କମୁଛି ପରିବାର କଲ୍ୟାଣ ଅସ୍ତ୍ରୋପଚାର ସଂଖ୍ୟା: ଲକ୍ଷ୍ୟ ଥିଲା ୮ଶହ, ହୋଇଛନ୍ତି ୬୧

ବଅଁରପାଳ,୧୯।୬ (ଡି.ଏନ୍‌.ଏ.) – ପରିବାର କଲ୍ୟାଣ ଅସ୍ତ୍ରୋପଚାର ହେଲେ ମିଳିବ ଅନେକ ସୁବିଧା ସୁଯୋଗ। ପ୍ରୋତ୍ସାହନ ରାଶି ଆକାରରେ ନଗଦ ଅର୍ଥ ଦିଆଯିବ ସରକାରଙ୍କ ପକ୍ଷରୁ। ହେଲେ ଏହି ଯୋଜନାର ସୁବିଧା ସୁଯୋଗ ନେବା ପାଇଁ ଆଉ ପୂର୍ବଭଳି ଆଗ୍ରହ ପ୍ରକାଶ ପାଉନାହିଁ। ମହିଳାମାନେ କେତେକାଂଶରେ ଅସ୍ତ୍ରୋପଚାର କରୁଥିଲେ ମଧ୍ୟ ପୁରୁଷମାନେ ମଙ୍ଗୁନାହାନ୍ତି। ଫଳରେ ପୁରୁଷଙ୍କ କ୍ଷେତ୍ରରେ ଏହି ଅସ୍ତ୍ରୋପଚାର ସଂଖ୍ୟା ଶୂନ୍ୟ ହୋଇପଡ଼ୁଥିବା ବେଳେ ଉପଯୁକ୍ତ ସଚେତନତା ଅଭାବରୁ ମହିଳାମାନଙ୍କ ଅସ୍ତ୍ରୋପଚାର ସଂଖ୍ୟା ମଧ୍ୟ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି।
ଏହି ଯୋଜନାର ସଫଳତା ପାଇଁ ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମମାନ ଜାରି ରହିଛି। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏହି ଯୋଜନା ଏକପ୍ରକାର ଦିଗହରା ହୋଇପଡ଼ିଥିବା ଅଭିଯୋଗ ହେଉଛି। ୨୦୧୮-୧୯ରେ ବଅଁରପାଳ ବ୍ଲକ ଅଞ୍ଚଳରେ ୮ ଶହ ମହିଳାଙ୍କ କ୍ଷେତ୍ରରେ ପରିବାର କଲ୍ୟାଣ ଅସ୍ତ୍ରୋପଚାର ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ମାତ୍ର ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪୨ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୯, ଏପରି ମୋଟ୍‌ ୬୧ ଜଣ ମହିଳା ଅସ୍ତ୍ରୋପଚାର କରିଥିବା ଜଣାପଡ଼ିଛି। ପୁରୁଷମାନଙ୍କ କ୍ଷେତ୍ରରେ ଏହି ଅସ୍ତ୍ରୋପଚାର ଅତ୍ୟନ୍ତ ସହଜ ଓ ଫଳପ୍ରଦ। ଏହାଛଡ଼ା ପୁରୁଷମାନଙ୍କ ପାଇଁ ଅଧିକ ପ୍ରତ୍ସୋହନ ରାଶିର ବ୍ୟବସ୍ଥା ରହିଛି। ମହିଳାମାନଙ୍କ ପାଇଁ ୧୪ ଶହ ଟଙ୍କା ଥିବା ବେଳେ ପୁରୁଷମାନଙ୍କୁ ୨ ହଜାର ଟଙ୍କା ଯୋଗାଇ ଦିଆଯାଉଛି। ପୂର୍ବରୁ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବହୁ ସଂଖ୍ୟାରେ ମହିଳା ଏହି ଅସ୍ତ୍ରୋପଚାର କରୁଥିଲେ। କାରଣ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଅସ୍ତ୍ରୋପଚାର କଲେ ୧୪ଶହ ଟଙ୍କା ମିଳୁଥିବା ବେଳେ ଘରୋଇ ଚିକିତ୍ସାକେନ୍ଦ୍ରରେ ମାତ୍ର ୧ ହଜାର ଟଙ୍କା ମିଳିବାର ବ୍ୟବସ୍ଥା ରହିଛି। ତେବେ ୪ ବର୍ଷ ହେଲା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପଚାର ବନ୍ଦ ରହିଛି। ତେଣୁ ଆଗ୍ରହୀ ମହିଳାଙ୍କୁ ତାଳଚେର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ନଚେତ କେତେକ ଘରୋଇ ଚିକିତ୍ସାକେନ୍ଦ୍ରରେ ଏହି ଅସ୍ତ୍ରୋପଚାର କରାଯାଉଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପୁଷ୍ପଲତା ପ୍ରଧାନ କୁହନ୍ତି, ୪ ବର୍ଷ ହେଲା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିବାର କଲ୍ୟାଣ ଅସ୍ତ୍ରୋପଚାର ବନ୍ଦ ରହିଛି। ଚଳିତ ବର୍ଷ ୮ ଶହ ମହିଳାଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ୬୧ ଜଣ ମହିଳା ଅସ୍ତ୍ରୋପଚାର ହୋଇଛନ୍ତି। ଏହି ସଂଖ୍ୟା ଯେପରି ବୃଦ୍ଧି ପାଇବ ସେଥିପାଇଁ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ମହିଳାମାନେ ନୂତନ ଗର୍ଭ ନିରୋଧକ ପଦ୍ଧତି ଅବଲମ୍ବନ କରି ଉପକୃତ ହେଉଥିବାରୁ ଏପରି ଅସ୍ତ୍ରୋପଚାର ପାଇଁ ଆଉ ପୂର୍ବପରି ଆଗ୍ରହ ପ୍ରକାଶ କରୁ ନ ଥିବା ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍‌ଲାଇନ ପୂଜା କମିଟି ମେଢ଼: ଆକର୍ଷଣୀୟ ସାଜସଜ୍ଜାକୁ ଗୁରୁତ୍ୱ

ବଅଁରପାଳ, ୧୪।୯ (ଡି.ଏନ୍‌.ଏ) – ଦିନ କେଇଟା ପରେ ନାଲ୍‌କୋର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା। ଏଥିପାଇଁ ସମଗ୍ର ନାଲକୋ ନଗର ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି। ଚଳିତ...

ଫ୍ଲାଏଓଭର ବ୍ରିଜ୍‌ କାମ ନିମ୍ନମାନର

ବଇଣ୍ଡା,୧୭।୪(ଡି.ଏନ.ଏ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁରଠାରେ ନିର୍ମାଣାଧୀନ ୫୫ନଂ. ଜାତୀୟ ରାଜପଥ ଫ୍ଲାଏଓଭର କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ସରପଞ୍ଚ...

ଶନିବାର, ରବିବାର ଅନୁଗୋଳ ଜିଲା ଶଟ୍‌ଡାଉନ୍‌

ଅନୁଗୋଳ ଅଫିସ୍‌, ୩।୭: ଅନୁଗୋଳ ଜିଲାରେ ଶୁକ୍ରବାର ୨୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ପରେ କଠୋର ହୋଇଛି ପ୍ରଶାସନ। କରୋନା ସଂକ୍ରମଣ ବୃଦ୍ଧି ରୋକିବାକୁ...

ଜିଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ସମାଧାନ ପାଇଁ ଦାବିପତ୍ର

ଅନୁଗୋଳ ଅଫିସ, ୧୦।୮ – ଜିଲାରେ ଦିନକୁ ଦିନ ଶିକ୍ଷାର ମାନ ହ୍ରାସ ପାଉଛି। ଶିକ୍ଷା ଭିତ୍ତିଭୂମି ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଛି। କେଉଁଠି ଶିକ୍ଷକ...

ଗାୟତ୍ରୀ କମ୍ପାନୀ ଅଫିସ ସମ୍ମୁଖରେ ଆନ୍ଦୋଳନ: ବାହାର ଜିଲାର ଶ୍ରମିକ ନିୟୋଜିତ ଅଭିଯୋଗ

ଛେଣ୍ଡିପଦା, ୬ା୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା କତଡ଼ା ପଞ୍ଚାୟତସ୍ଥିତ ଗାୟତ୍ରୀ କନ୍‌ଷ୍ଟ୍ରକ୍ସନ କମ୍ପାନୀ କରୋନା ସଂକ୍ରମିତ ଜିଲାରୁ ଶ୍ରମିକଙ୍କୁ ଆଣି...

ରାଶନ ବଣ୍ଟନରେ ଅନିୟମିତତା ଅଭିଯୋଗ

ଛେଣ୍ଡିପଦା,୨୦ା୮ (ସ୍ବ.ପ୍ର.): ଛେଣ୍ତିପଦା ବ୍ଲକ ପାତ୍ରପଡା ପଞ୍ଚାୟତର ରାଇପାଳ ଗ୍ରାମରେ ରାଶନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ଗ୍ରାମବସୀ ଶୁକ୍ରବାର ବ୍ଲକ...

ବିରୋଧ ସତ୍ତ୍ୱେ ଦିଘି ଗ୍ରାମରେ ଉଚ୍ଛେଦ

ତାଳଚେର,୮।୬(ନି.ପ୍ର.) – ତାଳଚେର ବ୍ଲକ ଦିଘି ଗ୍ରାମଦେଇ ଫ୍ଲାଏ ଓଭର ବ୍ରିଜ ଯିବାକୁ ଥିବାରୁ ମଙ୍ଗଳବାର ସେଠାରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ସକାଳେ ତାଳଚେର ପ୍ରଶାସନ...

ବଅଁରପାଳରେ ଭାରତ ବନ୍ଦ ପ୍ରଭାବ: ୫୫ନଂ. ଏନ୍‌ଏଚ୍‌ ଅବରୋଧ

ବଅଁରପାଳ,୨୩।୨(ଡି.ଏନ୍‌.ଏ.): ଭୀମ ଆର୍ମି ପକ୍ଷରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ବିରୋଧୀ ରାୟ ଓ କେନ୍ଦ୍ର ସରକାରଙ୍କ ଏନ୍‌ପିଆର,...

Advertisement
Archives

Model This Week