୍ୱେତାଙ୍ଗ ରହୁଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁର ୪୦ ପ୍ରତିଶତ ଏହି ସହରରେ ଘଟିଛି। ସେହିପରି ଶିକାଗୋରେ କରୋନା ସଂକ୍ରମିତ ଅଣଶ୍ୱେତାଙ୍ଗଙ୍କ ସଂଖ୍ୟା ସହରର ମୋଟ ସଂକ୍ରମଣର ୭୦ ପ୍ରତିଶତ। ରାଜ୍ୟର ଯେତେଜଣଙ୍କର ଏହି ରୋଗରେ ମୃତ୍ୟୁ ଘଟିଛି, ତାହାର ଅର୍ଦ୍ଧାଧିକ ହେଉଛନ୍ତି ଏହି ଅଣଶ୍ୱେତାଙ୍ଗ।
ଆଫ୍ରିକୀୟ-ଆମେରିକୀୟମାନଙ୍କ ପ୍ରତି ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ହେବାର କାରଣ ହେଲା ସହରାଞ୍ଚଳରେ ଏମାନଙ୍କର ଘନତ୍ୱ ଅଧିକ। ଏହାବ୍ୟତୀତ ସେମାନେ ଜରୁରୀ ଶିଳ୍ପସଂସ୍ଥାରେ କାର୍ଯ୍ୟ କରିଥାନ୍ତି। ମାତ୍ର ୨୦ ପ୍ରତିଶତ ଅଣଶ୍ୱେତାଙ୍ଗ ଘରୁ ରହି କାର୍ଯ୍ୟ କରିବାକୁ ଅନୁମତି ପାଇଥିବାବେଳେ ୩୦ ପ୍ରତିଶତ ଶ୍ୱେତାଙ୍ଗଙ୍କୁ ଏହି ସୁବିଧା ମିଳୁଛି। କରୋନାରେ ଅଧିକ ସଂଖ୍ୟାରେ ଅଣଶ୍ୱେତାଙ୍ଗ ବୃଦ୍ଧଙ୍କ ଜୀବନ ଯାଉଛି। ଏହାବ୍ୟତୀତ ମେଦବହୁଳତା, ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଅଣଶ୍ୱେତାଙ୍ଗ ଆମେରିକୀୟଙ୍କ କ୍ଷେତ୍ରରେ ସଂକ୍ରମଣର ଅଧିକ ବିପଦ ଥିବା ଏକ ଗବେଷଣାରୁ ଜଣାପଡ଼ିଛି।
ସମାଲୋଚକଙ୍କ ମତରେ ସ୍ବାସ୍ଥ୍ୟସେବାରେ ବର୍ଣ୍ଣବୈଷମ୍ୟତା ଏହାର କାରଣ ବୋଲି କୁହାଯାଇଛି। ଏଠାରେ ଅଣଶ୍ୱେତାଙ୍ଗମାନଙ୍କୁ ମେଡିକେଡ୍‌ ଏବଂ ମେଡିକେୟାର ଭଳି ଜନସ୍ବାସ୍ଥ୍ୟ ବୀମା ଯୋଜନାରେ ଶ୍ୱେତାଙ୍ଗଙ୍କ ଭଳି ସମାନ ସୁବିଧା ମିଳି ନ ଥାଏ। ଉପଯୁକ୍ତ ସ୍ବାସ୍ଥ୍ୟସେବା ସୁବିଧା ନ ଥିବା ଅଞ୍ଚଳରେ ଏମାନେ ରହିଥାନ୍ତି, ଯେଉଁଠି ପ୍ରାଥମିକ ଯତ୍ନ ଦୁର୍ଲଭ କିମ୍ବା ବ୍ୟୟସାପେକ୍ଷ। ଅଣଶ୍ୱେତାଙ୍ଗ ରହୁଥିବା ଅଞ୍ଚଳରେ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ନିମ୍ନମାନର ସେବା ଦେଇଥାନ୍ତି ବୋଲି ସେଞ୍ଚୁରୀ ଫାଉଣ୍ଡେଶନ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri