କଣ୍ଟେନର ଅଟକାଇ ୭୨ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ଚମ୍ପୁଆ, ୧୮।୫(ଡି.ଏନ.ଏ.)-ଚମ୍ପୁଆ ସୀମାନ୍ତ ଦେଇ ଗତ ରବିବାର ରାତିରେ ଯାଉଥିବା ଏକ କଣ୍ଟେନରକୁ ଚମ୍ପୁଆ ପୋଲିସ ଅଟକାଇବା ସହିତ ସେଥିରେ ଥିବା ୭୨ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି ୭୨ ଶ୍ରମିକଙ୍କୁ ସ୍ଥାନୀୟ ମହତାବ ହାଇସ୍କୁଲରେ ରଖାଯାଇଛି। ସୂଚନା ଅନୁସାରେ ଚେନାଇରୁ ଉତ୍ତରପ୍ରଦେଶ ଯାଉଥିବା ଏକ କଣ୍ଟେନରକୁ ଚମ୍ପୁଆ ସୀମା ପାର ହେବା ସମୟରେ ଅଟକାଯାଇଥିଲା। ଏଥିରେ ଚେନ୍ନାଇରୁ ୭୨ ଜଣ ଶ୍ରମିକ ଥିବା ଜଣାପଡିଥିଲା। ଉକ୍ତ ଶ୍ରମିକମାନଙ୍କୁ ମହତାବ ଉଚ୍ଚ ବିଦ୍ୟାଳୟଠାରେ ରଖାଯାଇଥିଲା। ସୋମବାର ସକାଳୁ ଏହି ୭୨ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଚମ୍ପୁଆ ଏନଏସି ପକ୍ଷରୁ ଏହି ଶ୍ରମିକ ମାନଙ୍କ ପାଇଁ ଖାଦ୍ୟ ପାନୀୟ ଓ ରହିବାର ବ୍ୟବସ୍ଥା କରାଯାଇଥିଲା। ମଙ୍ଗଳବାର ଏହି ଶ୍ରମିକମାନଙ୍କୁ ଟ୍ରେନ ଯୋଗେ ଘରକୁ ପଠାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଚମ୍ପୁଆରୁ ବସ୍‌ ଯୋଗେ ସମ୍ବଲପୁର ରେଳ ଷ୍ଟେସନରେ ଛଡାଯିବ ବୋଲି ଆଇଆଇସି ମନୋରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ସାପକାମୁଡ଼ାରେ ଗଲା କକା-ପୁତୁରାଙ୍କ ଜୀବନ: ଶ୍ରମିକ ଗୁରୁତର

ଖଡ଼ିଆଳ, ୨୨।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା…

ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ନାବାଳକ ଶ୍ରମିକ: ଡିପ୍‌ ବୋର୍‌ୱେଲ ପ୍ରକଳ୍ପ ଅଧା

ଅମରପାଲି,୨୨ା୮(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଜଳସେଚନର ବିଶେଷ ସୁବିଧା ନାହିଁ। ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା…

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri